ଦଶାବତାର କାବ୍ୟ
ଭକ୍ତ କବି ଜୟଦେବଙ୍କ ରଚିତ ଦଶାବତାର ହେଉଛି ଜଗନ୍ନାଥ ସଂସ୍କୃତି ର ଏକ ଅନୁନ୍ୟ ରଚନା । ସେ ତାଙ୍କର ଭକ୍ତି କବିତାବଳୀ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା, ଯାହାକି ପ୍ରତିଦିନ ଜଗନ୍ନାଥ ମନ୍ଦିରରେ ଗାନ କରାଯାଏ ।
ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍ । ବିହିତବହିତ୍ରଚରିତ୍ରମ ଖେଦମ୍ ।।
କେଶବ ଧୃତ ମୀନଶରୀର ଜୟ ଜଗଦୀଶ ହରେ ।।୧।।
କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ ।। ଧରଣିଧରଣକିଣ ଚକ୍ର ଗରିଷ୍ଠେ ।।
କେଶବ ଧୃତକଛପରୂପ ଜୟ ଜଗଦୀଶ ହରେ ।।୨।।
ବସତି ଦଶନଶିଖରେ ଧରଣୀ ତବ ଳଗ୍ନା । ଶଶିନି କଳଙ୍କକଳେବ ନିମଗ୍ନା ।।
କେଶବ ଧୃତଶୂକରରୂପ ଜୟ ଜଗଦୀଶ ହରେ ।।୩।।
ତବ କରକମଳବରେ ନଖମଭ୍ଭୁତଶୃଙ୍ଗମ୍ । ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ୍ ।।
କେଶବ ଧୃତନରହରିରୂପ ଜୟ ଜଗଦୀଶ ହରେ ।।୪।।
ଛଳୟସି ବିକ୍ରମଣେ ବଳିମଭ୍ଭୁତ ବାମନ । ପଦନଖନୀରଜନିତଜନପାବନ ।।
କେଶବ ଧୃତ ବାମନରୂପ ଜୟ ଜଗଦୀଶ ହରେ ।।୫।।
କ୍ଷତି୍ରୟରୁଧିରମୟେ ଜଗଦପଗତପାପମ୍ । ସ୍ନପୟସି ପୟସି ଶମିତଭବତାପମ୍ ।।
କେଶବ ଧୃତଭୃଗୁପତିରୂପ ଜୟ ଜଗଦୀଶ ହରେ ।।୬।।
ବିତରସି ଦିକ୍ଷୁ ରଣେ ଦିକ୍ପତିକମନୀୟମ୍ । ଦଶମୁଖମୈାଳିବଳିଂ ରମଣୀୟଂ ।।
କେଶବ ଧୃତରାମଶରୀର ଜୟ ଜଗଦୀଶ ହରେ ।।୭।।
ବହସି ବପୁଶି ବିଶଦେ ବସନଂ ଜଳଦାଭମ୍ । ହଳହତି ଭୀତି ମିଳିତୟମୁନାଭମ୍ ।।
କେଶବ ଧୃତହଳଧରରୂପ ଜୟ ଜଗଦୀଶ ହରେ ।।୮।।
ନିନ୍ଦତି ୟଜ୍ଞବିଧେରହହ ଶୁ୍ରତିଜାତମ୍ । ସଦୟହୃଦୟଦର୍ଶିତପଶୁଘାତମ୍ ।
କେଶବ ଧୃତବୁଦ୍ଧଶରୀର ଜୟ ଜଗଦୀଶ ହରେ ।।୯।।
ମ୍ଲେଛନିବହନିଧନେ କଳୟସି କରବାଳମ୍ । ଧୂମକେତୁମିବ କିମପି କରାଳମ୍ ।।
କେଶବ ଧୃତକଳ୍କୀଶରୀର ଜୟ ଜଗଦୀଶ ହରେ ।।୧୦।।
ଶୀ୍ରଜୟଦେବକବେରିଦମୁଦିତମୁଦାରମ୍ । ଶୃଣୁ ସୁଖଦଂ ଶୁଭଦଂ ଭବସାରମ୍ ।
କେଶବ ଧୃତଦଶବିଧରୂପ ଜୟ ଜଗଦୀଶ ହରେ ।।
ବେଦାନୁଧରତେ ଜଗନି୍ନବହତେ ଭୂଗୋଳମୁଦ୍ ବିଭ୍ରତେ
ଦୈତ୍ୟଂ ଦାରୟତେ ବଳିଂ ଛଳୟତେ କ୍ଷତ୍ରକ୍ଷୟଂ କୁର୍ବତେ ।
ପୈାଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟମାତନ୍ୱତେ
ମ୍ଲେଛାନ୍ ମୁର୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।।
ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକଂ
ଜଗନ୍ନାଥାଷ୍ଟକଂ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ରଚନା କରାଯାଇଥିଲା ।
କଦାଚିତ୍ କାଳିନ୍ଦୀ ତଟବିପିନ ସଙ୍ଗିତ କରବୌ
ମୁଦାଭିରି ନାରୀ ବଦନ କମଳା ସ୍ୱାଦ ମଧୂପଃ
ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାର୍ଚିତପଦୌ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୧।।
ଭୁଜେ ସବ୍ୟେ ବେଣୁଂ ଶିରସି ଶିଖିପିଛଂ କଟିତଟେ
ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ କି ଦଧତେ
ସଦାଶ୍ରୀମଦ୍ ବୃନ୍ଦାବନ ବସତି ଲୀଳା ପରିଚୟୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୨।।
ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳଶିଖରେ
ବସନ ପ୍ରାସାଦାନ୍ତଃ ସହଜ ବଳଭଦ୍ରେଣ ବଳିନା
ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁରସେବା ବସରଦୌ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୩।।
କୃପା ପାରାବାରଃ ସଜଳଜଳଦ ଶ୍ରେଣୀ ରୁଚିରୋ
ରମା ବାଣୀ ରାମଃ ସ୍ଫୁରଦମଳ ପଙ୍କେରୁହମୁଖଃ
ସୁରେନ୍ଦ୍ରୈରାରାଧ୍ୟ ଶୃତିଗଣ ସିଖା ଗୀତ ଚରିତୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୪।।
ରଥାରୁଢୋ ଗଛନ୍ ପଥିମିଳିତ ଭୂଦେବ ପଟଳୈଃ
ସ୍ତୁତିର୍ପ୍ରାଦୁର୍ଭାବମ୍ ପ୍ରତିପଦମୁପାକର୍ଣ୍ଣ ସଦୟଃ
ଦୟା ସିନ୍ଧୁର୍ବନ୍ଧୁଃ ସକଳ ଜଗତାଂ ସିନ୍ଧୁ ସୁତୟା
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୫।।
ପରଂବ୍ରହ୍ମା ପୀଡକୁବଳୟ ଦଳତ୍ଫୁଲ୍ଲୋଁ ନୟନୋ
ନିବାସୀ ନୀଳଦ୍ରୌ ନୀହିତ ଚରଣୋଅନ୍ତ ଶିରସି
ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୬।।
ନବୈ ଯାଚେ ରାଜ୍ୟମ ନ ଚ କନକ ମାନିକ୍ୟ ବିଭବଂ
ନ ଯାଚେହମ ରମ୍ୟାଂ ସକଳ ଜନକାମ୍ୟାଂ ବରବଧୂମ୍
ସଦା କାଳେ କାଳେ ପ୍ରମଥ ପତିନା ଗୀତ ଚରିତୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୭।।
ହରତ୍ୱଂ ସଂସାରଂ ଦୃତତରମସାରମ୍ ସୁରପତେ
ହରତ୍ୱଂ ପାପାନାଂ ବିତତି ମପରାଂ ଯାଦବପତେ
ଅହୋ ଦୀନେ ନାଥେ ନିହିତ ଚରଣୋ ନିଶ୍ଚିତ ପଦମ୍
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୮।।
ଜଗନ୍ନାଥାଷ୍ଟକମ ପୁଣ୍ୟମ ଯଃ ପଥେତ ପ୍ରୟତଃ ଶୁଚିଃ
ସର୍ବ ପାପ ବିଶୁଦ୍ଧାତ୍ମା ବିଷ୍ଣୁଲୋକଂ ସଃ ଗଛତି
।।ଇତି ଶ୍ରୀ ଜଗନ୍ନାଥାଷ୍ଟକଂ ସମ୍ପୁର୍ଣ୍ଣମ୍ ।।
ଜଗନ୍ନାଥଙ୍କ ଛପନ ଭୋଗ
ଜଗନ୍ନାଥଙ୍କ ପାଖରେ ୫୬ ପ୍ରକାର ଭୋଗ ଲାଗି କରାଯାଇଥାଏ ।

୧. ଅଟକାଳି
୨. ଅମାଲୁ
୩. ଅଦା ପାଚେଡ଼ି
୪. ଆରିସା
୫. ଏଣ୍ଡୁରି
୬. କଦମ୍ବ
୭. କାକରା
୮. କାନ୍ତି
୯. କୋରା
୧୦. ଖଇର ଚୂଳ
୧୧. ଖଜା
୧୨. ଖିରି
୧୩. ଖୁଆ ମଣ୍ଡା
୧୪. ଖୁରିସା
୧୫. ଖୁରୁମା
୧୬. ଖେଚୁଡ଼ି
୧୭. ଗଇଁଠା
୧୮. ଗଜା
୧୯. ଗୋଟାଳି
୨୦. ଚକଟା
୨୧. ଚକୁଳି
୨୨. ଚିତଉ
୨୩. ଛୁଞ୍ଚିପତ୍ର
୨୪. ଛେନା ତାଡ଼ିଆ
୨୫. ଛେନା ମାଣ୍ଡୁଆ
୨୬. ଜଗନ୍ନାଥ ବଲ୍ଲଭ
୨୭. ଜେନାମଣି
୨୮. ଝିଲି
୨୯. ଡାକୁଆ
୩୦. ଡାଳିମ୍ବ
୩୧. ତ୍ରିପୁରି
୩୨. ଧଉଳା
୩୩. ନାଡ଼ି
୩୪. ପଖାଳ
୩୫. ପଣା
୩୬. ପଣା ସୁଆ
୩୭ . ପାଳୁଅ ଖିରି
୩୮ . ପିଠା (କାନ୍ତି, ପୋଡ଼, ମହୁବୀର, ସାତପୁରି, ସୁଆର)
୩୯. ପୁରି
୪୦. ଫେଣି
୪୧. ସରପାପୁଡି
୪୨. ସରପୁଳି
୪୩. ସରସ୍ଵତୀଆ
୪୪. ବଡ଼ା
୪୫. ବଳୀ ବାମନ
୪୬. ଭଜା
୪୭. ମନୋହରା
୪୮. ମହାଦେଇ
୪୯. ମୋହନ ଭୋଗ
୫୦. ରସାବଳି
୫୧. ରାଧାବଲ୍ଲଭ
୫୨. ଲଡ଼ୁ
୫୩. ଲହୁଣିଆ
୫୪. ଲକ୍ଷ୍ମୀବିଳାସ
୫୫. ହଂସକେଳି
୫୬. ହଂସ ବଲ୍ଲଭ
ଶ୍ରୀ ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା
ବର୍ଷକ ବାର ମାସ ପରି ମହାପ୍ରଭୂଙ୍କର ବାର ଯାତରା ରହିଛି ।
୧ ଚନ୍ଦନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା): ଗନ୍ଧଲେପନ ଯାତ୍ରା
୨ ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
୩ ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି ।
୪ ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ ।
୫ କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା
୬ ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ:
୭ ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ।
୮ ପ୍ରାବରଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ଓଢ଼ଣ ଷଷ୍ଠୀ / ଗୁହ ଷଷ୍ଠୀ : ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି ।
୯ ଦେବାଭିଷେକ: ଫାଲ୍ଗୁନ ଶୁକ୍ଳ ପୂର୍ଣ୍ଣିମା: ପୁଷ୍ୟାଭିଷେକ
୧୦ ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା
୧୧ ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍ଗୁନ ଶୁକ୍ଳ ପୂର୍ଣ୍ଣିମା
୧୨ ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
ଷୋହଳ କଳାରେ କାଳିଆ
ସେ ହେଉଛିନ୍ତି ଜଗତର ନାଥ କଳା ଠାକୁର, କାଳିଆ ସାଆନ୍ତ, ଭକତର ବନ୍ଧୁ, ଷୋହଳ କଳାରେ ସମାହିତ ଓଡ଼ିଆ ଜାତିର ପ୍ରାଣ, ଭକତର ଜୀବନ ଧନ ।
ପ୍ରଥମ କଳା – ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା ।
ଦ୍ଵିତୀୟ କଳ – ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା ।
ତୃତୀୟ କଳା – ବିଦ୍ୟା : ନିଃସ୍ଵାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।
ଚତୁର୍ଥ କଳା – ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ଵୟ ରଖି ସ୍ଥିର ଚିତରେ ରହିବାର କଳା ।
ପଞ୍ଚମ କଳା – ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।
ଷଷ୍ଠ କଳା – ଦୀପିକା: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।
ସପ୍ତମ କଳା – ରେଚିକା : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ଵୀକାର କରି ପରିତ୍ୟାଗ କରିବାର କଳା ।
ଅଷ୍ଟମ କଳା– ମୋଚିକା : ମାୟା ଓ ମୋହରୁ ମୁକ୍ତ ହେବାର କଳା ।
ନବମ କଳା – ପରା : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।
ଦଶମ କଳା – ସୂକ୍ଷ୍ମ : ସତ ସୂକ୍ଷଗତ ବିଚାର କରିବାର କଳା ।
ଏକାଦଶ କଳା – ସୁକ୍ଷ୍ମ ଅମୃତ :ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।
ଦ୍ଵାଦଶ କଳା – ଜ୍ଞାନ : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।
ତ୍ରୟୋଦଶ କଳା– ଜ୍ଞାନ ଅମୃତ : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।
ଚତୁର୍ଦ୍ଦଶ କଳା – ଅପ୍ୟାୟିନୀ : ନିଜ କର୍ମଦ୍ଵାରା ସମାଜ କଲ୍ୟାଣ କରିବାର କଳା ।
ପଞ୍ଚଦଶ କଳ – ବ୍ୟାପିନୀ : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।
ଷୋଡ଼ଶ କଳା – ବ୍ୟୋମରୂପା : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ଵରେ ସମସ୍ତଙ୍କୁ ସମାହିତ କରିବାର କଳା।
ଶ୍ରୀ ଜଗନ୍ନାଥଙ୍କର ନାମର ଅର୍ଥ
ବ୍ୟାକରଣ ଦୃଷ୍ଟିରୁ ଜଗନ୍ନାଥ ଶବ୍ଦର ଅର୍ଥ “ଜଗତି” (ସର୍ବୋଚ୍ଚ ସ୍ଥାନ, ‘ରତ୍ନବେଦୀ’) ଉପରେ ବିଜେ କରିଥିବା “ନାଥ”(ସ୍ଵାମୀ/ମାଲିକ) | ତେବେ ଅଧିକାଂଶ ସମୟରେ ପଣ୍ଡିତମାନେ ଏହାକୁ ସଂସ୍କୃତ ସନ୍ଧି ପ୍ରକରଣ ଆଧାରରେ ‘ଜଗତ୍+ନାଥ’ ବୋଲି ଯୁକ୍ତି ଦର୍ଶାଇଥାନ୍ତି, ଅର୍ଥାତ୍ ଜଗତର ନାଥ ସେହି ଜଗନ୍ନାଥ । ଜଗନ୍ନାଥ ଓଡ଼ିଶାରେ ନାନା ନାମରେ ଜଣାଶୁଣା ଯଥା: ଜଗା, ଜଗବନ୍ଧୁ(ଜଗତର ବନ୍ଧୁ), କାଳିଆ ସାଆନ୍ତ(କଳା ବର୍ଣ୍ଣର ଠାକୁର), ଦାରୁବ୍ରହ୍ମ/ଦାରୁ ଦେବତା(ଦାରୁ/କାଠରେ ତିଆରି ଦେବତା), ଚକା ଆଖି/ଚକା ନୟନ(ଗୋଲ ଆଖିଥିବା ଦେବତା), ଚକା ଡୋଳା(ଗୋଲ ଆଖି ଡୋଳା ଥିବା ଦେବତା)|
ଜଗନ୍ନାଥ ବୁଦ୍ଧଙ୍କୁ ବୁଝାଉଥିବା ଏକ ତିବତୀୟ ଶବ୍ଦ । କେତେକ ଗବେଷକଙ୍କ ମତରେ ଜଗନ୍ନାଥ ଶବ୍ଦ ଆଦିବାସୀ ଶବ୍ଦ “ଜଗନେଲୋ”(କାଠରେ ତିଆରି ଦେବତା) ଶବ୍ଦରୁ ଆସିଛି ଯାହା ଆଗକାଳର ଶବରମାନଙ୍କ ଦ୍ଵାରା ପୂଜା ପାଉଥିବା ଜଗନ୍ନାଥଙ୍କୁ ବୁଝାଇଥାଏ ।
ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ଅସଂଖ୍ୟ ନାମ ମଧ୍ୟରୁ ଶ୍ରୀଜଗନ୍ନାଥ ନାମଟିର ସ୍ୱାତନ୍ତ୍ର୍ୟ, ବୈଶିଷ୍ଟ, ମୂଲ୍ୟବୋଧ, ଓ ମହନୀୟତା ଅବର୍ଣ୍ଣନୀୟ । ଏହି ନାମଟିର ସ୍ମରଣ, ମନନ ଓ ଉଚ୍ଚାରଣ ମାତ୍ରେ ଭାବ ମହାଭାବରେ ରୂପାନ୍ତରିତ ହୋଇଯାଏ, ପ୍ରାଣ ଉଦ୍ବେଳିତ ହୋଇଉଠେ, ହୃଦୟରେ ବ୍ୟାକୁଳତା ଜାଗିଉଠେ ଏବଂ ଭକ୍ତର ନୟନ ତାଙ୍କ ଦର୍ଶନ ନିମିତ୍ତ ଅଧୀର ହୁଏ । ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରର ମଧ୍ୟ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି !
ଧାର୍ମିକ ଅର୍ଥାନୁସାରେ:
ଶ୍ରୀ – ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ବିଭବ, ଆଲୋକ । ସେ ଭକ୍ତି, ପ୍ରୀତି ଓ ଶୋଭା ପ୍ରଦାୟିନୀ ଶକ୍ତି । ସେ ଜଗନ୍ମୟ ଜ୍ୟୋତି ସ୍ୱରୂପ, ସେ ସର୍ବ ପ୍ରକାଶ୍ୟ, ସେ ହିଁ ପଥ ପ୍ରଦର୍ଶକ ।
ଜ – ‘ଜ’ର ଅର୍ଥ ଉତ୍ପତ୍ତି, ବିଷ୍ଣୁ, ପିତାମାତା, ତେଜଃ । ସକଳ ସୃଷ୍ଟିର କାରଣ ହେଉଛନ୍ତି ଭଗବାନ ଜଗନ୍ନାଥ । ସର୍ବ ଦେବତା ତାଙ୍କଠାରୁ ସୃଷ୍ଟି । ସେ ବେଦ, ମନ୍ତ୍ର, ଯୋଗ, ଜ୍ଞାନ ଆଦିର ଉତ୍ପତ୍ତିସ୍ଥଳ । ସେ ହିଁ ଆରାଧ୍ୟ ଦେବତା ବିଷ୍ଣୁ, ସେ ହେଉଛନ୍ତି ସକଳ ପ୍ରାଣୀ ଜଗତର ପିତାମାତା । ସେ ସଂସାରର ସର୍ବକାରିଣୀ ଶକ୍ତିରୂପେ ବିଦ୍ୟମାନ ।
ଗ – ‘ଗ’ର ଅର୍ଥ ଗଗନ, ସ୍ୱର୍ଗ, ଗୁରୁ । ଅର୍ଥାତ୍ ସେ ହେଉଛନ୍ତି ଅନନ୍ତ, ସାଗର ପରି ଗଭୀର, ଗୋଲାପ ପରି କୋମଳ । ସେ ସମସ୍ତଙ୍କର ଗୁରୁ, ତାଙ୍କର ଶ୍ରୀଚରଣ ତଳେ ଆଶ୍ରୟ ପାଇବା ସମସ୍ତଙ୍କର କାମ୍ୟ ।
ନ୍ନା(ନ) – ‘ନ’ ର ଅର୍ଥ ନିରାକାର, ନିର୍ବିକାର, ଅବିନାଶୀ, ସ୍ଥାନାତୀତ, ନିର୍ମାୟା, ନିରୀହ, ନିର୍ମଳ । ନିରାକାର, ନିର୍ଗୁଣ, ନିତ୍ୟ, ଅବିନାଶୀ ପରମାତ୍ମା ପରମେଶ୍ୱରଙ୍କର ସାକାର, ସଗୁଣ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ ।
ଥ – ‘ଥ’ର ଅର୍ଥ ପର୍ବତ, ଭୟତ୍ରାତା, ମଙ୍ଗଳ, ରକ୍ଷଣ । ସେ ଅଜେୟ, ଅନାଥର ନାଥ, ଭୟ ନାଶକ, ସର୍ବ ମଙ୍ଗଳକାରକ । ସେ ଦ୍ରୌପଦୀଙ୍କର ମାନ ରକ୍ଷଣ, ଗଜ ଉଦ୍ଧାରଣ ପରି ସମସ୍ତଙ୍କର ଦୁଃଖ ଦୂର କରନ୍ତି ।
ଶ୍ରୀ ଜଗନ୍ନାଥଙ୍କ କଥା
ରତ୍ନବେଦୀରେ ଭାଇ ଭଉଣୀଙ୍କ ସହ ମହାପ୍ରଭୂ ।
ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ରତ୍ନବେଦୀ ଉପରେ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି । ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।














































