ଶ୍ରୀ ଜଗନ୍ନାଥ

ଦଶାବତାର କାବ୍ୟ
ଭକ୍ତ କବି ଜୟଦେବଙ୍କ ରଚିତ ଦଶାବତାର ହେଉଛି ଜଗନ୍ନାଥ ସଂସ୍କୃତି ର ଏକ ଅନୁନ୍ୟ ରଚନା । ସେ ତାଙ୍କର ଭକ୍ତି କବିତାବଳୀ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା, ଯାହାକି ପ୍ରତିଦିନ ଜଗନ୍ନାଥ ମନ୍ଦିରରେ ଗାନ କରାଯାଏ ।

ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍‍ । ବିହିତବହିତ୍ରଚରିତ୍ରମ ଖେଦମ୍‍ ।।
କେଶବ ଧୃତ ମୀନଶରୀର ଜୟ ଜଗଦୀଶ ହରେ ।।୧।।
କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ ।। ଧରଣିଧରଣକିଣ ଚକ୍ର ଗରିଷ୍ଠେ ।।
କେଶବ ଧୃତକଛପରୂପ ଜୟ ଜଗଦୀଶ ହରେ ।।୨।।
ବସତି ଦଶନଶିଖରେ ଧରଣୀ ତବ ଳଗ୍ନା । ଶଶିନି କଳଙ୍କକଳେବ ନିମଗ୍ନା ।।
କେଶବ ଧୃତଶୂକରରୂପ ଜୟ ଜଗଦୀଶ ହରେ ।।୩।।
ତବ କରକମଳବରେ ନଖମଭ୍ଭୁତଶୃଙ୍ଗମ୍‍ । ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ୍‍ ।।
କେଶବ ଧୃତନରହରିରୂପ ଜୟ ଜଗଦୀଶ ହରେ ।।୪।।
ଛଳୟସି ବିକ୍ରମଣେ ବଳିମଭ୍ଭୁତ ବାମନ । ପଦନଖନୀରଜନିତଜନପାବନ ।।
କେଶବ ଧୃତ ବାମନରୂପ ଜୟ ଜଗଦୀଶ ହରେ ।।୫।।
କ୍ଷତି୍ରୟରୁଧିରମୟେ ଜଗଦପଗତପାପମ୍‍ । ସ୍ନପୟସି ପୟସି ଶମିତଭବତାପମ୍‍ ।।
କେଶବ ଧୃତଭୃଗୁପତିରୂପ ଜୟ ଜଗଦୀଶ ହରେ ।।୬।।
ବିତରସି ଦିକ୍ଷୁ ରଣେ ଦିକ୍‍ପତିକମନୀୟମ୍‍ । ଦଶମୁଖମୈାଳିବଳିଂ ରମଣୀୟଂ ।।
କେଶବ ଧୃତରାମଶରୀର ଜୟ ଜଗଦୀଶ ହରେ ।।୭।।
ବହସି ବପୁଶି ବିଶଦେ ବସନଂ ଜଳଦାଭମ୍‍ । ହଳହତି ଭୀତି ମିଳିତୟମୁନାଭମ୍‍ ।।
କେଶବ ଧୃତହଳଧରରୂପ ଜୟ ଜଗଦୀଶ ହରେ ।।୮।।
ନିନ୍ଦତି ୟଜ୍ଞବିଧେରହହ ଶୁ୍ରତିଜାତମ୍‍ । ସଦୟହୃଦୟଦର୍ଶିତପଶୁଘାତମ୍‍ ।
କେଶବ ଧୃତବୁଦ୍ଧଶରୀର ଜୟ ଜଗଦୀଶ ହରେ ।।୯।।
ମ୍ଲେଛନିବହନିଧନେ କଳୟସି କରବାଳମ୍‍ । ଧୂମକେତୁମିବ କିମପି କରାଳମ୍‍ ।।
କେଶବ ଧୃତକଳ୍କୀଶରୀର ଜୟ ଜଗଦୀଶ ହରେ ।।୧୦।।
ଶୀ୍ରଜୟଦେବକବେରିଦମୁଦିତମୁଦାରମ୍‍ । ଶୃଣୁ ସୁଖଦଂ ଶୁଭଦଂ ଭବସାରମ୍‍ ।
କେଶବ ଧୃତଦଶବିଧରୂପ ଜୟ ଜଗଦୀଶ ହରେ ।।
ବେଦାନୁଧରତେ ଜଗନି୍ନବହତେ ଭୂଗୋଳମୁଦ୍‍ ବିଭ୍ରତେ
ଦୈତ୍ୟଂ ଦାରୟତେ ବଳିଂ ଛଳୟତେ କ୍ଷତ୍ରକ୍ଷୟଂ କୁର୍ବତେ ।
ପୈାଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟମାତନ୍ୱତେ
ମ୍ଲେଛାନ୍‍ ମୁର୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।।

ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକଂ
ଜଗନ୍ନାଥାଷ୍ଟକଂ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ରଚନା କରାଯାଇଥିଲା ।

କଦାଚିତ୍‍ କାଳିନ୍ଦୀ ତଟବିପିନ ସଙ୍ଗିତ କରବୌ
ମୁଦାଭିରି ନାରୀ ବଦନ କମଳା ସ୍ୱାଦ ମଧୂପଃ
ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାର୍ଚିତପଦୌ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୧।।

ଭୁଜେ ସବ୍ୟେ ବେଣୁଂ ଶିରସି ଶିଖିପିଛଂ କଟିତଟେ
ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ କି ଦଧତେ
ସଦାଶ୍ରୀମଦ୍‍ ବୃନ୍ଦାବନ ବସତି ଲୀଳା ପରିଚୟୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୨।।

ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳଶିଖରେ
ବସନ ପ୍ରାସାଦାନ୍ତଃ ସହଜ ବଳଭଦ୍ରେଣ ବଳିନା
ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁରସେବା ବସରଦୌ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୩।।

କୃପା ପାରାବାରଃ ସଜଳଜଳଦ ଶ୍ରେଣୀ ରୁଚିରୋ
ରମା ବାଣୀ ରାମଃ ସ୍ଫୁରଦମଳ ପଙ୍କେରୁହମୁଖଃ
ସୁରେନ୍ଦ୍ରୈରାରାଧ୍ୟ ଶୃତିଗଣ ସିଖା ଗୀତ ଚରିତୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୪।।

ରଥାରୁଢୋ ଗଛନ୍‍ ପଥିମିଳିତ ଭୂଦେବ ପଟଳୈଃ
ସ୍ତୁତିର୍ପ୍ରାଦୁର୍ଭାବମ୍‍ ପ୍ରତିପଦମୁପାକର୍ଣ୍ଣ ସଦୟଃ
ଦୟା ସିନ୍ଧୁର୍ବନ୍ଧୁଃ ସକଳ ଜଗତାଂ ସିନ୍ଧୁ ସୁତୟା
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୫।।

ପରଂବ୍ରହ୍ମା ପୀଡକୁବଳୟ ଦଳତ୍‌ଫୁଲ୍ଲୋଁ ନୟନୋ
ନିବାସୀ ନୀଳଦ୍ରୌ ନୀହିତ ଚରଣୋଅନ୍ତ ଶିରସି
ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୬।।

ନବୈ ଯାଚେ ରାଜ୍ୟମ ନ ଚ କନକ ମାନିକ୍ୟ ବିଭବଂ
ନ ଯାଚେହମ ରମ୍ୟାଂ ସକଳ ଜନକାମ୍ୟାଂ ବରବଧୂମ୍‍
ସଦା କାଳେ କାଳେ ପ୍ରମଥ ପତିନା ଗୀତ ଚରିତୋ
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୭।।

ହରତ୍ୱଂ ସଂସାରଂ ଦୃତତରମସାରମ୍‍ ସୁରପତେ
ହରତ୍ୱଂ ପାପାନାଂ ବିତତି ମପରାଂ ଯାଦବପତେ
ଅହୋ ଦୀନେ ନାଥେ ନିହିତ ଚରଣୋ ନିଶ୍ଚିତ ପଦମ୍‍
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।।୮।।

ଜଗନ୍ନାଥାଷ୍ଟକମ ପୁଣ୍ୟମ ଯଃ ପଥେତ ପ୍ରୟତଃ ଶୁଚିଃ
ସର୍ବ ପାପ ବିଶୁଦ୍ଧାତ୍ମା ବିଷ୍ଣୁଲୋକଂ ସଃ ଗଛତି

।।ଇତି ଶ୍ରୀ ଜଗନ୍ନାଥାଷ୍ଟକଂ ସମ୍ପୁର୍ଣ୍ଣମ୍‍ ।।

ଜଗନ୍ନାଥଙ୍କ ଛପନ ଭୋଗ
ଜଗନ୍ନାଥଙ୍କ ପାଖରେ ୫୬ ପ୍ରକାର ଭୋଗ ଲାଗି କରାଯାଇଥାଏ ।

୧. ଅଟକାଳି
୨. ଅମାଲୁ
୩. ଅଦା ପାଚେଡ଼ି
୪. ଆରିସା
୫. ଏଣ୍ଡୁରି
୬. କଦମ୍ବ
୭. କାକରା
୮. କାନ୍ତି
୯. କୋରା
୧୦. ଖଇର ଚୂଳ
୧୧. ଖଜା
୧୨. ଖିରି
୧୩. ଖୁଆ ମଣ୍ଡା
୧୪. ଖୁରିସା
୧୫. ଖୁରୁମା
୧୬. ଖେଚୁଡ଼ି
୧୭. ଗଇଁଠା
୧୮. ଗଜା
୧୯. ଗୋଟାଳି
୨୦. ଚକଟା
୨୧. ଚକୁଳି
୨୨. ଚିତଉ
୨୩. ଛୁଞ୍ଚିପତ୍ର
୨୪. ଛେନା ତାଡ଼ିଆ
୨୫. ଛେନା ମାଣ୍ଡୁଆ
୨୬. ଜଗନ୍ନାଥ ବଲ୍ଲଭ
୨୭. ଜେନାମଣି
୨୮. ଝିଲି
୨୯. ଡାକୁଆ
୩୦. ଡାଳିମ୍ବ
୩୧. ତ୍ରିପୁରି
୩୨. ଧଉଳା
୩୩. ନାଡ଼ି
୩୪. ପଖାଳ
୩୫. ପଣା
୩୬. ପଣା ସୁଆ
୩୭ . ପାଳୁଅ ଖିରି
୩୮ . ପିଠା (କାନ୍ତି, ପୋଡ଼, ମହୁବୀର, ସାତପୁରି, ସୁଆର)
୩୯. ପୁରି
୪୦. ଫେଣି
୪୧. ସରପାପୁଡି
୪୨. ସରପୁଳି
୪୩. ସରସ୍ଵତୀଆ
୪୪. ବଡ଼ା
୪୫. ବଳୀ ବାମନ
୪୬. ଭଜା
୪୭. ମନୋହରା
୪୮. ମହାଦେଇ
୪୯. ମୋହନ ଭୋଗ
୫୦. ରସାବଳି
୫୧. ରାଧାବଲ୍ଲଭ
୫୨. ଲଡ଼ୁ
୫୩. ଲହୁଣିଆ
୫୪. ଲକ୍ଷ୍ମୀବିଳାସ
୫୫. ହଂସକେଳି
୫୬. ହଂସ ବଲ୍ଲଭ

ଶ୍ରୀ ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା
ବର୍ଷକ ବାର ମାସ ପରି ମହାପ୍ରଭୂଙ୍କର ବାର ଯାତରା ରହିଛି ।
୧ ଚନ୍ଦନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା): ଗନ୍ଧଲେପନ ଯାତ୍ରା
୨ ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
୩ ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି ।
୪ ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ ।
୫ କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା
୬ ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ:
୭ ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ।
୮ ପ୍ରାବରଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ଓଢ଼ଣ ଷଷ୍ଠୀ / ଗୁହ ଷଷ୍ଠୀ : ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି ।
୯ ଦେବାଭିଷେକ: ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା: ପୁଷ୍ୟାଭିଷେକ
୧୦ ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା
୧୧ ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା
୧୨ ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ

ଷୋହଳ କଳାରେ କାଳିଆ
ସେ ହେଉଛିନ୍ତି ଜଗତର ନାଥ କଳା ଠାକୁର, କାଳିଆ ସାଆନ୍ତ, ଭକତର ବନ୍ଧୁ, ଷୋହଳ କଳାରେ ସମାହିତ ଓଡ଼ିଆ ଜାତିର ପ୍ରାଣ, ଭକତର ଜୀବନ ଧନ ।
ପ୍ରଥମ କଳା – ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା ।
ଦ୍ଵିତୀୟ କଳ – ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା ।
ତୃତୀୟ କଳା – ବିଦ୍ୟା : ନିଃସ୍ଵାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।
ଚତୁର୍ଥ କଳା – ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ଵୟ ରଖି ସ୍ଥିର ଚିତରେ ରହିବାର କଳା ।
ପଞ୍ଚମ କଳା – ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।
ଷଷ୍ଠ କଳା – ଦୀପିକା: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।
ସପ୍ତମ କଳା – ରେଚିକା : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ଵୀକାର କରି ପରିତ୍ୟାଗ କରିବାର କଳା ।
ଅଷ୍ଟମ କଳା– ମୋଚିକା : ମାୟା ଓ ମୋହରୁ ମୁକ୍ତ ହେବାର କଳା ।
ନବମ କଳା – ପରା : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।
ଦଶମ କଳା – ସୂକ୍ଷ୍ମ : ସତ ସୂକ୍ଷଗତ ବିଚାର କରିବାର କଳା ।
ଏକାଦଶ କଳା – ସୁକ୍ଷ୍ମ ଅମୃତ :ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।
ଦ୍ଵାଦଶ କଳା – ଜ୍ଞାନ : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।
ତ୍ରୟୋଦଶ କଳା– ଜ୍ଞାନ ଅମୃତ : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।
ଚତୁର୍ଦ୍ଦଶ କଳା – ଅପ୍ୟାୟିନୀ : ନିଜ କର୍ମଦ୍ଵାରା ସମାଜ କଲ୍ୟାଣ କରିବାର କଳା ।
ପଞ୍ଚଦଶ କଳ – ବ୍ୟାପିନୀ : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।
ଷୋଡ଼ଶ କଳା – ବ୍ୟୋମରୂପା : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ଵରେ ସମସ୍ତଙ୍କୁ ସମାହିତ କରିବାର କଳା।

ଶ୍ରୀ ଜଗନ୍ନାଥଙ୍କର ନାମର ଅର୍ଥ
ବ୍ୟାକରଣ ଦୃଷ୍ଟିରୁ ଜଗନ୍ନାଥ ଶବ୍ଦର ଅର୍ଥ “ଜଗତି” (ସର୍ବୋଚ୍ଚ ସ୍ଥାନ, ‘ରତ୍ନବେଦୀ’) ଉପରେ ବିଜେ କରିଥିବା “ନାଥ”(ସ୍ଵାମୀ/ମାଲିକ) | ତେବେ ଅଧିକାଂଶ ସମୟରେ ପଣ୍ଡିତମାନେ ଏହାକୁ ସଂସ୍କୃତ ସନ୍ଧି ପ୍ରକରଣ ଆଧାରରେ ‘ଜଗତ୍+ନାଥ’ ବୋଲି ଯୁକ୍ତି ଦର୍ଶାଇଥାନ୍ତି, ଅର୍ଥାତ୍ ଜଗତର ନାଥ ସେହି ଜଗନ୍ନାଥ । ଜଗନ୍ନାଥ ଓଡ଼ିଶାରେ ନାନା ନାମରେ ଜଣାଶୁଣା ଯଥା: ଜଗା, ଜଗବନ୍ଧୁ(ଜଗତର ବନ୍ଧୁ), କାଳିଆ ସାଆନ୍ତ(କଳା ବର୍ଣ୍ଣର ଠାକୁର), ଦାରୁବ୍ରହ୍ମ/ଦାରୁ ଦେବତା(ଦାରୁ/କାଠରେ ତିଆରି ଦେବତା), ଚକା ଆଖି/ଚକା ନୟନ(ଗୋଲ ଆଖିଥିବା ଦେବତା), ଚକା ଡୋଳା(ଗୋଲ ଆଖି ଡୋଳା ଥିବା ଦେବତା)|

ଜଗନ୍ନାଥ ବୁଦ୍ଧଙ୍କୁ ବୁଝାଉଥିବା ଏକ ତିବତୀୟ ଶବ୍ଦ । କେତେକ ଗବେଷକଙ୍କ ମତରେ ଜଗନ୍ନାଥ ଶବ୍ଦ ଆଦିବାସୀ ଶବ୍ଦ “ଜଗନେଲୋ”(କାଠରେ ତିଆରି ଦେବତା) ଶବ୍ଦରୁ ଆସିଛି ଯାହା ଆଗକାଳର ଶବରମାନଙ୍କ ଦ୍ଵାରା ପୂଜା ପାଉଥିବା ଜଗନ୍ନାଥଙ୍କୁ ବୁଝାଇଥାଏ ।

ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ଅସଂଖ୍ୟ ନାମ ମଧ୍ୟରୁ ଶ୍ରୀଜଗନ୍ନାଥ ନାମଟିର ସ୍ୱାତନ୍ତ୍ର୍ୟ, ବୈଶିଷ୍ଟ, ମୂଲ୍ୟବୋଧ, ଓ ମହନୀୟତା ଅବର୍ଣ୍ଣନୀୟ । ଏହି ନାମଟିର ସ୍ମରଣ, ମନନ ଓ ଉଚ୍ଚାରଣ ମାତ୍ରେ ଭାବ ମହାଭାବରେ ରୂପାନ୍ତରିତ ହୋଇଯାଏ, ପ୍ରାଣ ଉଦ୍ବେଳିତ ହୋଇଉଠେ, ହୃଦୟରେ ବ୍ୟାକୁଳତା ଜାଗିଉଠେ ଏବଂ ଭକ୍ତର ନୟନ ତାଙ୍କ ଦର୍ଶନ ନିମିତ୍ତ ଅଧୀର ହୁଏ । ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରର ମଧ୍ୟ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି !

ଧାର୍ମିକ ଅର୍ଥାନୁସାରେ:

ଶ୍ରୀ – ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ବିଭବ, ଆଲୋକ । ସେ ଭକ୍ତି, ପ୍ରୀତି ଓ ଶୋଭା ପ୍ରଦାୟିନୀ ଶକ୍ତି । ସେ ଜଗନ୍ମୟ ଜ୍ୟୋତି ସ୍ୱରୂପ, ସେ ସର୍ବ ପ୍ରକାଶ୍ୟ, ସେ ହିଁ ପଥ ପ୍ରଦର୍ଶକ ।

ଜ – ‘ଜ’ର ଅର୍ଥ ଉତ୍ପତ୍ତି, ବିଷ୍ଣୁ, ପିତାମାତା, ତେଜଃ । ସକଳ ସୃଷ୍ଟିର କାରଣ ହେଉଛନ୍ତି ଭଗବାନ ଜଗନ୍ନାଥ । ସର୍ବ ଦେବତା ତାଙ୍କଠାରୁ ସୃଷ୍ଟି । ସେ ବେଦ, ମନ୍ତ୍ର, ଯୋଗ, ଜ୍ଞାନ ଆଦିର ଉତ୍ପତ୍ତିସ୍ଥଳ । ସେ ହିଁ ଆରାଧ୍ୟ ଦେବତା ବିଷ୍ଣୁ, ସେ ହେଉଛନ୍ତି ସକଳ ପ୍ରାଣୀ ଜଗତର ପିତାମାତା । ସେ ସଂସାରର ସର୍ବକାରିଣୀ ଶକ୍ତିରୂପେ ବିଦ୍ୟମାନ ।

ଗ – ‘ଗ’ର ଅର୍ଥ ଗଗନ, ସ୍ୱର୍ଗ, ଗୁରୁ । ଅର୍ଥାତ୍ ସେ ହେଉଛନ୍ତି ଅନନ୍ତ, ସାଗର ପରି ଗଭୀର, ଗୋଲାପ ପରି କୋମଳ । ସେ ସମସ୍ତଙ୍କର ଗୁରୁ, ତାଙ୍କର ଶ୍ରୀଚରଣ ତଳେ ଆଶ୍ରୟ ପାଇବା ସମସ୍ତଙ୍କର କାମ୍ୟ ।

ନ୍ନା(ନ) – ‘ନ’ ର ଅର୍ଥ ନିରାକାର, ନିର୍ବିକାର, ଅବିନାଶୀ, ସ୍ଥାନାତୀତ, ନିର୍ମାୟା, ନିରୀହ, ନିର୍ମଳ । ନିରାକାର, ନିର୍ଗୁଣ, ନିତ୍ୟ, ଅବିନାଶୀ ପରମାତ୍ମା ପରମେଶ୍ୱରଙ୍କର ସାକାର, ସଗୁଣ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ ।

ଥ – ‘ଥ’ର ଅର୍ଥ ପର୍ବତ, ଭୟତ୍ରାତା, ମଙ୍ଗଳ, ରକ୍ଷଣ । ସେ ଅଜେୟ, ଅନାଥର ନାଥ, ଭୟ ନାଶକ, ସର୍ବ ମଙ୍ଗଳକାରକ । ସେ ଦ୍ରୌପଦୀଙ୍କର ମାନ ରକ୍ଷଣ, ଗଜ ଉଦ୍ଧାରଣ ପରି ସମସ୍ତଙ୍କର ଦୁଃଖ ଦୂର କରନ୍ତି ।

ଶ୍ରୀ ଜଗନ୍ନାଥଙ୍କ କଥା

ରତ୍ନବେଦୀରେ ଭାଇ ଭଉଣୀଙ୍କ ସ‌ହ ମହାପ୍ରଭୂ ।

ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ରତ୍ନବେଦୀ ଉପରେ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି । ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।

ମହତ ବାଣୀ

ଲକ୍ଷ୍ୟ ଯେଉଁଠାରେ ଅସତ୍, ସେଠାରେ ଅତ୍ୟନ୍ତ ସତ୍ ଉପାୟ ମଧ୍ୟ ଅସତ୍ରେ ପରିଣତ ହୁଏ । – ଗାନ୍ଧିଜୀ

ସଂକୀର୍ଣ୍ଣ ମନୋଭାବ ଦ୍ୱାରା କୌଣସି ଜାତି ପୃଥିବୀରେ ମହାନ୍ ହୋଇପାରି ନାହିଁ, ପାରିବ ନାହିଁ ମଧ୍ୟ ।   – ନେହେରୁ

ଯେଉଁଠି ଶିଶୁ; ସେଇଠି ସୁବର୍ଣ୍ଣ ଯୁଗ ।   – ନୋଭାଲିସ୍

ସକଳ କର୍ତ୍ତବ୍ୟର ମୂଲ୍ୟ ଏକ, ପୁରସ୍କାର ଏକ । ଈଶ୍ୱରଙ୍କ ଚକ୍ଷୁରେ କର୍ତ୍ତବ୍ୟର ବଡସାନ ଗଣନା ନାହିଁ ।   – ବିଶ୍ୱନାଥ କର

ମୁହଁ ଦେଖି ଲୋକ ଚିହ୍ନିଲା ପରି ନାଆଁ ଜାଣି ମଧ୍ୟ ଲୋକ ଚିହ୍ନି ହୁଏ ।    – ଫୁଲର

ସତ୍ୟାନୁସରଣ ହିଁ କେବଳ ମନୁଷ୍ୟକୁ ଦାସତ୍ୱରୁ ମୁକ୍ତ କରି ମର୍ତ୍ୟରେ ଦେବତାର ରାଜ୍ୟ ପ୍ରତିଷ୍ଠା କରି ପାରିବ ।    – ମେରିବେକର ଏଡ୍

ସତ୍ୟ ହିଁ ଜଗତର ପ୍ରାଣ – ପ୍ରାଣଶୂନ୍ୟ ବସ୍ତୁ ଜଗତରେ କେବଳ ଦୁର୍ଗନ୍ଧ ବିସ୍ତାର କରେ, ସୁତରାଂ ତାହାର ସତାର ତିରୋଧାନ ଶ୍ରେୟସ୍କର ।              – ବିଶ୍ୱନାଥ କର

ବିଶ୍ୱାସ ଭିତରେ ହିଁ ବନ୍ଧୁତା ବଂଚି ପାରିବ ।   – ଯୋଶେଫ

ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି – ତାହାର ନାମ ଆଳସ୍ୟ ।     – ଜେରେମୀ

ତୁମର ବ୍ୟବହାର ଦ୍ୱାରା ହିଁ ତୁମେ ତୁମର ଶତ୍ରୁ ଓ ମିତ୍ର ସୃଷ୍ଟି କରିପାର ।  – ଅଜ୍ଞାତକ ନୀତିବାକ୍ୟ

ଚାଲାକି ଦ୍ୱାରା କୌଣସି ମହତ୍ କାର୍ଯ୍ୟ ହୁଏ ନାହିଁ । ପ୍ରେମ, ସତ୍ୟାନୁରାଗ ଓ ମହାବୀର୍ଯ୍ୟର ସହାୟତାରେ ସକଳ କାର୍ଯ୍ୟ ସମ୍ପନ୍ନ ହୁଏ ।                  – ସ୍ୱାମୀ ବିବେକାନନ୍ଦ

ମୋ ବ୍ୟତୀତ ଅନ୍ୟ ସମସ୍ତେ ଯଦି ଏ ଦୁନିଆରେ ଅନ୍ଧ ହୋଇଥାନ୍ତେ, ତା’ହେଲେ ଦାମିକା ପୋଷାକ ପତ୍ର, ଖଟ ପଲଙ୍କ ବଡ ବଡ ଘରବାଡି ମୋର ଦରକାର ହୁଅନ୍ତା ନାହିଁ, କାରଣ ଅନ୍ୟମାନଙ୍କ ଆଖି ହିଁ ମୋତେ ବିଳାସବ୍ୟସନ ଆଡକୁ ଟାଣି ନେଉଛି ।   – ଫ୍ରାଙ୍କ୍ଲିନ୍

ଅଜ୍ଞ ବନ୍ଧୁ ବିପଦ୍ଜନକ, କିନ୍ତୁ ବିଞ୍ଜ ଶତ୍ରୁ ତା’ଠାରୁ ଭଲ ।   – ଚାଣକ୍ୟ

ଅନ୍ୟମାନଙ୍କଠାରୁ ତୁମେ ଯେଉଁଭଳି ଆଚରଣ ଚାହଁ ନାହିଁ, ସେହିଭଳି ଆଚରଣ ଅନ୍ୟମାନଙ୍କ ପ୍ରତି କେବେହେଲେ ଦେଖାଅ ନାହିଁ । – କନ୍ଫୁସିଅସ

ହାତର ସୃଷ୍ଟି ହୋଇଛି ଶ୍ରମ କରିବା ପାଇଁ, କିନ୍ତୁ ଲୁଣ୍ଠନ ବା ଚୋରି କରିବା ପାଇଁ ନୁହେଁ । – ଆଇଜାକ୍ ୱାଟ୍ସ

ଭଗବାନ ଯାହାକୁ ଖୁବ୍ ଶ୍ରଦ୍ଧା କରନ୍ତି, ତାକୁ ହିଁ ଥରେ ଦୁଃଖ ଦିଅନ୍ତି – କାରଣ ଦୁଃଖ ହେଉଛି ଭଗବାନଙ୍କର ଗାଳି । – ସାଉଦେ

ଆମେ ସବୁବେଳେ ଅନ୍ୟକୁ ମାଠିଆ ଉପଦେଶ ଦେଇଥାଉ, କିନ୍ତୁ ନିଜେ ଉପଦେଶ ନେଲାବେଳକୁ ନେଉ କୁଟା ଅଗରେ । – ଅଲ୍ଜର

ପାପର ପଥରେ ଲୋକ ଲାଭବାନ୍ ହୋଇପାରେ, କିନ୍ତୁ ସେ ଲାଭ, ସେ ଉନ୍ନତି କେତେଦିନ ପାଇଁ? ସମୟ ସ୍ରୋତରେ ପାପ ମିଳାଇ ଯିବ, ଯାହା ନ୍ୟାୟ, ଯାହା ସତ୍ୟ, ତାହା ହିଁ ନିତ୍ୟ ରହିବ । – ମାଥ୍ୟୁ ହେଲ

ଯେଉଁ ଜାତି ନିଜ ସାହିତ୍ୟିକ ପରମ୍ପରା ପ୍ରତି ଅନାଦର ଦର୍ଶାଏ ସେ ଜାତି ଯଥାର୍ଥରେ ଆଦିମ ଓ ବନ୍ୟ । – ଟି.ଏସ୍. ଏଲିଅଟ୍

ଅହିଂସାର ସରଳ ଅର୍ଥ ହେଉଛି – କୌଣସି ପ୍ରାଣୀ ହୃଦୟରେ ବ୍ୟଥା ଦିଅ ନାହିଁ ଏବଂ ଶତ୍ରୁକୁ ନିଜ ଅନ୍ତରରେ ପ୍ରେମ ଦ୍ୱାରା ପ୍ରଭାବିତ କର । – ଗାନ୍ଧିଜୀ

ଯଦି ତୁମେ ଭଲ ହେବାକୁ ଇଚ୍ଛା କର, ତେବେ ସର୍ବପ୍ରଥମେ ତୁମେ ମନେ କର ଯେ, ତୁମେ ଅତି ଖରାପ । – ଏପିକ୍ ଟେର୍ଟେସ

ନଗରର ବାହ୍ୟ ଆଡମ୍ବର, ଉଚ୍ଚ ଅଟ୍ଟାଳିକା ଓ ସୁନ୍ଦର ସୁସଜ୍ଜିତ ପ୍ରାସାଦ ଦେଖି ମୁଗ୍ଧ ହେବାର କିଛି ନାହିଁ । କାରଣ ତାହା କେବଳ କାଠ, ଇଟା ଓ ପଥରରେ ତିଆରି । କିନ୍ତୁ ନଗରର ଅଧିବାସୀ ଯଦି ସତ୍ ଓ ମହତ୍ ହୁଅନ୍ତି, ତା’ହେଲେ ଯାଇ ସେ ନଗର ସୁନ୍ଦର ଓ ମନୋହର ହୁଏ । –           ପିଥାଗୋରାସ

ଜ୍ଞାନୀ ବ୍ୟକ୍ତି କଦାପି ବାହାରର ରୂପ ଦେଖି ମୁଗ୍ଧ ହୁଅନ୍ତି ନାହିଁ । ସେ କାର୍ଯ୍ୟକ୍ରମ ବିଷ୍ଲେଷଣ କରି ମନୁଷ୍ୟକୁ ବିଚାର କରନ୍ତି । – ଏପିକି ଭରସ

ଧର୍ମ,ଚାଣକ୍ୟ ନୀତି |


         ଉପଯୁକ୍ତ କର୍ମର ଅନ୍ୟ ନାମ ଧର୍ମ । କିନ୍ତୁ ଏ ସଂସାରରେ ଅନେକ ଧର୍ମଧାରଣା, ଅନେକ ଧର୍ମପୀଠ ରହିଛି । ଇଚ୍ଛାନୁସାରେ ମଣିଷ ଯେ କୌଣସି ଧର୍ମ ଗ୍ରହଣ କରିପାରେ । ସେ ଧର୍ମର ଉପାସନାପୀଠକୁ ଯାଇପାରେ । ନୀତିନିୟମ ପାଳନ କରିପାରେ । ଦେଖାଯାଉଛି ଯେ ଦୀର୍ଘକାଳ ଧରି ସଂସାରବକ୍ଷରେ ଧର୍ମକୁ ଦ୍ୱାହୀ ଦେଇ ନାନା ବ୍ୟଭିଚାର, ଶୋଷଣ, ଅତ୍ୟାଚାର ଚାଲି ଆସୁଛି । ସବୁ ଧର୍ମର ମୂଳମନ୍ତ୍ର ପ୍ରାୟତଃ ଏକ । ଅଥଚ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନରହିବାର କାରଣ କ’ଣ ହୋଇପାରେ? ବୁଦ୍ଧିଜିବୀ ଚାଣକ୍ୟ “ମାନବିକତା” କୁ ଶ୍ରେଷ୍ଠଧର୍ମ ରୂପେ ପ୍ରତିପାଦିତ କରିଛନ୍ତି । ଯିଏ ଯେଉଁ ଧର୍ମକୁ ମାନୁଥାଉ ପଛକେ ତା ପାଖରେ ମାନବିକତା ଥିଲେ ତାକୁ ସମସ୍ତେ ଭଲ ପାଇବେ ଏଥିରେ ସନ୍ଦେହ ନାହିଁ ।

  • ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ।
  • ସଂସାରରେ କିଛି ବି ସ୍ଥାୟୀ ନୁହେଁ । ସବୁ ଅସ୍ଥାୟୀ । ସବୁକିଛିର ବିଲୟ ରହିଛି ।
  • ପୁରୁଷର ମନ ସଦା ଚଂଚଳ ।
  • ଅର୍ଥର ଅନ୍ୟନାମ ଚଂଚଳା । ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରେ ନାହିଁ । ଅର୍ଥ ସେମିତି ଆଜି ତମ ପାଖରେ ତ କାଲି ତାଙ୍କ ପାଖରେ । ପୁଣି କେବେ ଅନ୍ୟମାନଙ୍କ ପାଖରେ ଥାଏ ।
  • ସଂସାରରେ ସମସ୍ତେ ଚଳଚଂଚଳ । ସଦା ଗତିଶୀଳ । ଧନ, ଜ୍ଞାତିବନ୍ଧୁ ସମ୍ପର୍କ, ଘରଦ୍ୱାର, ଆସବାବ ସବୁକିଛି ଚଚଂଳ । ସ୍ଥାୟୀ ଭାବରେ କେହି ଜଣକ ପାଖରେ ରହିପାରେ ନାହିଁ ।
  • ଧର୍ମ କେବଳ ଏକମାତ୍ର ସ୍ଥାୟୀ ଅଟେ । ଏହା ଅଟଳ ଅବିଚଳ ଯେହେତୁ ଧର୍ମ ସତ୍ୟ ଉପରେ ଆଧାରିତ ।
  • ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ ।
  • ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି ।
  • ଶୁଣି ଶୁଣି ମନେ ରଖାଯାଇ ପାରୁଥିଲା ବୋଲି ପୁରାତନ ଅନେକ ଗ୍ରନ୍ଥଃର ଅନ୍ୟ ନାମ ଶ୍ରୁତି ।
  • ଶୁଣି ଶୁଣି ମଣିଷ ମୋକ୍ଷ ପାଇପାରେ ।
  • ପ୍ରତ୍ୟେକ ଭଲ କଥା, ନୀତିଶାସ୍ତ୍ର, ଧର୍ମପୁରାଣ, ପ୍ରବଚନ, ତନ୍ତ୍ର, ମନ୍ତ୍ର, ଭଜନ, କୀର୍ତ୍ତନ ଆଦି ମଣିଷ ନିଜେ ପଢି ନପାରିଲେ ମଧ୍ୟ କେବଳ ଶୁଣି ଶୁଣି ସୁଫଳ ପାଇପାରେ ।
  • ଶୁଣିବାର ଏକ ନିୟମ ରହିଛି । ଖରାପ କଥା ନଶୁଣି କେବଳ ଭଲ କଥା ଶୁଣିବ । ସେଇ ଅନୁସାରେ ଭଲ କାମ ମଧ୍ୟ କରିବ ।
  • ଯାହା ହେବାକୁ ଥିବ ନିଶ୍ଚୟ ହେବ । ତାକୁ କେହି ବାଧା ଦେଇପାରିବ ନାହିଁ ।
  • ଘଟଣାର ପ୍ରଭାବ ଅନୁସାରେ ମଣିଷର ବ୍ୟବହାର, ଆଚରଣ ବଦଳିଯାଇଥାଏ ।
  • “ଦାନ ଏବଂ ଜ୍ଞାନ” ଏ ଦୁଇଟି ପୁରୁଷ ପାଇଁ ଏକାନ୍ତ ଆବଶ୍ୟକ । ଦାନ କଲେ ଏବଂ ଜ୍ଞାନ ଅର୍ଜ୍ଜନରେ ମନ ଲଗାଇଲେ ସମୟ ଅଯଥା ଅପବ୍ୟୟ ହୁଏ ନାହିଁ ।
  • ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରିଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ଯିଏ ପ୍ରଯତ୍ନ ନକରେ ତାର ଜୀବନ ବୃଥା ହୋଇଯାଏ । ସେ ଏକ ବୋଝ ପରି ହୋଇଥାଏ ।
  • ସମୟ ସହିତ ତାଳ ଦେଇ ଭଲ କାମ କରିପାରିଲେ ଜୀବନ ଧନ୍ୟ ହୁଏ ।
  • ଜୀବନ କ୍ଷଣସ୍ଥାୟୀ । ଏଣୁ ଜୀବନର ପ୍ରତିଟି ମୁହୂର୍ତକୁ ଭଲକାର୍ଯ୍ୟରେ ଉପଯୋଗ କରାଯିବା ଆବଶ୍ୟକ ।
  • ଏ ଶରୀର, କଳ୍ପନା, ଆଶା, ଆକାଂକ୍ଷା, ଧନ ସମ୍ପତ୍ତି ସବୁ କିଛି ଧ୍ୱଂସ ହୋଇଯାଏ ମୃତ୍ୟୁରେ । ମୃତ୍ୟୁ ଆଗରୁ ଏମିତି କିଛି କାମ କରାଯିବା ଆବଶ୍ୟକ ଯାହା ଫଳରେ କାଳ କବଳିତ କରିପାରିବନି ଯଶକୁ ସୁନାମକୁ ।
  • ସବୁଠାରୁ ବଡ ଶକ୍ତି ଅଗ୍ନି । ସେ ସର୍ବସ୍ୱ ଧ୍ୱଂସ କରିପାରନ୍ତି । ମଣିଷ ନିଜ ପେଟର ଅଗ୍ନିକୁ ପ୍ରଶମିତ କରିବା ପାଇଁ ଧର୍ମ ଅଧର୍ମ ସବୁ କିଛି ଭୁଲିଯାଇପାରେ ।
  • ଶକ୍ତିମାନେ ପ୍ରାଣୀମାନଙ୍କର ନିଷ୍ଠା ଓ ଅଖଣ୍ଡ ବିଶ୍ୱାସରେ ବାସ କରନ୍ତି ।
  • ସାଧାରଣ ଲୋକେ ପଥର ଦେହରେ ସିନ୍ଦୁର ମାରି ତାକୁ ଶକ୍ତି ବା ଦେବତା ଜ୍ଞାନ କରି ପୂଜା କରନ୍ତି । ଫଳବି ପାଆନ୍ତି । ଏହାର ମୂଳରେ ନିହିତ ଥାଏ ସେମାନଙ୍କର ନିଷ୍ଠା ଓ ଅଖଣ୍ଡ ବିଶ୍ୱାସ ଦେବତା ନୁହେଁ।
  • ସାଧୁ, ସନ୍ଥ, ଜ୍ଞାନୀମାନେ ଜଗତର ଜଡ, ଚେତନ, କୀଟ ତରୁଲତା ପ୍ରାଣୀଙ୍କ ଦେହରେ ଶକ୍ତି ବା ଈଶ୍ୱରଙ୍କ ସତ୍ତା ଅନୁଭବ କରନ୍ତି ।
  • ସତ୍ୟ କଥନ ଶ୍ରେଷ୍ଠ ବଚନ ।
  • ସତ୍ୟ ପାଳନ ଶ୍ରେଷ୍ଠ ଧର୍ମ ।
  • ସତ୍ କର୍ମ ଶ୍ରେଷ୍ଠ କର୍ମ ।
  • ନିଜର ଏବଂ ଅନ୍ୟର ଆତ୍ମାର ଆହ୍ୱାନକୁ ଏଡି ଦେଇ ହେବନାହିଁ ।
  • ମନ୍ଦିରରେ ଶକ୍ତି ବା ଦେବତା ନଥାନ୍ତି । ଶକ୍ତି ଥାଆନ୍ତି ସବୁରି ଆତ୍ମା ଭିତରେ ।
  • ଭାବନା ଓ ଶ୍ରଦ୍ଧାର ଅନ୍ୟ ନାମ ଶକ୍ତି ବା ଦେବତା ।
  • ସମଗ୍ର ସୃଷ୍ଟି ଏକ ପ୍ରକାର ଭାବନା ଉପରେ ଆଧାରିତ । ଯାହାର ଭାବନା ଯେଡେ ତାର ପ୍ରଭୁ ତେଡେ ।
  • ଭାବନାନୁସାରେ ଠାକୁର ଶକ୍ତିଙ୍କର ଅଭ୍ୟୁଥାନ ଘଟିଥାଏ । ଆମ ଭାବନା ଯେପରି ହେବ ଠିକ୍ ସେଇପରି ଆକୃତି ବିଶିଷ୍ଟ ଦେବଦେବୀ ଆମକୁ ଦେଖାଯିବେ ।
  • ମାଟି, ପଥର, କାଠ ବା ଧାତୁରେ ମୁର୍ତ୍ତି ତିଆରି ହୋଇପାରେ । ପୂଜା କରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ । ଆତ୍ମାର ଶ୍ରଦ୍ଧା ସବୁଠାରୁ ବଡ ପୂଜା ।
  • ଫଳ ଆଶା ରଖିବା ଆଗରୁ ଭାବନାକୁ ଶୁଦ୍ଧ କରିବା ଆବଶ୍ୟକ ।
  • ବିଷୟ ବାସନା, ଭୋଗ, ଲାଳସା ସବୁ ଅଧର୍ମର ମୂଳବୀଜ । ଏସବୁଠାରୁ ନିଜକୁ ଦୂରେଇ ରଖିବା ବିଜ୍ଞତାର ପରିଚାୟକ ।
  • ସତ୍ପଥ ଶ୍ରେଷ୍ଠ ପଥ । ଏ ପଥରେ ଚାଲିଲେ ପାଦରେ କଂଟା ଲାଗେ ନାହିଁ ।
  • ସତ୍ୟ ମହାନ, ସତ୍ୟ ଚିରସ୍ଥାୟୀ ।
  • ଚନ୍ଦ୍ର, ସୂର୍ଯ୍ୟ, ବାୟୁ, ଜନ୍ମ, ମରଣ ସବୁ କିଛି ସତ୍ୟ ଉପରେ ଆଧାରିତ ।
  • ସତ୍ୟକୁ ଛାଡି ଦେଲେ ସବୁ ମିଥ୍ୟା, ଅଳୀକ, ଅସାର ।
  • ଆଶାନୁରୂପ ଫଳ ନମିଳିଲେ ଅଧୈର୍ଯ୍ୟ ନହୋଇ ଧୈର୍ଯ୍ୟର ସହିତ ଅଧିକ ସୁଫଳ ପାଇବା ପାଇଁ ପ୍ରଯତ୍ନ ଜାରି ରଖିବା ଉଚିତ୍ ।
  • ମୃତ୍ୟୁ ହେଉଛି ସବୁଠାରୁ ଅଧିକ ଶକ୍ତିଶାଳୀ ।
  • ମୃତ୍ୟୁ ପାଖରେ ଉଚ୍ଚ ନୀଚ, ଛୋଟ ବଡ, ଧନୀ ଗରିବ, ରାଜା ପ୍ରଜା, ଦେବ ଦାନବର କିଛି ଫରକ ନାହିଁ । ସେ ସମସ୍ତଙ୍କୁ ସମାନ କରିଦିଏ । ମୃତ୍ୟୁକୁ ସଚେତନ, ପ୍ରାଜ୍ଞ ବ୍ୟତୀତ ଅନ୍ୟ ସମସ୍ତେ ଡରନ୍ତି ।
  • ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ ।
  • ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ ।
  • ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ ।
  • ମଣିଷ ସଂସାରର ମାୟା ଜାଲରେ ବାନ୍ଧି ହୋଇଥାଏ । ତା ଆଖିରେ ସ୍ୱାର୍ଥ, ଲୋଭ, ମୋହର ଅନ୍ଧପୁଟୁଳି ବନ୍ଧା ଯାଇଥାଏ । ଏସବୁର ଉଦ୍ଧ୍ୱର୍ରେ ରହିପାରିଲେ ଜଣେ କାଳ ବିଜୟୀ ହୋଇପାରିବ।
  • ମୃତ୍ୟୁ କାଳରେ ଧନ, ସମ୍ପଦ, ଯଶ, ଗୌରବ କିଛି ସାଥିରେ ଯାଏ ନାହିଁ । କେବଳ କର୍ମ ହିଁ ମଣିଷକୁ ଅମର ରଖେ ।
  • ଅନ୍ୟର ମଙ୍ଗଳ କାମନା କରିଥିବା ଲୋକ ହିଁ ଆତ୍ମ ଶାନ୍ତି ଲାଭ କରିପାରେ ।
  • ଧର୍ମର ଅନ୍ୟ ଅର୍ଥ ସତ୍ କର୍ମ ଓ ପରୋପକାର ।
  • ଇନ୍ଦ୍ରୀୟ ସଂଯମ, ଜୀବନ ଦୟା, ଆତ୍ମବତ୍ ନୀତିରେ ଚାଲିଲେ ବୁଦ୍ଧିର ଶୁଦ୍ଧି ଘଟିଥାଏ ।
  • କର୍ମ ଘେନି ମଣିଷ ଛୋଟ ବଡ, ଉଚ୍ଚ ନୀଚ ଜାତିର ବୋଲି ଜଣା ଯାଏ ।
  • ଫୁଲର ସୁଗନ୍ଧକୁ ଦେଖି ହୁଏ ନାହିଁ । ଚିନିର ମିଷ୍ଟତା ଦେଖି ହୁଏ ନାହିଁ । ଅନୁଭବ କରି କହି ହୁଏ । ସେହିପରି ମଣିଷର ଶରୀରରେ ଯେଉଁ ଶକ୍ତି ଶରୀରକୁ ନିୟନ୍ତ୍ରଣ କରିଥାଏ ବା ଆତ୍ମା ବାସ କରିଥାଏ ତାସବୁ ଅନୁଭବ କରାଯାଇପାରେ ।
  • ଆତ୍ମାକୁ ଅଲଗା କରି ଶରୀରରୁ ଜଣକର ଅନ୍ତର୍ନିହିତ ଭାବର ମୂଲ୍ୟାଙ୍କନ କରାଯାଇପାରେ ନାହିଁ ।
  • ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର । ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ ।
  • ସୁନାର ମହକ ନାହିଁ କିନ୍ତୁ ଜ୍ୟୋତି ଅଛି ଯାହା ସମସ୍ତଙ୍କୁ ଆକର୍ଷିତ କରିପାରେ ।
  • ପ୍ରକୃତିର ନିୟମ ଅନୁସାରେ ସମସ୍ତେ ଚଳିବାକୁ ବାଧ୍ୟ । ପ୍ରକୃତିକୁ କେହି ବାଧା ଦେଇପାରିବେ ନାହିଁ । ପ୍ରାକୃତିକ ନିୟମକୁ କେହି ବଦଳାଇ ପାରିବ ନାହିଁ ।
  • ପ୍ରକୃତି ମହାନ୍ ସର୍ବ ଶକ୍ତିମାନ । ସେ ସଂସାରର ଡୋରୀ ହାତରେ ଧରି କୀଟ, ତରୁ, ଜୀବଜନ୍ତୁଙ୍କୁ ନଚାଉଛନ୍ତି । ରାଜାଙ୍କୁ ପ୍ରଜା, ପ୍ରଜାକୁ ରାଜା, ଧନୀକୁ କାଙ୍ଗାଳ, କାଙ୍ଗାଳକୁ ଧନୀ କରୁଛନ୍ତି । କର୍ମ ଉପରେ ଭରସା ରଖିଲେ ସବୁ ସମ୍ଭବ ହୋଇପାରିବ ।
  • ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି । ଯାହା ହୋଇଛି ଭଲ ହୋଇଛି ଏବଂ ଯାହା ଆଗକୁ ହେବ ତାହା ମଧ୍ୟ ଭଲ ହେବ । ସବୁ ସେଇ ନୀୟତିର ଇଚ୍ଛା ।
  • ଯିଏ ଧନ ଲୋଭରେ ପାଗଳ ପ୍ରାୟ । ଖରାପ କାମ କରି ଧନ ଅର୍ଜ୍ଜନ କରେ । ପାପ ଶକ୍ତିରେ ବଳୀୟାନ । ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ ମଧ୍ୟ ସେ ବଡ ଭୀରୁ । ତାକୁ ସର୍ବଦା ମରଣର ଭୟ ଘାରୁଥାଏ ।
  • ଯେଉଁ ପ୍ରାଣୀ ଦାନ ଦିଏ ନାହିଁ, ସାଧୁସଙ୍ଗ କରେ ନାହିଁ, ଗୁରୁଜନଙ୍କୁ ମାନେ ନାହିଁ, ସେ ବଂଚି ଥାଇ କିଛି ଲାଭ ନାହିଁ । ତା ଜୀବନର କିଛି ସାର୍ଥକତା ନଥାଏ । ସେ ଶବ ସହିତ ସମାନ ।
  • ପେଚା ଦିନରେ ଦେଖିପାରେ ନାହିଁ ଏଥିରେ ସୂର୍ଯ୍ୟର ଦୋଷ କ’ଣ? କୌଣସି ଗଛରେ ପତ୍ର ନ କଅଁଳିଲେ, ଫଲ ନଫୁଟିଲେ ବସନ୍ତର ଦୋଷ କ’ଣ? ଚାତକ ମୁହଁରେ ପାଣି ନପଡିଲେ ବାଦଲର ଦୋଷ କ’ଣ? ଯାହାକୁ ଯାହା କରିଛି ପ୍ରକୃତି ତହୁଁନିକି ତାହା ଅନ୍ୟଥା ହୋଇବ? ପ୍ରକୃତି ଯାହାକୁ ଯାହା ଶକ୍ତି ଦେଇଛି ସେଇଥିରେ ସନ୍ତୁଷ୍ଟ ରହି ଯିଏ ସତ୍ କର୍ମ କରିପାରିବ ସେଇ ଧନ୍ୟ ହେବ ।
  • ଧର୍ମ କାର୍ଯ୍ୟରେ ସଦା ଆଗରେ ରହିବା, ମିଠା କଥା କହି ମନ ମୋହିବା, ଦାନପୁଣ୍ୟ କରିବା, ଅତିଥି ଅଭ୍ୟାଗତ ସଦ୍ଜନଙ୍କ ସତ୍କାର କରିବା, ନମ୍ରତା, ଗମ୍ଭୀରତା, ଶୁଦ୍ଧ ବିଚାର, ଦୁଃଖୀ ଜନତାର ସେବା କରିବା, ମହତଧର୍ମର ଏକ ଏକ ଅଙ୍ଗ । ଯେ ଏସବୁ ଠିକ୍ ଭାବରେ କରିପାରେ ତାର ଦୁଃଶ୍ଚିନ୍ତା, ଅଭାବ ନଥାଏ । ସେ ସଦା ସୁଖୀ ।
  • ତୀର୍ଥଯାତ୍ରା, ପୂଜା, ତୀର୍ଥ ସ୍ଥାନ, ଏସବୁ କେବଳ ମନକୁ ବୁଝାଇବା ପାଇଁ । ତୀର୍ଥରେ ଯାଇ ସ୍ନାନ କଲେ, ପୂଜାର୍ଚ୍ଚନା କଲେ ପାପର ପ୍ରାୟଶ୍ଚିତ ହୁଏ ବୋଲି କୁହନ୍ତି । ସତରେ କ’ଣ ପାପର ବୋଝ ହାଲୁକା ହୋଇଯାଏ? ନା । ମଦ୍ୟପାତ୍ର ଭାଙ୍ଗି ଦେଲେ ଯେପରି ନିଶାଖୋରର ନିଶା ଛାଡିଯାଏ ନାହିଁ ଠିକ୍ ସେଇପରି ଯେତେ ତୀର୍ଥାଟନ, ତୀର୍ଥସ୍ନାନ କଲେ ବି ପାପର ପ୍ରାୟଶ୍ଚିତ ହୁଏ ନାହିଁ । ଏଥିପାଇଁ ଆତ୍ମାନୁଶୀଳନ, ଅନୁତାପ, ଆତ୍ମଚିନ୍ତନର ଆବଶ୍ୟକତା ରହିଛି ।
  • ଯିଏ ମନକୁ ଚିହ୍ନେନା, ଯିଏ ଅନ୍ୟର ଅନ୍ତରକୁ ଚିହ୍ନେନା, ଯିଏ ଶୁଦ୍ଧ ଚିତ, ପବିତ୍ର ନୁହେଁ ସେ କଦାପି ସଦ୍ଜନ ନୁହେଁ ।
  • ଯେଉଁ ସଦ୍ଜନ ବିଦ୍ୱାନ, ଧର୍ମ ପରାୟଣ, ପରୋପକାରୀ, ଜଗତର ମଙ୍ଗଳ ସାଧନା ଯାହାର କର୍ତ୍ତବ୍ୟ ସେ ଶ୍ରେଷ୍ଠ ସଦ୍ଜନ ।
  • ହୀରା ମୋତି ମାଣିକର ବାଦଶାହ ଚିନ୍ତାମଣି ଏକ ପଥର ମାତ୍ର ।
  • ଭଲ କାମ କରି ଅଳ୍ପକାଳ ବଂଚୁଥିବା ଲୋକଟି ଅମର ହୋଇ ରହିଯାଏ । ତାକୁ ସମସ୍ତେ ଝୁରନ୍ତି ।
  • କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ ।
  • ସବୁ ପ୍ରାଣୀଙ୍କର ଆୟୁ, ବିଦ୍ୟା, ଧନ, ମୃତ୍ୟୁ କର୍ମ ନିର୍ଦ୍ଧିଷ୍ଟ । ଏହାକୁ କର୍ମର ଫଳ କୁହାଯାଇଥାଏ । ସମସ୍ତେ କର୍ମର ଦାସ । ଯିଏ ଯେପରି କର୍ମ କରେ ସିଏ ସେପରି ଫଳ ପାଏ ।
  • ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ।
  • ଭାଗ୍ୟ ଉପରେ ନିର୍ଭର କରି ନିକମା ହୋଇ ବସି ରହିଲେ କିଛି ଲାଭ ନାହିଁ । କର୍ମ କରିବାହିଁ ପରମଧର୍ମ ।
  • ଆତ୍ମଜ୍ଞାନ ପ୍ରାଣୀକୁ ଅନ୍ଧକାର ମଧ୍ୟରୁ ବାହାର କରି ଆଲୋକିତ ଦୁନିଆଁକୁ ନେଇଯାଏ । ଜ୍ଞାନ ହିଁ ଉଜ୍ଜ୍ୱଳ ଆଲୋକ । ଏହାର ଜ୍ୟୋତିରେ ସମସ୍ତ ଅଭିନବ ତୁଟିଯାଏ ।
  • ଜ୍ଞାନ ଶାସ୍ତ୍ର ଅଗଣିତ । ବିଦ୍ୟାର କୌଣସି ସୀମା ନାହିଁ । ମାତ୍ର ଏ ଜୀବନ ସୀମିତ । ବାଧା ବିପଦ ଅନେକ । ଏଣୁ ଜ୍ଞାନକୁ ନିଜ ଭିତରେ ହଜମ କରି ସବୁ ଭଲ ଗୁଣକୁ ଆଦରି ନେଲେ, ଭଲକାମ କଲେ ନିଶ୍ଚିତ ଭାବରେ ମୁକ୍ତି ଓ ମୋକ୍ଷ ମିଳିପାରେ ।
  • ଗୁଡାଏ ବହି ପାଖରେ ରଖିଲେ କେହି ବିଦ୍ବାନ ହୋଇଯାଏନା । ଏପରି ହେଉଥିଲେ ତ ବହି ଦୋକାନୀମାନେ ମହାଜ୍ଞାନୀ ପାଲଟି ଯାଆନ୍ତେ ।
  • ଗୁଡିଏ ବହି କେବଳ ପଢି ଦେଲେ ମଧ୍ୟ ଜଣେ ବିଦ୍ବାନ ବୋଲି ମାନ୍ୟତା ପାଇପାରିବ ନାହିଁ । ସତ୍ କର୍ମ ଗ୍ରନ୍ଥକୁ ପଢି ଯିଏ ତାର ସାରମର୍ମ ଗ୍ରହଣ କରେ ଏବଂ ସେଇ ଅନୁସାରେ ନିଜର ଜୀବନକୁ ଗଢିବା ସହିତ ଅନ୍ୟମାନଙ୍କୁ ଉଚିତ୍ ପରାମର୍ଶ ପ୍ରଦାନ କରେ ସେଇ ପ୍ରକୃତ ଜ୍ଞାନୀ ଓ ଧାର୍ମିକ ।
  • କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଂକାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ ।
  • କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ । ଏହାସହିତ ସତ୍ କର୍ମ, ଆଚରଣ, ନିଷ୍ଠା ଜଡିତ ହେବା ଆବଶ୍ୟକ ।
  • କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ ।
  • ଜ୍ଞାନ ଜୀବନର ଶେଷ ଲଗ୍ନ ପର୍ଯ୍ୟନ୍ତ ଆଲୋକର ପଥ ପରିଷ୍କୃତ କରିଥାଏ ।
  • ସବୁ ଧର୍ମକୁ ଭଲ ପାଇବା ପ୍ରକୃତ ଧାର୍ମିକର ଲକ୍ଷଣ ।
  • ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ ।
  • ସବୁ ଧର୍ମର ଲକ୍ଷ୍ୟ ଏକ ମୋକ୍ଷ ଓ ଶାନ୍ତି ।
  • ଜ୍ଞାନୀ ମଣିଷ ମାୟା ଜାଲରେ ନପଶି ମୁକ୍ତ ଭାବରେ ବିଚରଣ କରିବାକୁ ସକ୍ଷମ ହୋଇଥାଏ ।
  • ନିଜ ଇଚ୍ଛାରେ କେବେ ସୁଖ ମିଳେ ନାହିଁ । ଆତ୍ମ ସନ୍ତୋଷ ହିଁ ପ୍ରକୃତ ସୁଖ ।
  • ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ । ସଂସାରକୁ ମାୟାଜାଲ ବୋଲି ବର୍ଣ୍ଣନା କରେ । ଦୁଷ୍କର୍ମ ଠାରୁ ଦୂରେଇ ରହିବାକୁ ପ୍ରତିଜ୍ଞା କରେ । ମାତ୍ର କିଛି କାଳ ପରେ ପୁଣି କ୍ଷଣିକ ସୁଖରେ ସବୁଭୁଲେ । ଏହା ଠିକ୍ ନୁହେଁ ।
  • କେତେକ ଲୋକ ଏପରି ଅଛନ୍ତି ଯେଉଁମାନେ କି ନିଜକୁ ସବୁଠାରୁ ଅଧିକ ଚାଲାକ୍, ବିଦ୍ବାନ ବୋଲି ମନେ କରନ୍ତି । ସେମାନେ ଯାହା କରନ୍ତି ତାହା ସଠିକ୍ ଓ ଧର୍ମଧାରଣା ଉପରେ ଆଧାରିତ ବୋଲି କହନ୍ତି । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେଇମାନେ ହିଁ ବାରବାର ଠକନ୍ତି । ଦୁଃଖ ପାଆନ୍ତି ।
  • ଆଖି, କାନ, ନାକ, ଜୀହ୍ୱା, ଚର୍ମ ଆଦି ଏକ ଏକ ଇନ୍ଦ୍ରିୟ । ଏମାନଙ୍କ ସହିତ ହାତ, ପାଦ, ମୁହଁ, ଲିଙ୍ଗ, ମଳଦ୍ୱାର ଆଦି ସଂଯୁକ୍ତ । ଯେତେ ପ୍ରକାରର ଅଶୋଭନୀୟ କର୍ମ ମଧ୍ୟ ଏମାନଙ୍କ ଦ୍ୱାରା ହିଁ କରାଯାଇପାରେ । ଏମାନଙ୍କ ଉପରେ ସଂଯମ ରକ୍ଷା କରିବା ପ୍ରକୃତ ମଣିଷର କର୍ତ୍ତବ୍ୟ ହେବା ଉଚିତ୍ ।
  • ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ୍ । ସେ ସମସ୍ତଙ୍କୁ ବଶୀଭୂତ କରିପାରେ ।
  • ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ ।
  • ଏ ଦୁନିଆଁ ଅମର ନୁହେଁ, ସ୍ଥାୟୀ ନୁହେଁ, ସଦାଚଚଂଳ, ଗତିଶୀଳ । କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ । ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ । ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ । ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ ।
  • ଯିଏ ସର୍ବପ୍ରାଣୀଙ୍କୁ ଦୟା କରେ, ବିନାସ୍ୱାର୍ଥରେ ଅନ୍ୟର ସେବା କରେ, ଅନ୍ୟକୁ ଜ୍ଞାନ ବିତରଣ କରେ ସେ ସର୍ବଦା ସୁଖ ଭୋଗ କରିଥାଏ ।

ନୀତି ବାକ୍ୟ

1.ଯଥା ଯୋଗ୍ୟ ବଳେ ବଳୀୟାନ ହୋଇ
ଧରାକୁ ମଣିଲେ ସରା ।

ସେହି ମନୋଭାବ ବିପଦେ ପକାଏ

ମୂଢେ ନ ଜାଣନ୍ତି ପରା ।

2.ଅହଂକାର ଦୂର କର ସର୍ବ ନର
ଜଗତ ଚଳାଏ ବିହି ।

3.ନିଜ ବୁଦ୍ଧି ବଳେ ଚଳୁଥାନ୍ତି ଯେବେ

ଦୁଃଖ ନ ଭୋଗନ୍ତି କେହି ।

4.କେତେଦିନ ଲାଗି ମର୍ତ୍ୟୟ ଅବା ଘର
ଏଥିଲାଗି କିମ୍ପା ଏତେ ଆଡମ୍ବର ।

5.ପୋଥିଗତ ବିଦ୍ୟା ଆଉ ପରହସ୍ତ ଧନ ।
ସମୟେ କାର୍ଯ୍ୟ ପଡିଲେ ନୁହେଁ ପ୍ରୟୋଜନ ।

6.ଜାଣିବାକୁ ଶିଖି ନାହିଁ ନର ମନ ।
ସେ କି କେବେ ପ୍ରଭୁପଣକୁ ଭାଜନ ।

7.ଦରିଦ୍ରଙ୍କୁ ଦାନ ରାଜାଙ୍କୁ କର ।
ଜ୍ଞାତି ଭୋଜନ ଶତ୍ରୁକୁ ଶର ।

8.ଗୋଟିଏ ହୋଇବି ପୁତ୍ର ଅତି ବିଚକ୍ଷଣ ।
ଶତ ହୋଇ ମୂର୍ଖ ହେଲେ କିସ ପ୍ରୟୋଜନ ।

9.ଯଦି ଇଛା ଧନ କର ହେ ପ୍ରଦାନ
ଧନ ବାରିଦର ପରି

ଯଦି ଇଚ୍ଛା ସୁଖ ଶିଖ ଦେବା ସୁଖ,

ଧର୍ମଶାସ୍ତ୍ର ପଢି କରି ।

10.ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ ।
ନିଜ ଅଭ୍ୟନ୍ତରେ ବାବୁ କର ନିରୀକ୍ଷଣ ।

ହୃଦ କପିଳାସେ ତୋର ବହେ ପ୍ରେମଝର ।

ବିଜେ କରିଛନ୍ତି ତହିଁ ସ୍ୱୟମ୍ଭୁ ଈଶ୍ୱର ।

11.ବଳବନ୍ତଠାରେ ବଳବନ୍ତ ସିନା ପ୍ରକାଶଇ ପରାକ୍ରମ ।
ବଳହୀନଠାରେ ବଳ ଦେଖାଇବା, ନୁହଁଇ କ୍ଷତ୍ରୀୟ ଧର୍ମ ।

12.ଉଚ୍ଚ ଲୋକଠାରେ ଉଚ୍ଚ ଆଶା କଲେ, ନ ହୁଏ କେବେ ନିଷ୍ଫଳ ।
ଜଳ ସ୍ତମ୍ଭ ଯେବେ ଉଦ୍ଧ୍ୱର୍କୁ ଉଠଇ ବରି ନିଏ ମେଘ ଜଳ ।

ଶ୍ରୀଜଗନ୍ନାଥଙ୍କ କାହାଣୀ

ରାଜା ଇନ୍ଦ୍ରଦ୍ୟୁମ୍ନ ଯେପରି ପ୍ରଜାବତ୍ସଳ, ଠିକ୍ ସେହିପରି ଧର୍ମପ୍ରାଣ ମଧ୍ୟ ଥିଲେ । ତାଙ୍କ ମହତ୍ୱ ବର୍ଣ୍ଣନା କରି କେତେ କବି କବିତା ଲେଖିଥିଲେ, କେତେ ଗାୟକ ମଧ୍ୟ ତାଙ୍କ ପ୍ରଶସ୍ତି ଗାନ କରୁଥିଲେ ।

                ସେ ରାଜା ବି କିଛି କମ୍ ଗୁଣଗ୍ରାହୀ ନଥିଲେ । ଦେଶର ଶିଳ୍ପୀ, ଭାସ୍କର, କବି, ନାଟ୍ୟକାର–ଏମିତିକି ତାଙ୍କ ପୃଷ୍ଠପୋଷକତାରୁ କେହି ବି ବଂଚିତ ହେଉନଥିଲେ । ସମସ୍ତେ ସୁଖୀ ଥିଲେ ।

                କିନ୍ତୁ କିଛିଦିନ ଧରି ରାଜା ନିଜେ ଅସୁଖୀ ମନେ ହେଉଥାନ୍ତି । ଏହାର କାରଣ କ’ଣ? ତାଙ୍କର ବା କ’ଣ ଅଭାବ ଥିଲା? କେଉଁ ଆକାଂକ୍ଷା ପୁଣି ତାଙ୍କର ପୂର୍ଣ୍ଣ ହୋଇ ପାରୁନଥିଲା?

ଏ ପ୍ରଶ୍ନର ଉତ୍ତର ପ୍ରଥମ ପ୍ରଥମ ସେ ନିଜେ ମଧ୍ୟ ଦେଇପାରି ନଥାନ୍ତେ । କିନ୍ତୁ ଧିରେ ଧିରେ ଏହାର ଉତ୍ତର ତାଙ୍କ ମନରେ ଉଦୟ ହେଲା । ମେଘ ଅପସରି ଗଲେ ଯେପରି ଦିଗନ୍ତରେ ଦେଖାଯାଏ ସୁଦୂରର ମନ୍ଦିର, ଠିକ୍  ସେହିପରି ତାଙ୍କ ମାନସରେ ଗୋଟିଏ ଛବି ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଉଠିଲା ।

ଏବଂ ସେ ଛବିଟି ଗୋଟିଏ ମନ୍ଦିରର ଛବି! ନା, ସେପରି ମନ୍ଦିର ଯେ କେଉଁଠି ସେ ଦେଖିଥିଲେ ଏବଂ ଆଜି ତାହା ତାଙ୍କ ସ୍ମୃତିରେ ଫୁଟି ଉଠିଲା, ସେକଥା ନୁହେଁ । ସେ ଦେଖିଲେ ଭବିଷ୍ୟତର ଏକ ଦେବାଳୟ । ବିଶାଳ, ଉନ୍ନତ ଓ ସୁନ୍ଦର । ସେ ଦେବାଳୟ କେବଳ ତାଙ୍କୁ ହିଁ ନିର୍ମାଣ କରିବାକୁ ପଡିବ । ଲକ୍ଷ ଲକ୍ଷ ଭକ୍ତ ନରନାରୀ ସେମାନଙ୍କ ଦିଅଁଙ୍କୁ ଦେଖିବା ନିମନ୍ତେ ସେଠାକୁ ଧାଇଁ ଆସିବେ । ଯୁଗ ଯୁଗ ଧରି ସେମାନେ ଏମିତି ଆସୁଥିବେ । କିନ୍ତୁ ସେଭଳି ଏକ ଦେବାଳୟର ଅଧିଷ୍ଠାତା ଦିଅଁ ହେବେ ଈଶ୍ୱରଙ୍କର କେଉଁ ରୂପ?

ଦିଅଁ କିଏ ଜଣାନାହିଁ ଅଥଚ ମନ୍ଦିର ତୋଳା ପାଇଁ ରାଜାଙ୍କ ମନରେ ବିପୁଳ ଉଦ୍ଦିପନା ଆସୁଛି–ଏଥିରେ ନିଜେ ରାଜା ବି କିଛି କମ୍ ଆଶ୍ଚର୍ଯ୍ୟ ହେଉ ନଥାନ୍ତି । କିନ୍ତୁ ତାଙ୍କୁ ଆଉ ଅଧିକ କାଳ ଆଶ୍ଚର୍ଯ୍ୟ ହେବାକୁ ପଡିଲା ନାହିଁ । ରାତିରେ ସେ ସ୍ୱପ୍ନରେ ଏକ ପ୍ରତିଶୃତି ପାଇଲେ ଯେ : “ମନ୍ଦିର ନିର୍ମାଣ କର । ଯଥା ସମୟରେ ଦିଅଁ ଆସି ପହଁଚିଯିବେ ।”

ହଠାତ୍ ରାଜାଙ୍କ ନିଦ ଭାଙ୍ଗିଗଲା । ଗୋଟିଏ ବିମଳ ଆନନ୍ଦରେ ରାଜାଙ୍କ ହୃଦୟ ଭରିଗଲା । ଆଉ କୌଣସି ଦ୍ୱିଧା ସଙ୍କୋଚ ରହିଲା ନାହିଁ । ପ୍ରଭାତ ହେବା ମାତ୍ରେ ସେ ତାଙ୍କ ମନ୍ତ୍ରୀ ଓ ଅମାତ୍ୟମାନଙ୍କୁ ଡକାଇଲେ । ଏକ ସୁନ୍ଦର ମନ୍ଦିର ନିର୍ମାଣ ନିମନ୍ତେ ତାଙ୍କ ଅଭିପ୍ରାୟ ସେମାନଙ୍କ ଆଗରେ ସେ ବ୍ୟକ୍ତ କଲେ । ଜ୍ୟୋତିର୍ବିଦମାନେ ମନ୍ଦିର-ନିର୍ମାଣ ଆରମ୍ଭ ହେବା ନିମନ୍ତେ ଶୁଭ ସମୟ ନିରୂପଣ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ସ୍ଥାନର ଅନ୍ୱେଷଣ କରିବାକୁ ମଧ୍ୟ ନିର୍ଦ୍ଧେଶ ପାଇଲେ ।

ପୁରୀର ବେଳାଭୂମିହିଁ ଉତ୍କୃଷ୍ଟ ପୁଣ୍ୟମୟ ସ୍ଥାନ ବୋଲି ପଣ୍ଡିତମାନେ ମତ ଦେଲେ । ଯଥା ସମୟରେ, ଯଜ୍ଞ ଓ ଶଙ୍ଖନାଦ ଭିତରେ ମନ୍ଦିରର ଭିତ୍ତି ସ୍ଥାପନ ହେଲା । ସମୁଦ୍ରରେ ପୋତ ଦ୍ୱାରା ଦୂରବର୍ତ୍ତୀ ପର୍ବତମାଳାରୁ ବିଶାଳ ପ୍ରସ୍ତର ଖଣ୍ଡମାନ ଆସିଲେ । ବିଶାଳ, ମଜବୁତ୍ ଗାଡିରେ ବୋଝେଇ ହୋଇ, ହାତୀ ଦ୍ୱାରା ଟଣା ହୋଇ ସେସବୁ ସମୁଦ୍ର କୂଳରୁ ମନ୍ଦିର-ନିର୍ମାଣ ସ୍ଥଳିକୁ ଅଣାଗଲେ । ହଜାର ହଜାର ସ୍ଥାପିତ, ଭାସ୍କର, ଭିନ୍ନ ଭିନ୍ନ ବିଦ୍ୟାରେ ବିଶେଷଜ୍ଞ ତଥା ଦକ୍ଷ ଶ୍ରମିକମାନେ କାମରେ ଲାଗି ପଡିଲେ । ସେମାନଙ୍କ ନିଷ୍ଠା ଓ ଶ୍ରମର ଯାଦୁରେ ପଥର ଦେହରେ ଫୁଟିଉଠିଲା ସତେ ଯେମିତି ସହସ୍ର ଫୁଲର ବସନ୍ତ! ବିସ୍ତୃତ ବେଳାଭୂମି ଉପରେ ଚାହୁଁ ଚାହୁଁ ମନ୍ଦିର ଉଚ୍ଚରୁ ଉଚ୍ଚତର ହୋଇ ଚାଲିଲା – ସତେ ଅବା ମେଘମାଳା ସହ ବନ୍ଧୁତା କରିବା ତା’ର ଉଦ୍ଧେଶ୍ୟ ।”ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ଏହି ଭିତରେ କେତେବର୍ଷ ଚାଲିଗଲା । ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା । କିନ୍ତୁ ଦିଅଁ କାହାନ୍ତି? ଅସଂଖ୍ୟ କଣ୍ଠରେ ଉଚ୍ଚାରିତ ହେଲା ଏହି ଗୋଟିଏ ପ୍ରଶ୍ନ ।

ଉପରକୁ ନ ଦେଖାଇଲେ ମଧ୍ୟ ରାଜା ନିଜେ ବି ଏ ପ୍ରଶ୍ନ ଉପରେ କମ୍ ବିଚଳିତ ବୋଧ କରୁ ନଥିଲେ । ଦିନେ ମନ୍ଦିରର ଗର୍ଭଗୃହ ଭିତରେ ଏକାକୀ ବସି ରହି ସେ ପ୍ରାର୍ଥନା କରି କହିଲେ, “ହେ ଭଗବାନ! କିଭଳି ରୂପରେ ତୁମେ ଏ ଦୀନ ଭକ୍ତ-ନିର୍ମିତ ଏ ମନ୍ଦିରରେ ଶୋଭା ପାଇବ? ମୋତେ ଏତକ ଜଣାଇବା ନିମନ୍ତେ କ’ଣ ଏଯାଏଁ ସମୟ ହୋଇନାହିଁ? ଆଉ କେତେଦିନ ଅପେକ୍ଷା କରିବି ପ୍ରଭୂ! ଲୋକେ ହସିବେ ଯେ! ଏତେ ବିତ୍ତ, ଏତେ ସମୟ ବ୍ୟୟ ହୋଇ ଯେଉଁ ମନ୍ଦିର ନିର୍ମିତ ହେଲା, କେତେକାଳ ସେ ଆଉ ଖାଲି ରହିବ?”

ସେହି ରାତିରେ ରାଜା ସ୍ୱପ୍ନରେ ଜାଣିଲେ, ପୂରୀଠୁଁ ଅଦୂରରେ କୌଣସି ଏକ ରୂପରେ ଲୁଚି ରହିଛନ୍ତି ଦିଅଁ – କୃଷ୍ଣଙ୍କ ଦିବ୍ୟ ଶକ୍ତି । ତାଙ୍କୁ ଖୋଜି ବାହାର କରିବାକୁ ହେବ!

ରାଜା ବୁଝିଲେ–କାମଟି ଆଦୌ ସହଜ ନୁହେଁ । କାରଣ ଲୁଚକାଳି ଖେଳରେ କୃଷ୍ଣଙ୍କୁ ବଳିଯିବ ବା କିଏ? ଯିଏ ସଚ୍ଚା ଭକ୍ତ ହେବା ସଙ୍ଗେ ସଙ୍ଗେ ଜ୍ଞାନୀ ଓ ବୁଦ୍ଧିମାନ ହୋଇଥିବ, କେବଳ ସିଏ ହିଁ ତାଙ୍କୁ ଆବିଷ୍କାର କରିପାରିବ ।

ତା’ପରେ ରାଜା ଅନେକ ଭାବିଚିନ୍ତି ଚାରିଜଣ ବିଜ୍ଞ ପଣ୍ଡିତଙ୍କୁ ଚାରି ଦିଗକୁ ପ୍ରେରଣ କଲେ ।

ସେମାନଙ୍କ ଭିତରେ ଯିଏ ସବୁଠାରୁ ବୟସରେ ତରୁଣ, ତାଙ୍କ ନାଁ ବିଦ୍ୟାପତି । ସେହି ବିଦ୍ୟାପତି ପୂର୍ବଦିଗକୁ ଚାଲିଲେ । କିଛିବାଟ ଯାଇ ସେ ପୁଣି ଉତ୍ତରକୁ ବୁଲିଲେ । କୌଣସି ଅଜଣା ପ୍ରେରଣାରେ ସେ ଚାଲିଛନ୍ତି ତ ଚାଲିଛନ୍ତି, କେତେବେଳେ ଯାଇ ଗୋଟିଏ ବନସ୍ତରେ ସେ ପ୍ରବେଶ କଲେଣି! ସେ କେବଳ ଏତିକି ଜାଣୁଥିଲେ ଯେ, ତାଙ୍କ ପାଦ ଦୁଇଟି ଆଉ ନିଜ ଅକ୍ତିଆରରେ ନାହାଁନ୍ତି!

ବନସ୍ତ କ୍ରମେ ଗାଢ ହେଲା । ସେତେବେଳେ ତାଙ୍କ ସାଙ୍ଗରେ ଦେହରକ୍ଷୀ ନାହାନ୍ତି କି ହାତରେ ଅସ୍ତ୍ର ବି ନାହିଁ । କିନ୍ତୁ ତାଙ୍କ ମନରେ ବି ଭୟ ନାହିଁ । ଆଗରେ ଗୋଟିଏ ପାହାଡ । ହଠାତ୍ ତାଙ୍କର ମନେ ହେଲା, ସେ ପାହାଡ ଯେମିତି ସଙ୍ଗୀତମୟ! ମୃଦୁ ବଂଶୀ ଓ ଢୋଲବାଦ୍ୟ–ତା’ସାଙ୍ଗକୁ ସମବେତ କରତାଳି ଓ ମଧୁର କଣ୍ଠସ୍ୱର-ପାହାଡ ଭିତରୁହିଁ ସତେଅବା ଏସବୁ ଶବ୍ଦ ଆସି ତାଙ୍କୁ ଚମତ୍କୃତ କରିଦେଲା ।

ଅବଶ୍ୟ ସେ ଅନୁମାନ କରିନେଲେ ଯେ–ଏସବୁ ଶବ୍ଦ ପାହାଡ ସେପାରିରୁ ହିଁ ଆସୁଛି ।

ତା’ପରେ ସେ ପାହାଡ ଆରୋହଣ କଲେ । ସେପଟେ ମନୋରମ ସବୁଜ ଉପତ୍ୟକା ଥିବାର ସେ ଦେଖିଲେ । ତହିଁ ଭିତରେ ନୃତ୍ୟରତ ଦଳେ ବନବାସିନୀ ତରୁଣୀ । ସେତେବେଳକୁ ତ ବିଦ୍ୟାପତି ଅତ୍ୟନ୍ତ କ୍ଳାନ୍ତ ହୋଇପଡିଥିଲେ । ତେଣୁ ଏ ସଙ୍ଗୀତ ଓ ଦୃଶ୍ୟ ତାଙ୍କଲାଗି ସଞ୍ଜିବନୀ ଭଳି କାମ ଦେଲା । ଗୋଟିଏ ଗଛ ଡାଳକୁ ଧରି ସେ ସେଆଡେ ନିର୍ନିମେଷ ନୟନରେ ଅନାଇ ରହିଲେ ।

କିନ୍ତୁ ହଠାତ୍ ସେ ଚମକି ପଡିଲେ । ଏ ଭୀଷଣ ଶବ୍ଦ କାହୁଁ ଆସିଲା? ଏହା ଭାବି ସେ ଅନାଇଲେ । ବାଘଟିଏ ତାଙ୍କୁ ଦେଖୁଛି । କିନ୍ତୁ ଖାଲି ଦେଖିବାରେ ତା’ର ଶାନ୍ତି ନଥିଲା । ସେ ତାଙ୍କ ଆଡେ ମାଡି ଆସିଲା ।

ବିଦ୍ୟାପତି ଗଛ ଚଢିବାରେ ଧୁରନ୍ଧର ନଥିଲେ କି ଦୌଡିବାରେ ବି ନୁହେଁ । ପଣ୍ଡିତ ଲୋକ କିଂକର୍ତ୍ତବ୍ୟବିମୂଢ ଭାବରେ ଶେଷରେ ସେ ଠିଆ ହୋଇ ରହିଲେ ।

“ପୂଷି! ଏଆଡେ ଆ!” ନୃତ୍ୟ ବନ୍ଦ କରି କନ୍ୟାମାନେ ସେ ଦୃଶ୍ୟ ଦେଖୁଥିଲେ । ତାଙ୍କରି ଭିତରୁ କେହି ଜଣେ ଏ ନିର୍ଦ୍ଧେଶ ଦେଲା ।

ବାଘ ଆଖି ପଲକରେ ଲମ୍ଫ ମାରି ଯାଇ ସେ କନ୍ୟାମାନଙ୍କ ଗହଣରେ ପହଁଚିଗଲା । ଯିଏ ତାକୁ ପୂଷି ବୋଲି ଡାକିଥିଲେ, ବାଘ ଯାଇ ତାଙ୍କ ପାଦ ଉପରେ ଲୋଟିଗଲା–ଠିକ୍ ପୂଷି ଭଳି ।

ସେ କନ୍ୟା ବାଘକୁ ସ୍ନେହରେ ଚାପୁଡାଟିଏ ଦେଲେ । ସମସ୍ତଙ୍କ ଭିତରେ ସେ ଦେଖୁଥିଲେ ଅପରୂପା, ଉଜ୍ଜ୍ୱଳ ।

କିନ୍ତୁ କ୍ଳାନ୍ତ ବିଦ୍ୟାପତି ଆଉ ଠିଆ ହୋଇପାରୁ ନଥିଲେ । ତେଣୁ ସେ ଲୁଥ୍ ହୋଇ ତଳେ ପଡିଗଲେ । ବାଘକୁ ପୂଷି ବନାଇଥିବା ସେହି କନ୍ୟାଙ୍କ ନିର୍ଦ୍ଧେଶରେ ଦୁଇଜଣ ତାଙ୍କ ଉପରେ ପତ୍ରକୁ ପଙ୍ଖା କରି ବିଂଚିବାକୁ ଲାଗିଲେ । ଆଉ ଜଣେ ଦୌଡିଯାଇ ଝରଣାର ପାଣି ଆଣିଲା ।

ବିଦ୍ୟାପତି ଅର୍ଦ୍ଧଚେତନ ଅବସ୍ଥାରେ ବୁଝିଲେ, ଯେଉଁ କନ୍ୟାଙ୍କୁ ସମସ୍ତେ ଏତେ ମାନ୍ୟ କରୁଛନ୍ତି, ତାଙ୍କର ନାମ ଲଳିତା ।ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ଲଳିତା କହିଲା “ହେ ବିଦେଶୀ! ତୁମେ କିଏ, ତୁମ ଗନ୍ତବ୍ୟ ସ୍ଥାନ କ’ଣ, ତା ତ ଆମେ ଜାଣୁନା । ବୋଧହୁଏ ତୁମେ ବାଟ ହୁଡି ଏ ବନସ୍ତ ଭିତରକୁ ଚାଲି ଆସିଛ । ସେ ଯାହାବି କିଛି ହେଉ ନା କାହିଁକି, ତୁମକୁ ଏଭଳି ଅବସ୍ଥାରେ ପରିତ୍ୟାଗ କରି ଆମେ ଚାଲିଯାଇ ପାରିବା ନାହିଁ । ମୋ ବାପା, ଏ ବନର ସର୍ଦ୍ଦାର ବିଶ୍ୱାବସୁ ତୁମକୁ ଅତିଥି ରୂପେ ସ୍ୱାଗତ କରିବେ । ଆମ ସହ ଚାଲ ।

ଲଳିତାଙ୍କ ନିମନ୍ତ୍ରଣରେ ଯେପରିକି ମନ୍ତ୍ର ଥିଲା! ସେ କିନ୍ତୁ ପ୍ରୟୋଜନଠୁଁ ଅଧିକ କଥା ମୋଟେ କହୁ ନଥିଲେ । ନୀରବରେ ବିଦ୍ୟାପତି ଉଠି ଠିଆ ହେଲେ ଓ ସେ ତରୁଣୀମାନଙ୍କୁ ଅନୁସରଣ କରିବାକୁ ପ୍ରସ୍ତୁତ ବୋଲି ସ୍ମିତ ହାସ୍ୟ ଦ୍ୱାରା ଜଣାଇ ଦେଲେ ।

ଲଳିତାଙ୍କ ଚାରିପଟେ ବୁଲି ବୁଲି ଅଗ୍ରସର ହେଉଥାଏ ତାଙ୍କ ପୂଷି–ବିଶାଳକାୟ ବାଘ । ମଧ୍ୟେ ମଧ୍ୟେ ସେ ବିଦ୍ୟାପତିଙ୍କୁ ବି ଚାଟି ଦେଉଥାଏ । ମଝିରେ ଲଳିତା ତାଙ୍କର ଜଣେ ସଖୀ କାନରେ କିଛି କହିଲେ । ତା’ପରେ ସେ ଦୌଡି ଦୌଡି ଯାଇ ଗଛଲତା ଭିତରେ କୁଆଡେ ଅଦୃଶ୍ୟ ହୋଇଗଲା । ଏସବୁ ଦେଖି ବିଦ୍ୟାପତିଙ୍କର ଧାରଣା ହେଲା ବିଶ୍ୱାବସୁଙ୍କୁ ଆଗତୁରା ଖବର ଦେବା ନିମନ୍ତେ ହିଁ ବୋଧେ ସେ ଝିଅଟି ଦୌଡିଗଲା ।

ଅଦୂରରେ, ଗୋଟିଏ ବିଶାଳ ଶିଳାଖଣ୍ଡ ଉପରେ ବିଶ୍ୱାବସୁ ଦେଖାଦେଲେ । ଗମ୍ଭୀର ଉଦାର ଓ ପ୍ରଶାନ୍ତ ଥିଲା ତାଙ୍କ ମୁଖମଣ୍ଡଳ । ବିଦ୍ୟାପତିଙ୍କ ଆଖି ତାଙ୍କ ଉପରେ ପଡିବା ମାତ୍ରେ ସେ ହାତ ଯୋଡ କରି କହିଲେ, “ସ୍ୱାଗତ!”

ବିଦ୍ୟାପତି କହିଲେ “ମହାଶୟ! ମୋର ପରିଚୟ ଦେବା ମୋର ପ୍ରଥମ କର୍ତ୍ତବ୍ୟ । ମୁଁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଦୂତ । ତେବେ ମୁଁ କାହିଁକି ରାଜା ଆଦେଶରେ ଏ ବନସ୍ତକୁ ଆସିଛି, ସେକଥା କହିବାର ଅଧିକାର ମୋର ନାହିଁ । ଏଣୁ ଆପଣ ମୋତେ କ୍ଷମା କରିବେ ବୋଲି ମୋର ଆଶା ।”

ସବୁକଥା ଶୁଣି ବିଶ୍ୱାବସୁ କହିଲେ “ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦୂତଙ୍କ ଉଦ୍ଧେଶ୍ୟ ଯାହା ବି କିଛି ହେଉନା କାହିଁକି, ତାହା ମହତ୍ ହୋଇଥିବା ତ ନିଶ୍ଚିତ । ତେବେ ତୁମେ କିଛିଦିନ ଆମ ଆତିଥ୍ୟ ଗ୍ରହଣ କରି ଆମକୁ ସୁଖୀ କର ।”

ସେତେବେଳେ ତ ଆଉ ଅରଣ୍ୟ ଭିତରେ କୌଣସି ପଣ୍ଡିତଙ୍କ ସାନ୍ନିଧ୍ୟ ପାଇବା ଏତେ ସହଜ ନଥିଲା । ତେଣୁ ବିଶ୍ୱାବସୁ ବିଦ୍ୟାପତିଙ୍କୁ ପାଖରେ ପାଇ ବହୁତ ଆନନ୍ଦିତ ହେଲେ । ଧର୍ମ, ଦର୍ଶନ, କେତେ ଜଟିଳ ବିଷୟରେ ବିଦ୍ୟାପତି ତାଙ୍କ ପ୍ରଶ୍ନର ଉତ୍ତର ଦେଉଥାନ୍ତି ।

ବିଦ୍ୟାପତିଙ୍କର ମନେ ହେଲା, ଯେଉଁ ପ୍ରେରଣା ତାଙ୍କୁ ଏତେଦୂର ନେଇ ଆସିଲା, ସେହି ପ୍ରେରଣା ଯେପରିକି ତାଙ୍କୁ କହୁଛି କି ତାଙ୍କ କାର୍ଯ୍ୟ ସିଦ୍ଧି ସେଇଠି ହିଁ ହେବ! ତାଙ୍କ ରହିବା, ବିଶ୍ରାମ, ଖାଦ୍ୟପେୟ ଇତ୍ୟାଦିରେ ଯେପରି ତିଳେ ବି ଅସୁବିଧା ନ ହେବ, ସେ କଥା ନିଜେ ଲଳିତା ଦେଖୁଥାନ୍ତି  । ତାଙ୍କର ସସ୍ନେହ  ତତ୍ତ୍ୱାବଧାନ ଯୋଗୁଁ ବିଦ୍ୟାପତିଙ୍କୁ ସେଠି ରହିବାକୁ ଏତେ ଭଲ ଲାଗୁଥିଲା କି? ଥରେ ଥରେ ବିଦ୍ୟାପତି ନିଜକୁ ଏ ପ୍ରଶ୍ନ କରୁଥାନ୍ତି । କିନ୍ତୁ ଧ୍ୟାନସ୍ଥ ହୋଇ ସେ ବୁଝୁଥାନ୍ତି, ନା, ତାଙ୍କ ଆକର୍ଷଣର ତାହାହିଁ ଏକମାତ୍ର ହେତୁ ନୁହେଁ । ଆହୁରି କିଛି ଗୂଢ କାରଣ ରହିଛି । ସେ କେଉଁ ଉଦ୍ଧେଶ୍ୟରେ ପୁରୀରୁ ବାହାରି ଆସିଥିଲେ, ସେକଥା ସେ କ୍ଷଣକ ପାଇଁ ମଧ୍ୟ ପାଶୋରି ନଥାନ୍ତି । କିନ୍ତୁ ତାଙ୍କ ଉଦ୍ଧେଶ୍ୟ ସଫଳ ହେବ ତ? ଯଦି ହେବ ତ କେବେ ହେବ?

କିନ୍ତୁ ସେସବୁ ପ୍ରଶ୍ନ କିଛିଦିନ ପାଇଁ ତାଙ୍କୁ ଭୁଲିଯିବାକୁ ପଡିଲା । କାରଣ ସେ ହଠାତ୍ ଅସୁସ୍ଥ ହେଲେ । ଅବଶ୍ୟ ରୋଗର କଷ୍ଟ ତୁଳନାରେ ଲଳିତାଙ୍କଠୁଁ ସେବା ଶୁଶ୍ରୁଷା ପାଇବାର ଆନନ୍ଦ ବହୁ ଗୁଣ ବଳିଗଲା । ସେ କ୍ରମେ ବୁଝିଲେ କି ଖାଲି ଲଳିତା ଯେ ତାଙ୍କୁ ଭଲ ପାଆନ୍ତି, ତାହା ନୁହେଁ ସେ ବି ଲଳିତାକୁ ବହୁତ ଭଲ ପାଆନ୍ତି ।

ହଠାତ୍ ଦିନେ ବିଶ୍ୱାବସୁ ଆସି ତାଙ୍କ ଶେଯ ପାଖରେ ବସି କହିଲେ, “ବିଦ୍ୟାପତି! ତମେ ମୋ କନ୍ୟାକୁ ବିଭା ହେବ?”

ତହୁଁ ବିଦ୍ୟାପତି ଆନନ୍ଦ ଭରା କଣ୍ଠରେ କହିଲେ, “ତାହା ହେବ ମୋର ସୌଭାଗ୍ୟ, ମହାଶୟ!”

ବନସ୍ତରେ ବସନ୍ତ ଆସିଥାଏ । ପ୍ରକୃତିର ପ୍ରେମ ସହସ୍ର ପୁଷ୍ପ ଗୁଚ୍ଛରେ ଚହଟି ଉଠିଥାଏ । ପ୍ରକୃତିର ସେହି ସୌନ୍ଦର୍ଯ୍ୟମୟ ପରିବେଶରେ ସଖୀମାନଙ୍କ ନାଚ ଗୀତ ଓ ବନବାସୀ ସମ୍ପ୍ରଦାୟର ପୁରୋହିତଙ୍କ ତତ୍ତ୍ୱାବଧାନରେ ଲଳିତାଙ୍କ ସହ ବିଦ୍ୟାପତିଙ୍କ ବିବାହ ଅନୁଷ୍ଠିତ ହୋଇଗଲା ।

ଦିନ ବିତିଗଲା । ବିଦ୍ୟାପତି ଯେତିକି ସୁଖୀ ଥାନ୍ତି, ସେତିକି ମଧ୍ୟ ସେ ଅସୁଖୀ ଥାନ୍ତି । ଲଳିତାଙ୍କ ଯୋଗୁଁ ସେ ସୁଖୀ; କିନ୍ତୁ ନିଜ ଉଦ୍ଧେଶ୍ୟ ପୂର୍ଣ୍ଣ ହୋଇନଥିବା ଯୋଗୁଁ ସେ ଅସୁଖୀ । ଯଦି ବିଶ୍ୱାବସୁଙ୍କ ଭଳି ସେ ନିଜ  କାମରେ ଏକାଗ୍ର ହୋଇ ପାରନ୍ତେ! ବିଶ୍ୱାବସୁ ସବୁଦିନ ପ୍ରଭାତରେ କୁଆଡେ ବାହାରିଯା’ନ୍ତି । ସୂର୍ଯ୍ୟୋଦୟ ପରେ ଯାଇ ସେ ଫେରନ୍ତି । ଭୀଷଣ ଝଡ ହେଉଥିଲେ ବି ସେ ତାଙ୍କ ନିଷ୍ଠାପର କର୍ତ୍ତବ୍ୟରୁ କେବେବି ବିରତ ହୁଅନ୍ତି ନାହିଁ ।

ହଠାତ୍ ବିଦ୍ୟାପତିଙ୍କ ମନରେ ଏକ ପ୍ରଶ୍ନ ଜାଗରୁକ ହେଲା; ବିଶ୍ୱାବସୁ ସବୁବେଳେ କୁଆଡେ ଯା’ନ୍ତି? ସେ ପ୍ରଶ୍ନଟି ସେ ଲଳିତାଙ୍କୁ ପଚାରିଲେ ।

ଏକଥା ଶୁଣି ଲଳିତାଙ୍କ ମୁହଁ ହଠାତ୍ ଫିକା ପଡିଗଲା । ସେ ନମ୍ର କଣ୍ଠରେ କହିଲେ, “ସେ ରହସ୍ୟ ଖୋଲିବା ମନା । କିନ୍ତୁ ତୁମଠୁଁ ବା ମୁଁ ସେ କଥା କିପରି ଗୋପନ ରଖି ପାରିବି? ଅଳ୍ପ ଦୂରରେ, ଅଗନା-ଅଗନି ବନସ୍ତ ଭିତରେ ଗୋଟିଏ ଗୁମ୍ଫା ରହିଛି । ତହିଁ ଭିତରେ ଆମ ବଂଶର ଦିଅଁ ରହିଛନ୍ତି । ବାପା ପୂଜା ଦେବା ପାଇଁ ଯା’ନ୍ତି । ତାଙ୍କ ବାପା, ଜେଜେବାପା, ଜେଜେବାପାଙ୍କ ବାପା ଜେଜେବାପା-ସମସ୍ତେ ଏହା କରି ଆସିଛନ୍ତି ।”

ବିଦ୍ୟାପତି ଗଭୀର ଆଗ୍ରହରେ ଏହା ଶୁଣୁଥାନ୍ତି । ଯେଉଁ ଅଦୃଶ୍ୟ ପ୍ରେରଣା ତାଙ୍କୁ ଏଠାକୁ ଆଣିଛି । ସେ ବର୍ତ୍ତମାନ ଆଉ କିଛି ସନ୍ଧାନ ଦେବାକୁ ତତ୍ପର କି?

ବିଦ୍ୟାପତି ପଚାରିଲେ “ଲଳିତା! ମୁଁ ଟିକେ ସେ ଦିଅଁଙ୍କୁ ଦେଖନ୍ତି ନାହିଁ?”

ସ୍ୱାମୀଙ୍କ ଏଭଳି ଜିଜ୍ଞାଶା ଜାଣି ଲଳିତା ଅଚାନକ ଚମକି ପଡିଲେ । ତା’ପରେ ସେ କହିଲେ “ନା, ନା! ଏକଥା ମୁଁ ତୁମକୁ କହିଛି ବୋଲି ଜାଣିଲେହିଁ ବାପା ଖପା ହେବେ । ତାଙ୍କୁ ଦେଖିବାର ତ ପ୍ରଶ୍ନ ହିଁ ଉଠୁନାହିଁ । ଆମ ପରିବାର ବାହାରେ ଆଉ କେହି ବି ତାଙ୍କୁ ଦେଖିବା ମନା ।”

ଏପରି କଥା ଶୁଣି ବିଦ୍ୟାପତି କ୍ଷୁବ୍ଧ କଣ୍ଠରେ କହିଲେ “ତୁମକୁ ବିଭା ହେବା ପରେ ବି ମୁଁ କ’ଣ ତୁମ ପରିବାର ପାଇଁ ପର?”

ସ୍ୱାମୀ କଥା ଶୁଣି ଲଳିତା ଚୁପ୍ ରହିଲେ । ଅବଶେଷରେ ସେ ପ୍ରତିଶୃତି ଦେଲେ ଯେ “ଆଚ୍ଛା । ଏ ବିଷୟରେ ମୁଁ ମୋ ବାପାଙ୍କୁ କହିବି ।”

କୃଷ୍ଣାବତାର

ମେରୁପର୍ବତ ଉପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସହିତ ଦେବତାମାନେ ମଧ୍ୟ ସଭା କରୁଥିଲେ । ସେତେବେଳେ ନାରଦ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସଭା ଶେଷ ହେବା ମାତ୍ରେ ନାରଦ ସିଧା ଯାଇ ମଥୁରା ନଗରୀରେ ପହଁଚିଲେ ।

କଂସ ରାଜା ନାରଦଙ୍କୁ ସ୍ୱାଗତ କରି ତାଙ୍କୁ ଭିତରକୁ ନେଲା ଓ ପାଦଦୋକ ଦେଇ ତାଙ୍କୁ ପୂଜା କଲା । ଏହାପରେ ନାରଦ କଂସକୁ ଆଶୀର୍ବାଦ କରି କହିଲେ, “ବତ୍ସ, ମୁଁ ତୁମକୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଦେବାକୁ ଆସିଛି । ତୁମେ ମୋର ପ୍ରିୟଜନ ବୋଲି ତୁମର ହିତ ପାଇଁ ମୁଁ କେତୋଟି କଥା କହିବି । ଇତିମଧ୍ୟରେ ବ୍ରହ୍ମା ବିଷ୍ଣୁଙ୍କୁ ନେଇ ଦେବତାମାନେ ଗୋଟିଏ ସଭା କରିଛନ୍ତି । ସେଥିରେ ସେମାନେ ତୁମର ମୃତ୍ୟୁ କିପରି ହେବ ସେହି ବିଷୟରେ ହିଁ ଆଲୋଚନା କରୁଥିଲେ । ଭାଗ୍ୟକୁ ମୁଁ ସେଠାରେ ଥିଲି । ଶୁଣିଲି ମହାବିଷ୍ଣୁ ତୁମକୁ ମାରିବାକୁ କୌଣସି ଅବତାର ନେଇ ସେ ଜନ୍ମ ନେବେ । ଅନ୍ୟାନ୍ୟ ଦେବତାମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଜନ୍ମ ନେବେ । ଏଣୁ ତମେ ନିଜର ଶାସନ ଓ ଜୀବନକୁ ସୁଦୃଢ କରିବା ପାଇଁ ସାବଧାନ ରହିବ । ଧର୍ମକାର୍ଯ୍ୟ କରି ପ୍ରଜାପାଳନ କରିବ । ମୁଁ ତୁମର ହିତୈଷୀ । ତେଣୁ ମୁଁ ଏ ଖବର ତୁମକୁ ଦେବାକୁ ଆସିଲି ।” ସବୁକଥା କଂସକୁ ବୁଝାଇ ଦେଇ ନାରଦ ନିଜ ରାସ୍ତାରେ ଚାଲିଗଲେ ।

ନାରଦମୁନି ସେଠାରୁ ପ୍ରସ୍ଥାନ କରିବା ପରେ କଂସ ତା’ର ଦରବାରସ୍ଥ ଲୋକଙ୍କୁ ଅନାଇ ହସି ହସି କହିଲା, “ନାରଦମୁନିଙ୍କୁ ତ ମୁଁ ବହୁତ ବୁଦ୍ଧିମାନ ବୋଲି ଭାବିଥିଲି ସେଥିପାଇଁ ମୁଁ ତାଙ୍କ ସହିତ ମିତ୍ରତା ରଖିଥିଲି, କିନ୍ତୁ ଆଜି ଜାଣିଲି ଯେ ସେ ଜଣେ ନିହାତି ମୂର୍ଖ ଲୋକ । କାହିଁକିନା ସେ ଏତିକି ବି ବୁଝିପାରୁନାହାଁନ୍ତି ଯେ କି ବ୍ରହ୍ମା କି ବିଷ୍ଣୁ, ଏ ତିନିଲୋକରେ ଏପରି କେହି ବି ନାହିଁ ଯିଏ କି ମୋର କିଛି ବି କ୍ଷତି କରିବାକୁ କେବେବି ସାହସ କରିବ । ଅଥଚ ବିଚାରା ନାରଦ ଭୟରେ କାତର ହୋଇ ମୋତେ ମଧ୍ୟ ଭୟଭୀତ କରିବାକୁ ଚାଲି ଆସିଛନ୍ତି । ଅବଶ୍ୟ ଦୁଇପକ୍ଷ ମଧ୍ୟରେ କଳହ ସୃଷ୍ଟି କରି ତା’ର ମଜା ଦେଖିବାରେ ତାଙ୍କର ଏକ ବିଶେଷ ଆନନ୍ଦ ଥାଏ । ଅଥଚ ଦେବତାମାନେ ମୋରି ଆଦେଶରେହିଁ ଚଳୁଛନ୍ତି । ଅଗ୍ନି ଓ ବାୟୁ ମୋର ପ୍ରଭାବ ଯୋଗୁଁ ଆଦୌ ପ୍ରବଳ ହୋଇପାରୁ ନାହାଁନ୍ତି । ତାଛଡା କଳହପ୍ରିୟ ନାରଦଙ୍କ କଥା ଉପରେ କୌଣସି ଗୁରୁତ୍ୱ ଦେବା ମଧ୍ୟ ପ୍ରଚଣ୍ଡ ମୂର୍ଖତା । ମୋ ସହିତ ଯେତେବଡ ବୀର ସବୁ ଅଛନ୍ତି ତାଙ୍କ ଭୟରେ ତ ଦେବତାମାନେ ବି ଥରହର । ଏଣୁ ତମେମାନେ ଆନନ୍ଦରେ ଓ ନିର୍ଭୟରେ ବିଚରଣ କର । ଆମର କେବେ କେହି କିଛି ବି କରି ପାରିବେ ନାହିଁ ।”

ଦରବାର ପରେ କଂସ ଗୁପ୍ତରେ ତା’ର କେତେକ ମନ୍ତ୍ରୀ ଓ ମିତ୍ରଙ୍କୁ ଡକାଇ ଏ ବିଷୟରେ ଆଲୋଚନା କଲା ଓ ସେ ନିଜେ ମଧ୍ୟ ଟିକିଏ ସାବଧାନ ହୋଇ ରହିଲା ।

ଏହି ଘଟଣାର କିଛିଦିନ ପରେ କଂସର ଦାଦାଝିଅ ଭଉଣୀ ଦେବକୀଙ୍କର ବିବାହ ବସୁଦେବଙ୍କ ସହିତ ହେଲା । ବିବାହ ପରେ କଂସ ନିଜେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ ଛାଡିବାକୁ ଗଲା । ରାଜ୍ୟସାରା ଲୋକେ କଂସକୁ ତା’ର ଏଭଳି ଭଉଣୀ ସ୍ନେହ ଦେଖି ତାକୁ ଖୁବ୍ ଧନ୍ୟ ଧନ୍ୟ କଲେ । କିନ୍ତୁ ଯିବା ରାସ୍ତାରେ ହଠାତ୍ ଏକ ଆକାଶବାଣୀ ହେଲା । ତାହା ଥିଲା ଏହିପରି, “ରେ ରେ ମୂର୍ଖ କଂସ, ତୁ ଯାହାର ରଥ ବାହି ଆଜି ଏତେ ଆନନ୍ଦ ଓ ଗର୍ବରେ ଚାଲିଛୁ ଦିନେ ସେହି ଦେବକୀର ଅଷ୍ଟମ ଗର୍ଭଜାତ ପୁତ୍ର ହସ୍ତରେ ହିଁ ତୋର ମୃତ୍ୟୁ ହେବ ।”

ଆକାଶବାଣୀ ଶୁଣିବା ମାତ୍ରେ କଂସ ସେହିକ୍ଷଣି ତା’ରଥରୁ ଡେଇଁପଡି ଦେବକୀର କେଶ ଧରି ତାକୁ ଟାଣି ଆଣିଲା । ତା’ପରେ କଂସ ଖଣ୍ଡାରେ ତାକୁ ହାଣିବାକୁ ଯାଉଛି, ଠିକ୍ ଏହି ସମୟରେ ବସୁଦେବ କହିଲେ, “କ୍ଷମା କରନ୍ତୁ ଭାଇ, ବିବାହ ଦିନ ଭଉଣୀକୁ ଏପରି ମାରି ଆପଣ କି ଯଶଲାଭ ପାଇବେ । ଏକେ ତ ନାରୀହତ୍ୟା ହେବ, ତା’ ଉପରେ ପୁଣି ଭଗିନୀ ହତ୍ୟା । ମୋ କଥା ଶୁଣନ୍ତୁ । ମୁଁ ପୁତ୍ର ଜନ୍ମ ହେବା ମାତ୍ରେ ଆପଣଙ୍କ ଶ୍ରୀଚରଣରେ ତାକୁ ଆଣି ସମର୍ପଣ କରିବି । ଭଉଣୀର ଜୀବନ ରଖନ୍ତୁ ।” ଏହିଭଳି ବହୁ ଅନୁନୟ ବିନୟ ପରେ କଂସ ଦେବକୀକୁ ଛାଡିଲା । କିନ୍ତୁ ସେ ତା’ର ଅନୁଚରମାନଙ୍କୁ ଦେବକୀ ଓ ବସୁଦେବଙ୍କୁ ବନ୍ଦୀଶାଳାରେ ରଖିବାକୁ ଆଦେଶ ଦେଲା । ସେ ଆହୁରି ମଧ୍ୟ କେତେକ ପରିଚାରିକାଙ୍କୁ କଡା ନିର୍ଦ୍ଧେଶ ଦେଲା କି ଦେବକୀର ପିଲା ପେଟରେ ରହିବାଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ତା’ର ଟିକିନିଖି ଖବର ଯେପରି ତାକୁ ଜଣାଇ ଦିଆଯାଏ ।

ଇତିମଧ୍ୟରେ ନାରଦ ସିଧା ଶ୍ରୀବିଷ୍ଣୁଙ୍କ ପାଖରେ ପହଁଚି ତାଙ୍କୁ କହିଲେ ସେ କଂସକୁ ସାବଧାନ କଲେ । ପୁଣି ନାରଦ କହିଲେ ଯେ କଂସର ନିଧନ ପାଇଁ ତା’ର ପାପଭାର ବଢିବା ଆବଶ୍ୟକ । ଏବେ ଖବର ଦେବା ଯୋଗୁଁ ସେ ଅନେକ ଶିଶୁହତ୍ୟା କରିବା ଦ୍ୱାରା ତା’ର ପାପଭାର ଦିନକୁ ଦିନ ବଢିବ ଓ ତା’କୁ ମାରିବା ଅତ୍ୟନ୍ତ ସହଜ ହେବ ।

ନାରଦ ଯିବା ପରେ ଶ୍ରୀବିଷ୍ଣୁ ମହାମାୟାଙ୍କୁ ଡାକି କହିଲେ, “ମହାମାୟା, ତୁମ ଦ୍ୱାରା ଏକ ମହାନ୍ କାର୍ଯ୍ୟ ସଂପନ୍ନ ହେବ । ତମେ ଦେବକୀଙ୍କ ଗର୍ଭରେ ଛଟି ପୁତ୍ର ରୂପେ କାଳନେମୀର ଛ ପୁତ୍ରଙ୍କୁ ରଖିବ । ପୂର୍ବରୁ ହିରଣ୍ୟକଶିପୁ ସମୟରେ ଥରେ କାଳନେମୀର ଛ ପୁତ୍ର ଅମର ହେବା ଅଭିପ୍ରାୟରେ ତପସ୍ୟା କରୁଥିଲେ । ଏକଥା ହିରଣ୍ୟକଶିପୁ ଜାଣିବା ମାତ୍ରେ ସେମାନଙ୍କୁ ସେ ଅଭିଶାପ ଦେଇ କହିଲା, “ମୁଁ ଅସୁରକୁଳ ଶ୍ରେଷ୍ଠ ବଂଚି ଥାଉ ଥାଉ ତମେମାନେ ପୁଣି ତପସ୍ୟା କରୁଛ? ଯାଅ ତୁମେ ନିଜ ପିତା ହାତରେହିଁ ପ୍ରାଣ ଦେବ ।” ଏବେ ହିରଣ୍ୟକଶିପୁର ଶାପ ମଧ୍ୟ ଫଳିବ, ସେମାନେ ମଧ୍ୟ ଦିନକ ପାଇଁ ଏହି ପୃଥିବୀରେ ଜନ୍ମ ନେବେ । ତମେ ସେହି ଛ ପୁତ୍ରଙ୍କୁ ଦେବକୀଙ୍କ ଗର୍ଭରେ ରଖିବ । ତା’ପରେ ସପ୍ତମ ପୁତ୍ର ନିଜେ ଶେଷ ନାଗ ହିଁ ହେବେ । ତାଙ୍କୁ ଦେବକୀଙ୍କ ଗର୍ଭରୁ ହରଣ କରି ତମେ ନେଇ ବସୁଦେବଙ୍କର ଅନ୍ୟ ପତ୍ନୀ ରୋହିଣୀଙ୍କ ଗର୍ଭରେ ରଖିବ । ତା’ପରେ ଦେବକୀଙ୍କ ଗର୍ଭରେ ମୁଁ ଆସିବି । ତମେ ନିଜେ ମଧ୍ୟ ଯଶୋଦାଙ୍କ ଗର୍ଭରେ ସଂଚାର ହେବ । ତମେ ଜନ୍ମ ହେବା ପରେ ବସୁଦେବ ମୋତେ ଯଶୋଦାଙ୍କ ପାଖରେ ରଖି ତୁମକୁ ବଦଳାଇ ଆଣିବେ । କଂସ ତୁମକୁ ମାରିବାକୁ ଯିବାବେଳେ ତୁମେ ଆକାଶ ମାର୍ଗରେ ଥାଇ ସବୁକଥା କଂସକୁ କହିବା ପରେ ନିଜ ପୁରକୁ ପୁନଃ ଗମନ କରିବ । ଏଥୁଅନ୍ତେ ତୁମେ ମୋର ଭଗିନୀ ରୂପରେ ତିନିଲୋକରେ ମର୍ଯ୍ୟାଦା ପାଇବ ।

ମହାମାୟା ଶ୍ରୀବିଷ୍ଣୁଙ୍କ ଆଦେଶ ଅନୁସାରେ ସବୁ କିଛି କରିବାର ନିର୍ଭରଯୋଗ୍ୟ ପ୍ରତିଶୃତି ଦେଲେ । ତା’ପରେ ଦେବକୀଙ୍କର ପ୍ରଥମ ଗର୍ଭରେ ଏକ ବାଳକ ଜନ୍ମ ହେଲା । ବସୁଦେବ ତତ୍କ୍ଷଣାତ୍ ତାକୁ ନେଇ କଂସକୁ ସମର୍ପଣ କଲେ । କଂସ ଭାବିଲା, “ଏ ବାଳକ ତ ମୋର ଶତ୍ରୁ ନୁହେଁ ତେଣୁ ମୁଁ କାହିଁକି ଏହାକୁ ହତ୍ୟା କରିବି?” ଏହିପରି ଭାବି ସେ ବସୁଦେବଙ୍କୁ କହିଲା, “ତୁମର ସତ୍ୟ ତୁମେ ରକ୍ଷା କରିଛ । ଏବେ ଏ ପିଲାକୁ ନେଇଯାଅ ।” ଏହାପରେ ବସୁଦେବ ଖୁସି ହୋଇ ଶିଶୁକୁ ଫେରାଇ ଆଣିଲେ । ଇତିମଧ୍ୟରେ ନାରଦ ଆସି କଂସକୁ ମନ୍ତ୍ରଣା ଦେଲେ, “ଅଷ୍ଟମ ଗର୍ଭରେ ଜନ୍ମ ନେବାକୁ ଯାଉଥିବା ତୁମର ଶତ୍ରୁ ସହିତ ଏହି ଭାଇମାନେ ବି ଯୋଗ ଦେବେ ।” ଏକଥା ଶୁଣି କଂସ ହୁଙ୍କାର କରି ଦୌଡିଲା ଓ ଦେବକୀଙ୍କ କୋଳରୁ ତାଙ୍କ ଶିଶୁଟିକୁ ଛଡାଇ ଆଣି ତାକୁ ସେ ପଥରରେ ଛେଚି ମାରିଲା । ଏହିପରି ଭାବେ କାଳକ୍ରମେ ଛ ପୁତ୍ରଙ୍କୁ ସେ କଂସ ଅତି ନିର୍ଦ୍ଦୟ ଭାବରେ ପଥରରେ ଛେଚି ମାରିଲା ।

ତା’ପରେ ଦେବକୀଙ୍କର ସପ୍ତମ ଗର୍ଭର ଲକ୍ଷଣ ଦେଖାଦେଲା । ମହାମାୟା ସେହି ଗର୍ଭକୁ ହରଣ କରି ତାକୁ ରୋହିଣୀଙ୍କ ଗର୍ଭରେ ନେଇ ରଖିଲେ । ଯଥା ସମୟରେ ରୋହିଣୀଙ୍କର ଏକ ଦିବ୍ୟ ସୁନ୍ଦର ପୁତ୍ର ଜନ୍ମ ହେଲା । ଗର୍ଭ ଆକର୍ଷଣ କରାଯାଇଥିବାରୁ ତା’ର ନାମ ସଂକର୍ଷଣ ରଖାଗଲା । ବଳରାମ ବା ବଳଭଦ୍ର ତା’ର ଅନ୍ୟ ନାମ ଥିଲା ।

ତା’ପରେ ଦେବକୀଙ୍କର ଅଷ୍ଟମ ଗର୍ଭର ଲକ୍ଷଣ ସବୁ ଦେଖାଗଲା । ଶ୍ରୀ ଭଗବାନଙ୍କୁ ଗର୍ଭରେ ଧାରଣ କରି ଦେବକୀ ଅତି ସୁନ୍ଦର ଦେଖାଗଲେ । ଭାଦ୍ରବମାସ କୃଷ୍ଣ ଅଷ୍ଟମୀ ଦିନ ଅର୍ଦ୍ଧ ରାତ୍ରିରେ, ଯେତେବେଳେ ଚନ୍ଦ୍ର ପ୍ରକାଶିତ ହୋଇଥିଲେ, ଠିକ୍ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେଲେ ।

ସେତେବେଳେ ତ ଦେବକୀ ଓ ବସୁଦେବଙ୍କ ବ୍ୟତୀତ ସେ ବନ୍ଦୀଶାଳାର ସମସ୍ତ ପ୍ରହରୀ ଗଭୀର ନିଦ୍ରାମଗ୍ନ ଥିଲେ । ସେ ପୁତ୍ରକୁ ଦେଖି ବସୁଦେବ ଭାରି ଆଶ୍ଚର୍ଯ୍ୟ ହେଲେ । ଶିଶୁର ସୌନ୍ଦର୍ଯ୍ୟ ଥିଲା ଦିବ୍ୟ ଓ ଅଲୌକିକ । ତା’ ଶରୀରର କାନ୍ତି ନୀଳମେଘବର୍ଣ୍ଣ ସଦୃଶ ଥିଲା । ସେ ନିଜର ବିଶାଳ ଚକ୍ଷୁ ଖୋଲି ଚାରିଦିଗକୁ ଚାହୁଁଥିଲା । ତା’ର ସୌନ୍ଦର୍ଯ୍ୟରେ ଏତେ ଆକର୍ଷଣ ଥିଲା ଯେ ଆଖି ଥରେ ଲାଗିଯିବା ପରେ ତା’ପାଖରୁ ଆଉ ଆଖି ଫେରାଇବା ଅତ୍ୟନ୍ତ କଷ୍ଟ ହେଉଥିଲା । ବସୁଦେବ ଭାବିଲେ, “ଏ ଦିବ୍ୟଶିଶୁକୁ ମୁଁ ନିଶ୍ଚୟ ସେ ଦୁଷ୍ଟ କଂସ ହାତରୁ ରକ୍ଷା କରିବି । ହେଲେ ମୁଁ ଏହା କିପରି କରିବି?” ସେ ଏପରି ଭାବୁଛନ୍ତି ମନେହେଲା ସତେ ଯେପରି କିଏ ତାଙ୍କୁ କହୁଛି, “ତୁମେ ଶିଘ୍ର ଏ ଶିଶୁକୁ ନନ୍ଦ ଘରକୁ ନେଇ ଯାଇ ତାଙ୍କର ଜନ୍ମ ହୋଇଥିବା କନ୍ୟାକୁ ପାଲଟାଇ ଆଣ । ତୁମେ ଆଉ ମୋଟେ ବିଳମ୍ୱ କର ନାହିଁ ।”

ତା’ପରେ ବସୁଦେବ ଆଉ କିଛି ବିଚାର ନକରି ନବଜାତ ସେ ଦିବ୍ୟଶିଶୁକୁ ଗୋଟିଏ ବଡ ଟୋକେଇରେ ପୁରାଇ ମୁଣ୍ଡାଇ ଧରି ନନ୍ଦଙ୍କ ଘର ଗୋପପୁରକୁ ସେ ଚାଲିଲେ । ପ୍ରହରୀମାନେ ନିଦ୍ରାମଗ୍ନ । ଏଣେ ବାହାରେ ତ ଝଡ ବର୍ଷା ସେମିତି ଲାଗି ରହିଛି । ତଥାପି ବସୁଦେବ ସାହସ ବାନ୍ଧି ଚାଲିଲେ । ବାଟରେ ଉଗ୍ରସେନ ନଗରୀ ରକ୍ଷା କରିବାକୁ ପ୍ରହରା ଦେଉଥିଲେ । ସେ ବସୁଦେବଙ୍କୁ କହିଲେ, “ତୁ ଏ କ’ଣ କରୁଛୁ? ଜାଣୁ ଏହାର ଫଳ କ’ଣ ହେବ? କାଲି ପ୍ରତ୍ୟୁଷରୁ କଂସ ଏକଥା ଜାଣିବା ମାତ୍ରେ ମୋତେ, ତୋତେ ଓ ଦେବକୀକୁ ଶୁଳୀ ଦେବ ।”

ବସୁଦେବ କହିଲେ “କିନ୍ତୁ ଏ ଯେ ନିଜେ ଭଗବାନ ।” ଏପରି କଥା ଶୁଣି ଉଗ୍ରସେନ ହସି ହସି କହିଲେ, “ପ୍ରମାଣ?”

ତତ୍କ୍ଷଣାତ୍ ଶ୍ରୀକୃଷ୍ଣ ନିଜର ଭଗବତ୍ ରୂପ ଉଗ୍ରସେନଙ୍କ ସମ୍ମୁଖରେ ପ୍ରକାଶ କଲେ । ଉଗ୍ରସେନ ଭକ୍ତିଭରେ ତାଙ୍କୁ ପ୍ରଣାମ କଲେ । ସେହିଠାରେହିଁ ଶ୍ରୀକୃଷ୍ଣ ଉଗ୍ରସେନଙ୍କୁ ପୁନଃ ରାଜ୍ୟପ୍ରାପ୍ତିର ପ୍ରତିଶୃତି ଦେଇଥିଲେ ।

ତା’ପରେ ବସୁଦେବ ସିଧା ଚାଲିଲେ ଗୋପପୁର । ବାଟରେ ଯମୁନା ଉଚ୍ଛୁଳୁଛି । ଏତେ ବଡ ନଦୀ ସେ କିପରି ପାର ହେବେ । ମଥା ଉପରେ ପୁଣି ତାଙ୍କର ଦିବ୍ୟଶିଶୁ ଶ୍ରୀକୃଷ୍ଣ । ମହାବିଷ୍ଣୁଙ୍କୁ ଧ୍ୟାନ କରି ସେ ଯମୁନାରେ ପଶିଲେ । ଆଶ୍ଚର୍ଯ୍ୟ, ଯମୁନା ଭିତରେ ହଠାତ୍ ଏକ ରାସ୍ତା ହୋଇଗଲା । ବସୁଦେବ ଚାଲି ଚାଲି ଗଲେ । ପୁଣି ସେ ଘୋର ବର୍ଷାରେ ନିଜେ ଅନନ୍ତନାଗ ଶିଶୁ କୃଷ୍ଣଙ୍କୁ ତାଙ୍କର ସମସ୍ତ ଫଣାରେ ରକ୍ଷା କରି ଚାଲିଥା’ନ୍ତି । ବସୁଦେବ ଯାଇ ନନ୍ଦଙ୍କ  ଗୃହରେ ପହଁଚିଲେ । ଏଣେ ଯଶୋଦା ରାଣୀ ଶିଶୁକନ୍ୟାଟି ପ୍ରସବ କରି ମୂର୍ଚ୍ଛା ଯାଇଛନ୍ତି । ବସୁଦେବ ନିମିଷକ ମଧ୍ୟରେ ଶିଶୁପୁତ୍ରକୁ ସେଠାରେ ରଖି କନ୍ୟାକୁ ସେଠାରୁ ନେଇ ଫେରିଲେ । ତଥାପି ମଧ୍ୟ ବନ୍ଦୀଶାଳାରେ ସେ ପର୍ଯ୍ୟନ୍ତ ପ୍ରହରୀମାନେ ଶୁପ୍ତ ଅବସ୍ଥାରେ ଥିଲେ । କନ୍ୟାର କୁଆଁ କୁଆଁ ରାବରେ ସମସ୍ତେ ଉଠି ପଡିଲେ ଓ ତତ୍କ୍ଷଣାତ୍ କଂସ ପାଖକୁ ଯାଇ ତାଙ୍କୁ ଏ ବିଷୟରେ ଖବର ଦେଲେ ।

ଅଷ୍ଟମ ଗର୍ଭର ସନ୍ତାନ ଜନ୍ମ ହୋଇଛି ବୋଲି ଶୁଣି କଂସ ଦୌଡିଲା । ତା’ପରେ ସେ ନିଜେ ସେ ଶିଶୁକୁ ଦେବକୀ ପାଖରୁ ଛଡାଇ ଆଣିବାକୁ ଯିବାରୁ ଦେବକୀ କହିଲେ, “ଭାଇ, ଏ ଶିଶୁଟି ତ କନ୍ୟା, ସେ ବା ତୁମର କ’ଣ କରିପାରିବ । ତେଣୁ ଏଇଟିକୁ ତୁମେ ଦୟାକରି ଛାଡିଦିଅ । ମୁଁ ଏତେ ପିଲା ଜନ୍ମ କଲି ଅନ୍ତତଃ ଗୋଟିଏ ତ ଛାଡିଦିଅ ।”

ଭଉଣୀର ଏପ୍ରକାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାପୂର୍ବକ କଂସ ରାଗି କରି କହିଲା, “ଓ ତୁ ତାହାହେଲେ ମୋର ମୃତ୍ୟୁ ପଥକୁ ଚାହିଁଛୁ । ତୁ କ’ଣ ଏକଥା ଜାଣିନାହୁଁ ଯେ, ସତ୍ୟ ଯୁଗରେ ଭଗବାନ ଦୂର୍ଗା ରୂପରେ ମହିଷାସୁରକୁ ବଧ କରିଥିଲେ । ସେ ମହାନ୍ ମାୟାବୀ । କେତେବେଳେ ସେ ଯେ କି ରୂପ ନିଏ ତାହା ମୋଟେ କହି ହେବନାହିଁ । ତେଣୁ ମୂଳରୁ ମାରିଦେଲେ ଜାଣ କଥା ସରିଲା । ପଛକୁ ଆଉ କୌଣସି ବି ଭୟ ନ ଥିବ ।” ଏକଥା କହି କଂସ ସେ ଶିଶୁର ପାଦ ଧରି ତାକୁ ବୁଲାଇ ବୁଲାଇ ପଥର ଉପରେ ନିର୍ଘାତ କଚାଡିଲା । କିନ୍ତୁ ଏ କି ଅଲୌକିକ ଘଟଣା? ସେ ଶିଶୁଟି ହଠାତ୍ କଂସ ହାତରୁ ଖସି ଯାଇ ଆକାଶ ମାର୍ଗରେ ଥାଇ କହିଲା, “ମୂର୍ଖ କଂସ, ତୁ ଶିଶୁହତ୍ୟା କରି କରି ମହା ପାପ ଅର୍ଜିଛୁ । ଏଣୁ ତୋର ମୃତ୍ୟୁ ସୁନିଶ୍ଚିତ । ତୋର ଶତ୍ରୁ ତ ଏ ଧରା ବକ୍ଷରେ ଜନ୍ମ ନେଇ ସାରିଛି । ଯଥା ସମୟରେ ସେ ଆସି ତୋତେ ବଧ କରିବ । ତେଣୁ ସାବଧାନ ।” ଏତିକି କହି ସେ ଶିଶୁରୂପୀ ମହାମାୟା ଅଚାନକ କେଉଁଆଡେ ଅଦୃଶ୍ୟ ହୋଇଗଲେ ।

ହଠାତ୍ କଂସର ମନ ପରିବର୍ତ୍ତନ ହେଲା । ସେ ତା’ ମନ ଭିତରେ ଭୀଷଣ ଭୟ ପାଇଲା । ତା’ପରେ ସେ ତା’ ଭଉଣୀ ଭିଣୋଇଙ୍କୁ କାରାଗାରରୁ ମୁକ୍ତ କଲା । ନିଜର ଏଭଳି ନିନ୍ଦୁକ କର୍ମ ପାଇଁ ସେ ଅନେକ ପଶ୍ଚାତାପ ବି କଲା । ବାହ୍ୟ ଭାବରେ ଏସବୁ କରିବା ପରେ ସେ ତା’ର ବିଶ୍ୱାସୀ ରାକ୍ଷସ ଓ ରାକ୍ଷସୀମାନଙ୍କ ସହିତ ଗୁପ୍ତ ମନ୍ତ୍ରଣା କଲା । ସେମାନଙ୍କ ମଧ୍ୟରେ ପୁତନା, ତୃଣାବର୍ତ, ଶକଟା, ବକାସୁର, ଅଘାସୁର ଇତ୍ୟାଦି ଅଗ୍ରଣୀ ଥିଲେ । ଏବେ ପୁତନାକୁ ଦାୟିତ୍ୱ ଦିଆଗଲା କି ସେ ଯେତେ ଶିଶୁ ପାଇବ ସେମାନଙ୍କୁ ସେ ବିଷଥିବା ଦୁଗ୍ଧପାନ କରାଇ ହତ୍ୟା କରିବ । ତେଣୁ ସେ ଛଦ୍ମବେଶରେ ନଗର ଓ ଗ୍ରାମ ଚାରିଆଡେ ବୁଲିଲା । ତା’ଛଡା ଅନ୍ୟ ରାକ୍ଷସମାନେ ମଧ୍ୟ ବୁଲି ବୁଲି ନବଜାତ ଶିଶୁମାନଙ୍କୁ ଗୁପ୍ତରେ ମାରି ପକାଉଥା’ନ୍ତି ।

ଏଣେ ନନ୍ଦ, ଯଶୋଦା, ଗୋପୀ ଓ ଗୋପାଳ ସହ ମିଳିତ ହୋଇ ନବଜାତ ପୁତ୍ରର ଜନ୍ମୋତ୍ସବ ପାଳନ କଲେ । ବଳରାମ ଓ କୃଷ୍ଣ ଦୁଇ ଭାଇଙ୍କୁ ଦେଖି ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହେଉଥା’ନ୍ତି ।


ଶିବ ପୁରାଣ

ଥରେ ପାର୍ବତୀ ବିଷ୍ଣୁଙ୍କ ପାଖକୁ ଯାଇ କହିଲେ “ଭାଇ, ଶିବଙ୍କୁ ଗଜାସୁର ନିଜ ହୃଦୟରେ ଲିଙ୍ଗ ରୂପରେ ଲୁଚାଇ ରଖିଛି । ତାଙ୍କୁ କୈଳାସ ଫେରାଇ ଆଣିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ ।”

                ଶ୍ରୀବିଷ୍ଣୁ ତାଙ୍କୁ ସାନ୍ୱନା ଦେଇ କହିଲେ, “ଭଉଣୀ, ମୁଁ ଖୁବ୍ ଅଳ୍ପ ଦିନରେ ତୁମ ଦୁଃଖ ଦୂର କରିବି ।” ତା’ପରେ ସେ କୈଳାସ ଓ ପାର୍ବତୀଙ୍କୁ ରକ୍ଷା କରିବା ଲାଗି ଗଣମାନଙ୍କୁ ନିଯୁକ୍ତ କରି ରୁଦ୍ରଗଣଙ୍କୁ ସାଥିରେ ଧରି ସ୍ୱର୍ଗକୁ ଗଲେ । ସେଠାରୁ ଦେବତାମାନଙ୍କୁ ସଙ୍ଗରେ ଧରି ଛଦ୍ମବେଶରେ ଯାଇ ଶୋଣିତପୁରରେ ପହଁଚିଗଲେ ।

                ମନେ ମନେ ବିଷ୍ଣୁ ନାନା ଉପାୟ ପାଂଚିଲେ । କି ପ୍ରକାର ଘଟଣା ସୃଷ୍ଟି ହେବ ଯେଉଁଥିରେ ଭୋଳାନାଥ ଶବ ଗଜାସୁର ଦେହରୁ ବାହାରି ଆସିବେ ଓ ଗଜାସୁର ମରିବ; ଅଥଚ ସବୁ କିଛି ଶାନ୍ତିପୂର୍ଣ୍ଣ ଭାବରେ ହେବ । ଅନେକ ଭାବି ଭାବି ସେ ଏକ ଉପାୟ ସ୍ଥିର କଲେ । ସେହି ଅନୁସାରେ ରୁଦ୍ରଗଣଙ୍କୁ ଓ ଦେବତାମାନଙ୍କୁ କାର୍ଯ୍ୟ କରିବାକୁ ସେ ଆଦେଶ ଦେଲେ । ସେମାନେ ସମସ୍ତେ ଏକ ବାଦ୍ୟକାର ଓ ନୃତ୍ୟକାର ଦଳ ବାନ୍ଧି ଗଜାସୁରର ରାଜନଅର ଆଡେ ଚାଲିଲେ ।

                ନନ୍ଦୀ ଏକ ଷଣ୍ଢ ହୋଇଥାନ୍ତି । ବିଷ୍ଣୁ ତାକୁ ନଚେଇବାବାଲା କେଳା । ଅନ୍ୟ ଦେବତା ଓ ରୁଦ୍ରଗଣମାନେ ବିଭିନ୍ନ ବାଦ୍ୟକାରୀ ସାଜି ସାଙ୍ଗରେ ଚାଲିଥା’ନ୍ତି । ଏପରି ଏକ ନୂତନ ପ୍ରକାରର ନୃତ୍ୟବାଦ୍ୟ ଦଳ ଦେଖି ଗଜାସୁର ତାଙ୍କୁ ନିଜ ନଅର ମଧ୍ୟକୁ ଡାକିନେଲା । ସେଠାରେ ଏମାନେ ସମସ୍ତେ ଶିବସ୍ତୋତ୍ର ଗାନ କଲେ ଓ ଷଣ୍ଢ ସେଠାରେ ନାଚିଲା ।

                ଏଣେ ଗଜାସୁରର ହୃଦୟସ୍ଥ ଶିବ ନିଜର ସ୍ତ୍ରୋତ୍ର ଶୁଣି ଅତି ଆନନ୍ଦରେ ଫୁଲିବାକୁ ଲାଗିଲେ । କ୍ରମେ ଗଜାସୁରର ନିଶ୍ୱାସ ନେବାରେ କଷ୍ଟ ହେଲା । ସେ ଜାଣିପାରିଲା ତା’ର ମୃତ୍ୟୁ ସୁନିଶ୍ଚିତ । ସେ ଧୀର ଭାବରେ ଶିବଙ୍କୁ ପ୍ରାର୍ଥନା କଲା, “ହେ ପରମେଶ୍ୱର, ମୋତେ ରକ୍ଷା କର ।” ଶିବ ଭିତରେ ଥାଇ କହିଲେ, “ତୋର ମୃତ୍ୟୁ ସୁନିଶ୍ଚିତ । ଏବେ କିଛି ବର ମାଗି ନେ ।”

ଗଜାସୁର ପ୍ରାର୍ଥନା କଲା “ହେ ପରମେଶ୍ୱର ମୋର ଶିର ଯେପରି ସର୍ବଦା ବନ୍ଦନୀୟ ରହିବ । ମୋର ଚର୍ମ ଆପଣ ନିଜେ ଧାରଣ କରିବେ ଓ ମୋତେ ପୁନର୍ଜନ୍ମରୁ ନିଷ୍କୃତି ଦେବେ ।”

ଗଜାସୁର ଶିବଙ୍କର ପରମ ଭକ୍ତ ଥିଲା । ତେଣୁ ଗଜାସୁରର ପ୍ରାର୍ଥନା ପୂରଣ କରିବା ପରେ ସେ ଗଜାସୁରର ପେଟ ଚିରି ବାହାରକୁ ବାହାରି ଆସିଲେ । ଏପରି ଏକ ଅଭିନବ ଉପାୟରେ ଗଜାସୁରର ଯେ ମୃତ୍ୟୁ ହେବ ସେକଥା କେହିବି କଳ୍ପନା କରିପାରି ନଥିଲେ । ଗଜାସୁରର ଅଚାନକ ମୃତ୍ୟୁ ଦେଖି ତା’ର ବନ୍ଧୁ କୁଟୁମ୍ବ ଓ ସୈନ୍ୟଦଳ ଦେବତାମାନଙ୍କର କୁଟନୀତି ବିଷୟ ବୁଝିଗଲେ ଓ ସଙ୍ଗେ ସଙ୍ଗେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ତୁମୁଳ ଯୁଦ୍ଧ ଲାଗିଲା । କହିବା ବାହୁଲ୍ୟ ସେ ଯୁଦ୍ଧରେ ସମସ୍ତ ଅସୁର ନିହତ ହେଲେ । ବାକି ଅଳ୍ପ କେତେଜଣ ନିଜର ଜୀବନ ଧରି ସେଠୁ ପଳାଇଗଲେ ।

ତା’ପରେ ସେମାନେ କୈଳାସ ଫେରିବେ, ଇତିମଧ୍ୟରେ ଜଣେ ପ୍ରଥମେ ଯାଇ ଏହି ସୁଖବର ପାର୍ବତୀଙ୍କୁ ଦେଇ ଦେଇଛି । ପାର୍ବତୀ ଖୁସିରେ ସ୍ନାନ କରିବାକୁ ଗଲେ । ସ୍ନାନ କରିସାରି ସମସ୍ତଙ୍କୁ ସ୍ୱାଗତ କରିବେ । ସ୍ନାନ ପୂର୍ବରୁ ସେ ଗଣମାନଙ୍କୁ ଦ୍ୱାରରେ ନିଯୁକ୍ତ କଲେ ଓ ଗଣେଶ ସେମାନଙ୍କର ଅଧିପତି ହେଲେ ଯାହାଙ୍କୁକି ମାତା ପାର୍ବତୀ ନିଜର ଦିବ୍ୟ ଶରୀରରୁ ଉତ୍ପନ୍ନ କରିଥିଲେ ।

ପାର୍ବତୀ ସ୍ନାନ କରିବାକୁ ଯିବା ସମୟରେ ଗଣମାନେ ତ ଦ୍ୱାରରକ୍ଷା କରୁଥା’ନ୍ତି । ଏହି ସମୟରେ ରୁଦ୍ରଗଣ ଆସି ପହଁଚିଲେ । ପାର୍ବତୀଙ୍କ ଗଣମାନେ ଦ୍ୱାର ଖୋଲି ସେମାନଙ୍କୁ ପ୍ରବେଶ କରିବାକୁ ଦେଲେ ନାହିଁ । ଫଳରେ ସେ ଦୁଇ ଦଳଙ୍କ ମଧ୍ୟରେ ଘୋର୍ ଯୁଦ୍ଧ ହେଲା । ଅନେକ ମଲେ ଓ କେତେକ ଫେରିଯାଇ ଶିବଙ୍କୁ ସବୁ ଜଣାଇଲେ ।

ଏଇ ସମୟରେ ସେଠାରେ ନାରଦ ଆସି ପହଁଚିଲେ । ସେ କହିଲେ, “ପରମେଶ୍ୱର! ଏ କ’ଣ ହେଲା? ପାର୍ବତୀଙ୍କ ଦ୍ୱାରପାଳମାନେ ଏତେ ଗର୍ବୀ ଯେ ରୁଦ୍ରଗଣଙ୍କୁ ମଧ୍ୟ ମାରି ପକାଇଲେ ।” ତାଙ୍କର ଏଭଳି କଥା ଶିବଙ୍କୁ ବହୁତ ଅପମାନ ବୋଧ ହେଲା । ସେ ଗଣମାନଙ୍କୁ ମାରି ଦେବାକୁ ତ୍ରିଶୁଳକୁ ଆଦେଶ ଦେଲେ । ତ୍ରିଶୁଳ ଯାଇ ସେହିକ୍ଷଣି ସବୁ ଗଣଙ୍କୁ ମାରିଦେଲା ।

ଏସବୁ କଥା ଦେଖି ପାର୍ବତୀ ଶୋକରେ ଅଧିର ହୋଇ ପଡିଲେ । କାରଣ ଗଣମାନେ ତାଙ୍କର ପୁତ୍ରସମ ପୁଣି ଗଣର ଅଧିପତି ଖୋଦ୍ ତାଙ୍କର ନିଜ ପୁତ୍ର । କିନ୍ତୁ ଶିବ ତ ଆଉ ଏସବୁ କଥା ଜାଣି ନଥା’ନ୍ତି ।

ଏବେ ଗଣମାନେ ନିହତ ହେବା ପରେ ଦ୍ୱାରରେ କେହିବି ଆଉ ରକ୍ଷୀ ନଥା’ନ୍ତି । ଶିବ ଓ ବିଷ୍ଣୁ ଅବାଧରେ ଓ ଆନନ୍ଦରେ ପ୍ରବେଶ କଲେ । ଭିତରେ ପାର୍ବତୀଙ୍କୁ ଶୋକମଗ୍ନା ଦେଖି ବିଷ୍ଣୁ କହିଲେ, “ଭଉଣୀ ତୁମକୁ ଖୁସି କରିବା ପାଇଁ ତୁମରି କଥା ଅନୁସାରେ ମୁଁ ସବୁ କଲି । ଗଜାସୁରର ମୃତ୍ୟୁରେ ଯେତେବେଳେ ତିନିଲୋକ ଆନନ୍ଦିତ ସେତେବେଳେ ତୁମେ କାହିଁକି ଶୋକମଗ୍ନା । କାରଣ କୁହ ମୁଁ ତୁମର ସେ କଷ୍ଟ ଦୂର କରିବି ।”

ପାର୍ବତୀ କହିଲେ, “ଭାଇ, ଅକାରଣରେ ଈଶ୍ୱର କୁପିତ ହୋଇ ମୋର ପୁତ୍ରଗଣଙ୍କୁ ମାରି ଦେଇଛନ୍ତି । ମୁଁ କିପରି ଖୁସି ହେବି?”

ଶିବ ତ ସର୍ବଦା ଭୋଳାନାଥ । ଏତେ ଘଟଣା ସବୁ ହୋଇଯାଇଛି ସେ କିଛି ମନେ ରଖି ନାହାଁନ୍ତି । ତାଙ୍କୁ ସବୁକଥା ବୁଝାଇ ଦିଆଯିବା ପରେ ସେ ଖୁବ୍ ଦୁଃଖିତ ହେଲେ ଓ ନିଜ କର୍ମ ପାଇଁ ବହୁତ ଅନୁତାପ କଲେ । ତା’ପରେ ସେ ଓ ବିଷ୍ଣୁ ପାର୍ବତୀଙ୍କୁ କହିଲେ କି ଯାହା ତ ହେବାର ହୋଇଛି, ଏବେ ସେମାନଙ୍କୁ ବଂଚାଇବାର ପ୍ରଚେଷ୍ଟା କରାଯିବ ।

ସେତିକିବେଳେହିଁ ଶିବ ଗଜାସୁରକୁ ତିନୋଟି ବର ଦେଇଥିବା କଥା ପ୍ରକାଶ କଲେ । ଶିବଙ୍କ ଆଦେଶ ଅନୁସାରେ ଗଜାସୁରର ମଥାକୁ ଆଣି ଗଣେଶଙ୍କ ଦେହରେ ଯୋଡି ଦିଆଗଲା । ତା’ପରେ ଅନ୍ୟାନ୍ୟ ଗଣମାନଙ୍କୁ ମଧ୍ୟ ସେହିପରି ଭାବରେ ବଂଚାଇ ଦିଆଗଲା । ସେମାନେ ସମସ୍ତେ ଏକୋଇଶ ଜଣ ମିଶି ଥିଲେ ।

ଏବେ ସମସ୍ତେ ଆନନ୍ଦିତ ହେଲେ । ଲମ୍ବୋଦର ଗଣେଶଙ୍କୁ ଦେଖି ଶିବ ଖୁବ୍ ଖୁସି ହେଲେ । ଗଣେଶ ମଧ୍ୟ ପ୍ରଥମଥର ପାଇଁ ପିତା ଶିବଙ୍କୁ ଦେଖି ମହାଖୁସି ହେଲେ । ଦେବତାମାନେ ଓ ରୁଦ୍ରଗଣମାନେ ଗଜାସୁରର ମୃତ୍ୟୁ ଯୋଗୁଁ ନାନା ପ୍ରକାର ଉତ୍ସବ କଲେ । ଏହି ମହା ଉତ୍ସବରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସମେତ ଅନ୍ୟାନ୍ୟ ଦେବୀ ଓ ଦେବତାମାନେ ଉପସ୍ଥିତ ଥା’ନ୍ତି । ଏହି ସୁଯୋଗରେ ଉପବ୍ରହ୍ମା ବିଶ୍ୱଦର୍ଶୀ ଆସି ଶିବ ଓ ବିଷ୍ଣୁଙ୍କ ପାଖରେ କହିଲେ, “ଆଜ୍ଞା, ମୋର ଗୋଟିଏ ପ୍ରାର୍ଥନା ଅଛି । ସେଇଟି ପୂରଣ ହେଲେ ଏଇ ଉତ୍ସବଟି ସମ୍ପୂର୍ଣ୍ଣ ହୋଇ ପାରିବ । ଆପଣମାନେ ଓ ଦେବୀମାନେ ଅଭୟ ଦେଲେ କହିବି ।”

ସମସ୍ତେ ଏକ ସ୍ୱରରେ କହିଲେ, “ଆଚ୍ଛା କୁହନ୍ତୁ ।”

“ମୋର ଠିକ୍ ଏକୋଇଶଟି ସର୍ବ ସୁଲକ୍ଷଣୀ କନ୍ୟା ଅଛନ୍ତି । ଗଣେଷଙ୍କ ସମେତ ଅନ୍ୟ ଗଣମାନଙ୍କ ସଂଖ୍ୟା ମଧ୍ୟ ଏକୋଇଶ । ଏମାନଙ୍କ ସହିତ ମୋ ଝିଅମାନଙ୍କର ବିବାହ ଦିଅନ୍ତୁ ।”

ସମସ୍ତେ ରାଜି ହୋଇଗଲେ । ମହା ସମାରୋହରେ ବ୍ରହ୍ମାଙ୍କ ପୌରାହିତ୍ୟରେ ବିବାହ ସମ୍ପନ୍ନ ହେଲା । ଜ୍ୟେଷ୍ଠାକନ୍ୟା ଜୟଲକ୍ଷ୍ମୀଙ୍କ ସହ ଗଣେଶଙ୍କର ବିବାହ ହେଲା ।

ଠିକ୍ ଏଇ ସମୟରେ କୁମାର କାର୍ତିକେୟ ସେଠାରେ ଆସି ପହଁଚିଲେ । ସେ ଶିବଙ୍କୁ କହିଲେ ଜ୍ୟେଷ୍ଠପୁତ୍ର ହିସାବରେ ଗଣମାନଙ୍କର ଅଧିପତି ସେ ନିଜେ ହେବା ଉଚିତ୍ ।

ଶିବ କହିଲେ, “କୁମାର, ତୁମେ ତ ଅନେକ ପୂର୍ବରୁ ଦେବସେନାଙ୍କର ଅଧ୍ୟକ୍ଷ ହୋଇଛ ତେଣୁ ଦେବଗଣଙ୍କ ଉପରେ ତୁମକୁ ଆଧିପତ୍ୟ ମିଳିଛି ।” ତଥାପି କୁମାର ନିଜ ଦାବୀକୁ ସ୍ୱୀକାର କରିବା ପାଇଁ ଶିବଙ୍କୁ କହିଲେ ।

କିଛି ଉପାୟ ନ ପାଇ ଶିବ କୁମାର ଓ ଗଣେଶଙ୍କ ମଧ୍ୟରେ ପ୍ରତିଯୋଗିତା କରିବାର ସ୍ଥିର କଲେ । ସେ କହିଲେ, “ଯିଏ ପ୍ରଥମେ ସବୁ ପୁଣ୍ୟକ୍ଷେତ୍ର ଦର୍ଶନ କରି, ସେଠାରେ ସ୍ନାନ କରି ଓ ପୃଥିବୀ ପରିକ୍ରମା କରି ଆଗେ ଫେରି ଆସିବ ସେହିଁ ଗଣମାନଙ୍କର ଅଧିପତି ହେବ ।” ଏକଥା କହି ଶିବ କୁମାରଙ୍କୁ ବାହନ ସ୍ୱରୂପ ମୟୁର ଓ ମୁଷା ରୂପରେ ସ୍ଥିତ ଗଜାସୁରକୁ ଗଣେଶଙ୍କ ବାହନ ଭାବରେ ଦେଲେ ।

କୁମାର ଖୁସି ହୋଇ ମୟୁରବାହନ ଚଢି ନୀଳ ଆକାଶରେ ଉଡିଗଲେ । ଗଣେଶ ଯାଇ ମା’ ପାର୍ବତୀଙ୍କ ପାଖରେ ପହଁଚି ଅଭିଯୋଗ କରି କହିଲେ, “ମା, ଦେଖ ମୋ ପ୍ରତି ଅନ୍ୟାୟ କରାଗଲା । କୁମାର ଶକ୍ତିଶାଳୀ ତାଙ୍କୁ ମୟୁର ବାହନ ଦେଲେ । ଆଉ ମୁଁ ଖର୍ବକାୟ, ସ୍ଥୁଳ, ଲମ୍ବୋଦର ମୁଁ କିପରି ମୁଷା ଉପରେ ବସି ପୃଥିବୀ ପରିକ୍ରମା କରିବି? ଏ ପ୍ରତିଯୋଗିତାର କିଛି ମୂଲ୍ୟ ନାହିଁ । ବରଂ ଆରମ୍ଭରୁ କୁମାରଙ୍କୁ ଗଣାଧିପତି ପଦ ଦେଇ ଦେଇଥିଲେ ତ ସବୁ କଥା ସରିଥା’ନ୍ତା ।”

                ପାର୍ବତୀ କହିଲେ, “ବତ୍ସ, ତୁ ଯାଇ ତୋର ମାମୁଁ ଶ୍ରୀବିଷ୍ଣୁଙ୍କୁ କିଛି ଉପାୟ କହିଦେବା ପାଇଁ ଅନୁରୋଧ କର । ସେହିଁ ତୋର ସହାୟତା କରିବେ ।”

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

ମହାଭାରତ

ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ ହୋଇ, ମହର୍ଷି ବୃହସ୍ପତିଙ୍କ ନିକଟରେ ଯାଇ ଶରଣ ପଶିଲେ ।

  ଏହା ଜାଣିପାରି ନହୁଷ ବୃହସ୍ପତିଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ । ସେ ଋଷି, ମୁନିମାନଙ୍କୁ ନାନାଦି ଭତ୍ସର୍ନା କଲେ । କାରଣ ସେମାନେ ନହୁଷଙ୍କୁ ପର ନାରୀ ପ୍ରତି କୁଦୃଷ୍ଟି ପକାଇବା ମହାପାପ ଅଟେ କହି ଉପଦେଶ ଦେଲେ ।

ନହୁଷ ଓଲଟି ସେମାନଙ୍କୁ ପ୍ରଶ୍ନ କଲେ “ଇନ୍ଦ୍ର ତ ଏପରି କର୍ମ ଅନେକବାର କରିଛନ୍ତି । ଆପଣମାନେ ସେତେବେଳେ କାହିଁକି ତାଙ୍କୁ ଏ ଉପଦେଶ ଦେଉ ନ ଥିଲେ?” ସମସ୍ତ ଦେବଗଣ ବୃହସ୍ପତିଙ୍କ ନିକଟକୁ ଯାଇ କହିଲେ, “ମହାତ୍ମା, ନହୁଷ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଶଚୀଦେବୀଙ୍କୁ ପତ୍ନୀ ରୂପେ ନ ପାଇଲେ ଘୋର ଅନର୍ଥ ଘଟିବାର ଯଥେଷ୍ଟ ସମ୍ଭାବନା ଅଛି । ତିନିଲୋକ ବିପଦରେ ପଡିପାରେ ।”

ଶଚୀଦେବୀ ପ୍ରକାଶ କଲେ, “ମୁଁ ଯେ କୌଣସି କଷ୍ଟ ସହିବା ପାଇଁ ପ୍ରସ୍ତୁତ । କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ ନହୁଷଙ୍କର ପତ୍ନୀ ହେବାପାଇଁ ମୁଁ କଦାପି ବି ଚାହିଁବି ନାହିଁ ।” ଏହା ଶୁଣି ବୃହସ୍ପତି କହିଲେ, “ଯେଉଁ ସ୍ତ୍ରୀ ମୋର ଶରଣକୁ ଆସିଛନ୍ତି, ତାଙ୍କର ରକ୍ଷା କରିବା ମୋର ପରମ ଧର୍ମ । ମୁଁ ମୋର ଧର୍ମ ନିଶ୍ଚୟ ରକ୍ଷା କରିବି ।”

ଏହି ସଙ୍କଟଜନକ ପରିସ୍ଥିତିରେ ସେମାନେ ଏକ ଉପାୟ ଚିନ୍ତା କରିବାରେ ଲାଗିଲେ, ଯାହା ଦ୍ୱାରା କି ଶଚୀଦେବୀଙ୍କର କିଛିବି କ୍ଷତି ହେଉ ନଥିବ ଓ ନହୁଷଙ୍କର କ୍ରୋଧ ମଧ୍ୟ ଶାନ୍ତ ହୋଇ ପାରିବ ।

ବୃହସ୍ପତି ଦେବତାଗଣଙ୍କୁ ପରାମର୍ଶ ଦେବାକୁ ଯାଇ କହିଲେ “ନହୁଷ ଅତ୍ୟନ୍ତ ଗର୍ବୀ ଆଚରଣ କରି ପତନଗହ୍ୱରରେ ନିଃପତିତ ହେବାକୁ ଯାଉଛନ୍ତି । ଏପରି ସ୍ଥିତିରେ ଶଚୀଦେବୀ ନହୁଷଙ୍କ ନିକଟକୁ ଯାଇ, କିଛି ସମୟ ଅପେକ୍ଷା କରିବା ପାଇଁ ଅନୁରୋଧ କଲେ ଭଲ ହେବ । ସେହି ସମୟରେ ଆମକୁ ଅନ୍ୟ କିଛି ଉପାୟ ଚିନ୍ତା କରିବା ପାଇଁ ସୁଯୋଗ ବି ମିଳନ୍ତା ।”

ବୃହସ୍ପତିଙ୍କ ଅନୁରୋଧ ରକ୍ଷା କରି ଶଚୀଦେବୀ ନହୁଷଙ୍କ ନିକଟକୁ ଗଲେ । ତାଙ୍କୁ ସେ କହିଲେ, “ମୋର ପତିଦେବ ଇନ୍ଦ୍ରଙ୍କ ସମ୍ବନ୍ଧରେ ଏ ଯାବତ୍ ମୁଁ କିଛି ହେଲେବି ସମାଚାର ପାଇ ନାହିଁ । ସଠିକ୍ ସମାଚାର ଜାଣିବା ପରେ ମୁଁ ତୁମର ପତ୍ନୀ ହେବାପାଇଁ ରାଜି ।” ଇତି ମଧ୍ୟରେ ମୁନିଗଣ ଇନ୍ଦ୍ରଙ୍କୁ ଖୋଜି ବାହାର କଲେ ଓ ତାଙ୍କର ପାପକ୍ଷୟ ନିମନ୍ତେ ଅଶ୍ୱମେଧ କରାଇଲେ । ଇନ୍ଦ୍ର ସ୍ୱର୍ଗ ଫେରି ଆସିଲେ ସତ, କିନ୍ତୁ ନହୁଷଙ୍କର ତେଜସ୍ୱୀ ରୂପ ଦେଖି ସେ ଖୁବ୍ ଭୟଭୀତ ହୋଇ ପଡିଲେ ଓ ପୁନଶ୍ଚ ସେ ଯାଇ କେଉଁଠାରେ ଆତ୍ମଗୋପନ କଲେ । ଶଚୀଦେବୀ ତାଙ୍କର ଅନୁଧାବନ କରି ସେଠାରେ ପହଁଚି ତାଙ୍କୁ କହିଲେ, “ନହୁଶଙ୍କର ବିନାଶ କରି, ତୁମେ ନିଜର ଇନ୍ଦ୍ରତ୍ୱ ଫେରାଇ ଆଣ ।”

ଇନ୍ଦ୍ର ଶଚୀଦେବୀଙ୍କୁ କହିଲେ “ଏବେ ନହୁଷଙ୍କର ବିନାଶ ସମ୍ଭବପର ନୁହେଁ । କାରଣ ସେ ମୋ ଠାରୁ ଯଥେଷ୍ଟ ଶକ୍ତିଶାଳୀ ଅଟନ୍ତି । ତାଙ୍କୁ ମାରିବା ପାଇଁ ଗୋଟିଏ ଉପାୟ ଅଛି । ଏହା କେବଳ ତୁମଦ୍ୱାରାହିଁ ସାଧିତ ହୋଇ ପାରିବ । ନହୁଷ ତୁମ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ପଡିଛନ୍ତି । ତେଣୁ ତୁମେ ତାଙ୍କୁ କହିବ ଯେ ସେ ଏକ ପାଲିଙ୍କିରେ ବସି ତୁମ ନିକଟକୁ ଆସିବେ । ଯାହାକି ମୁନିଋଷିଙ୍କ ଦ୍ୱାରା ବାହିତ ହେବ । ଏପରି ଅପକର୍ମ କରାଇଲେ ନହୁଷଙ୍କର ଆପେ ଆପେ ପତନ ଘଟିବ ।”

ଶଚୀଦେବୀ ଏହା ନହୁଷଙ୍କୁ ଜଣାଇବାରୁ ସେ ଖୁବ୍ ଆନନ୍ଦିତ ହୋଇ ଉଠିଲେ । ତାଙ୍କର ଆଜ୍ଞା ଅନୁସାରେ ଋଷିଗଣ ସେହି ପାଲିଙ୍କିକୁ କାନ୍ଧେଇ ଶଚୀଙ୍କ ନିକଟକୁ ବାହାରିଲେ । ପଥ ମଧ୍ୟରେ ମୁନି, ଋଷିମାନେ ଏକ ନୈତିକ ବିଷୟ ସମ୍ବନ୍ଧରେ ଆଲୋଚନା କଲେ । କିନ୍ତୁ କେହି ଏକମତ ହୋଇ ପାରୁ ନଥିଲେ । ନହୁଷ ସେମାନଙ୍କର ଏପରି ଆଚରଣରେ ଭୀଷଣ ମାତ୍ରାରେ କ୍ରୋଧିତ ହୋଇ ଉଠିଲେ ଓ ଅଗସ୍ତ୍ୟ ଋଷିଙ୍କ ଶିରରେ ପଦାଘାତ କଲେ । ତତ୍କ୍ଷଣାତ୍ ଅଗସ୍ତ୍ୟ ତାଙ୍କୁ ଏକ ସର୍ପ ହୋଇଯିବା ପାଇଁ ଅଭିଶାପ ଦେଲେ । ଏହିପରି ଭାବେ ନହୁଷ ସ୍ୱର୍ଗଭ୍ରଷ୍ଟ ହେଲେ । ଇନ୍ଦ୍ର ତାଙ୍କର ପଦ ପୁନଃପ୍ରାପ୍ତ ହୋଇ କୃତକୃତ୍ୟ ହେଲେ ଓ ଶଚୀଦେବୀଙ୍କ ସହିତ ଅତି ଆନନ୍ଦରେ କାଳାତିପାତ କଲେ ।
ଶଲ୍ୟ ଏହି କଥା ଧର୍ମରାଜଙ୍କୁ ଶୁଣାଇବା ପରେ ସେ ଦୁର୍ଯ୍ୟୋଧନଙ୍କୁ ଭେଟିବା ପାଇଁ ଗଲେ ।

ଦ୍ରୁପଦଙ୍କ ପୁରୋହିତ ପାଣ୍ଡବଙ୍କ ଦୂତ ରୂପେ ହସ୍ତିନାପୁରଠାରେ ଯାଇ ପହଁଚିଲେ । ଏହା ପୂର୍ବରୁ ପାଣ୍ଡବକୌରବଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଅନେକ ରାଜା ଓ ସେମାନଙ୍କର ସେନାନୀ ନିଜ ପକ୍ଷର ଶିବିରରେ ପହଁଚି ସାରିଥିଲେ ।

ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ସାତ ଅକ୍ଷୌହିଣୀ ସେନା ଉପପ୍ଲାବ୍ୟ ଠାରେ ଆସି ପହଁଚିଥିଲେ । ମହାରଥୀ ଯୁଯୁଧାନ ଓ ଚେଦିର ରାଜା ଧୃଷ୍ଟକେତ ନିଜ ସହିତ ଏକ ଅକ୍ଷୌହିଣୀ ଲେଖାଏଁ ସୈନ୍ୟ ଆଣିଥିଲେ । ପାଣ୍ଡ୍ୟ ଦେଶର ରାଜା ପାର୍ବତ୍ୟ ଯୋଦ୍ଧାଙ୍କ ସହିତ ଧର୍ମରାଜଙ୍କ ସହାୟତା କରିବା ପାଇଁ ଆସି ପହଁଚି ଥିଲେ । ଦ୍ରୁପଦଙ୍କ ସହିତ ତାଙ୍କର ପୁତ୍ର ଓ ଅନେକ ରଥୀ ମହାରଥୀ ଆସି ପହଁଚିଲେ । ମତ୍ସ୍ୟଦେଶର ରାଜା ବିରାଟ ଗିରିଜନ ସୈନିକଙ୍କ ସହିତ ଆସିଲେ ।ଏହା ବ୍ୟତୀତ ଅନେକ ଦେଶର ରାଜା ସେମାନଙ୍କର ଧ୍ୱଜ ସହିତ କୌରବ ପକ୍ଷରେ ଯୋଗ ଦେବା ପାଇଁ ମଧ୍ୟ ଆସିଲେ । ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଏଗାର ଅକ୍ଷୌହିଣୀ ସୈନ୍ୟ ଏକତ୍ରିତ ହୋଇଥିଲେ । ନରକାସୁରର ପୁତ୍ର ଭଗଦତ କିରାତମାନଙ୍କୁ ନେଇ ଗଠିତ ଏକ ଅକ୍ଷୌହିଣୀ ସେନା ସହିତ ଦୁର୍ଯ୍ୟୋଧନଙ୍କ ନିକଟକୁ ଆସିଲେ । ଭୁରିଶ୍ରବ୍ଧ, ଶଲ୍ୟଙ୍କର ମଧ୍ୟ ଏକ-ଏକ ଅକ୍ଷୌହିଣୀ ସୈନ୍ୟ ଥିଲେ । ପତ୍ର, ପୁଷ୍ପ ଆଦିର ମାଳା ପରିଧାନ କରିଥିବା ବଳିଷ୍ଠ ଯୋଦ୍ଧାଙ୍କ ସହିତ କୃତବର୍ମା ଆସି ସେଠାରେ ପହଁଚିଲେ । ସିଂଧୁ, ସାବୀର ପ୍ରଦେଶରୁ ଜୟଦ୍ରଥ ଆଦି ଅନେକ ରାଜା ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୋଗ ଦେଲେ । ଦାକ୍ଷିଣାତ୍ୟର ମାହୀସ୍ମତୀପୁରରୁ ଭୟଙ୍କର ଆୟୁଧଯୁକ୍ତ ବଳଶାଳୀ ଯୋଦ୍ଧାମାନେ ଓ ଅବନ୍ତୀ ଦେଶର ରାଜାଙ୍କ ସହିତ ଦୁଇ ଅକ୍ଷୌହିଣୀ ସୈନ୍ୟ ମଧ୍ୟ ଆସିଲେ । ଏତଦ୍ବ୍ୟତୀତ ଅନ୍ୟାନ୍ୟ କ୍ଷୁଦ୍ର ରାଜ୍ୟମାନଙ୍କରୁ ଆସିଥିବା ସୈନିକଙ୍କର ସଂଖ୍ୟା ତିନି ଅକ୍ଷୌହିଣୀ ହେବ ।

ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଅନ୍ୟ ଦେଶରୁ ଆସିଥିବା ରାଜା ଓ ସୈନ୍ୟଙ୍କର ରହଣୀ ନିମନ୍ତେ ହସ୍ତିନାପୁର ଯଥେଷ୍ଟ ନ ଥିଲା । ଏତେ ବିରାଟ ସେନାବାହିନୀକୁ ସୁବ୍ୟବସ୍ଥିତ କରିବା ନିମନ୍ତେ କୌରବମାନେ ପଂଚନଦ, ଗୁରୁଜାଙ୍ଗଲ, ରୋହିତାକାରଣ୍ୟ ମରୁଭୂମି, ଅହିଦୂତ୍ର, କାଳକୁଟ, ଗଙ୍ଗାକୂଟ, ବାରଣ, ନାଧୋନମ୍ ଓ ବିସ୍ତୀର୍ଣ୍ଣ ଯମୁନା ତଟ ଆଦି ଅଂଚଳରେ ବ୍ୟବସ୍ଥା କରାଇଲେ ।

ବିଭିନ୍ନ ପ୍ରଦେଶରୁ ଆସି ଏକତ୍ରିତ ହୋଇଥିବା ସେନାନୀଙ୍କୁ ଦେଖି ଦେଖି ଦ୍ରୁପଦଙ୍କ ପୁରୋହିତ ହସ୍ତିନାପୁରଠାରେ ଆସି ପହଁଚିଲେ । ଧୃତରାଷ୍ଟ୍ରଙ୍କ ରାଜ ସଭାରେ ପ୍ରବେଶ କରିବା ମାତ୍ରେ ବିଦୁର, ଭୀଷ୍ମ, ଧୃତରାଷ୍ଟ୍ର ଆଦି ସେହି ବୃଦ୍ଧ ବ୍ରାହ୍ମଣଙ୍କୁ ସ୍ୱାଗତ-ସତ୍କାର କଲେ ଓ ପାଣ୍ଡବମାନଙ୍କର କୁଶଳ – ମଙ୍ଗଳ ପ୍ରଶ୍ନ କଲେ । ସେହି ବ୍ରାହ୍ମଣ କୌରବମାନଙ୍କର କୁଶଳ କାମନା କରିବା ପରେ ରାଜସଭାକୁ ସମ୍ବୋଧିତ କରି କହିଲେ, “ହେ ସଭାସଦ୍ଗଣ, ଧୃତରାଷ୍ଟ୍ର ଓ ପାଣ୍ଡୁରାଜା ଏକ ଦମ୍ପତ୍ତିଙ୍କର ସନ୍ତାନ ଅଟନ୍ତି । ପିତାମହ ପିତାଙ୍କର ସମ୍ପତ୍ତିରେ ଉଭୟଙ୍କର ସମାନ ଅଧିକାର ରହିଛି, ତେଣୁ କେବଳ ଧୃତରାଷ୍ଟ୍ରଙ୍କ ପୁତ୍ରଗଣ ପୈତୃକ – ସମ୍ପତ୍ତି ଉପଭୋଗ କରିବାର ଅଧିକାର କାହିଁକି ପାଇଛନ୍ତି? ପାଣ୍ଡବମାନେ ଏପରି ଅଧିକାର ପ୍ରାପ୍ତି ନିମନ୍ତେ ଯୋଗ୍ୟ ନୁହଁନ୍ତି କି? ଆପଣମାନଙ୍କ ମଧ୍ୟରୁ କେହି ଏହାର ଯଥାଯଥ କାରଣ ବତାଇ ପାରିବେ କି? ଆପଣମାନେ ସମସ୍ତେ ଦୁର୍ଯ୍ୟୋଧନର ପାଣ୍ଡବଙ୍କ ପ୍ରତି ଏଭଳି ଅତ୍ୟାଚାର ସମ୍ବନ୍ଧରେ ଜାଣିଛନ୍ତି । ସେମାନେ ନିଜର ପୂଣ୍ୟବଳରେ ଏପରି କଷ୍ଟରୁ ରକ୍ଷା ପାଇ ପାରିଛନ୍ତି । ନଚେତ୍ କେବେଠାରୁ ସେମାନଙ୍କର ବିଲୋପ ଘଟିସାରନ୍ତାଣି । ଖାଲି ଏତିକି ନୁହେଁ ପାଣ୍ଡବମାନେ ନିଜ ଶକ୍ତିରେ ଯେଉଁ ରାଜ୍ୟ ଜୟ କରିଥିଲେ, ତାହା ମଧ୍ୟ ଦୁର୍ଯ୍ୟୋଧନ କପଟ ପଶା ଖେଳରେ ହରାଇ ସେମାନଙ୍କଠାରୁ ଛଡାଇ ନେଇଛି । ଶକୁନିର କୁମନ୍ତ୍ରଣା, ଅଗ୍ନିରେ ଘୃତ ସଦୃଶ ଦୁର୍ଯ୍ୟୋଧନର ପାପକର୍ମକୁ ପ୍ରୋତ୍ସାହିତ କରୁଛି । ତେରବର୍ଷକାଳ ପାଣ୍ଡବଗଣ ପତ୍ନୀ ସମେତ ବନବାସରେ ବିତାଇଲେ । ସେହି ସମୟର କ୍ଳେଶ ଅବର୍ଣ୍ଣନୀୟ । ବିରାଟନଗରୀରେ ବିତାଇଥିବା ଅଜ୍ଞାତବାସ କାଳ ସମ୍ବନ୍ଧରେ କହିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ । ଶୁଣିବା ପାଇଁ ଆପଣମାନଙ୍କର ମଧ୍ୟ ଧୈର୍ଯ୍ୟ ରହିବ ନାହିଁ । କିନ୍ତୁ ଏତେ ସବୁ ଘଟିଯିବା ପରେ, ପାଣ୍ଡବମାନେ କୌରବଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କରିବା ନିମନ୍ତେ ଆଗ୍ରହୀ ଅଟନ୍ତି । କୌରବଙ୍କ ସହିତ ଯୁଦ୍ଧ ହେଲେ, ଅକାରଣରେ ଅନେକ ନିରୀହ ଜୀବନ ବଳି ପଡିବେ । ଭୀଷଣ ହତ୍ୟାକାଣ୍ଡ ସଂଘଟିତ ହେବ । କାହାର କିଛି କ୍ଷତି ହେବା ପୂର୍ବରୁ ପାଣ୍ଡବମାନେ ସେମାନଙ୍କର ରାଜ୍ୟ ଫେରି ପାଇବା ପାଇଁ ଅନୁରୋଧ କରିଛନ୍ତି । ଦୁର୍ଯ୍ୟୋଧନ ନିଜର ଶକ୍ତି ଉପରେ ଗଭୀର ବିଶ୍ୱାସ ରଖିଛନ୍ତି । ତାଙ୍କ ପକ୍ଷରେ ଅଗଣିତ ସୈନିକ ଏକଜୁଟ୍ ହୋଇଛନ୍ତି । ତେଣୁ ସେ ବିଜୟର ବରମାଲ୍ୟ ପିନ୍ଧିବା ବିଷୟରେ ନିଃସନ୍ଦେହ ହୋଇ ଯାଇଛି । କିନ୍ତୁ ମୋ ବିଚାରରେ ଏହା କେବଳ ତା’ର ଏକ ଭ୍ରମ ମାତ୍ର । ଦୁର୍ଯ୍ୟୋଧନ ପକ୍ଷରେ ଅସଂଖ୍ୟ ଯୋଦ୍ଧା ରହିଥିଲେ ମଧ୍ୟ କ’ଣ ଲାଭ ମିଳିବ? ପାଣ୍ଡବଙ୍କର ସେନା ମଧ୍ୟରେ ସାତ୍ୟକୀ, ଭୀମ, ନକୁଳ, ସହଦେବ ଏକାକୀ ଏକ ଅକ୍ଷୌହିଣୀ ସୈନ୍ୟ ସହିତ ସମାନ ଅଟନ୍ତି । ଏକମାତ୍ର ଅର୍ଜୁନଙ୍କୁ ଏହି ସମଗ୍ର ସେନାମଣ୍ଡଳୀ ପର୍ଯ୍ୟାପ୍ତ ନୁହେଁ, ଆହୁରି ପୁଣି କୃଷ୍ଣଙ୍କ ପରି ବିଚକ୍ଷଣ ଶୂରବୀର ସେମାନଙ୍କ ପକ୍ଷରେ ଅଛନ୍ତି । ଏପରି ଅମିତ ବଳଶାଳୀ ପାଣ୍ଡବମାନଙ୍କ ସହିତ ଯୁଦ୍ଧ କରିବା ଏକ ମୂର୍ଖତା ବ୍ୟତୀତ ଅନ୍ୟ କିଛିବି ନୁହେଁ । ବୁଦ୍ଧିମାନ ଲୋକଙ୍କ ନିମନ୍ତେ ପାଣ୍ଡବମାନଙ୍କ ସହିତ ବନ୍ଧୁତା ସ୍ଥାପନ ପାଇଁ ଏହା ଏକ ସୁବର୍ଣ୍ଣ ଅବସର । ଏପରି ଅବସର ସମ୍ବନ୍ଧରେ ବିଚାର ଆଲୋଚନା କରନ୍ତୁ ।”

ଦ୍ରୁପଦଙ୍କ ପୁରୋହିତ ତାଙ୍କର ବକ୍ତବ୍ୟ ଶେଷ କରିବା ପରେ ଭୀଷ୍ମ କହିଲେ, “ହେ ବ୍ରାହ୍ମଣ ଶ୍ରେଷ୍ଠ, ତୁମର କଥା ନିଷ୍ଠୁର ହେଲେ ମଧ୍ୟ ନିରାଟ ସତ୍ୟ ଅଟେ । ପାଣ୍ଡବମାନେ ଏ ଯୁଦ୍ଧପାଇଁ ପ୍ରସ୍ତୁତ ହେଉଛନ୍ତି ସତ କିନ୍ତୁ ତା ସହିତ ସେମାନେ ଶାନ୍ତି ପାଇଁ ମଧ୍ୟ ଆଶା ରଖିଛନ୍ତି । ପାଣ୍ଡବମାନଙ୍କର ସହନଶକ୍ତି ଅତୀବ ପ୍ରଶଂସନୀୟ ଅଟେ । ଅର୍ଜୁନ ଅନେକ ପ୍ରକାର ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଅଟେ । ସେହି ମହାଯୋଦ୍ଧାର ସମକକ୍ଷ ବୀର ଏଠାରେ ଆଉ କେହି ମଧ୍ୟ ନାହାଁନ୍ତି । ଏପରିକି ବଜ୍ରାୟୁଧଧାରୀ ଇନ୍ଦ୍ର ମଧ୍ୟ ତା ସମ୍ମୁଖରେ ଆଦୌ ତିଷ୍ଠି ପାରିବେ ନାହିଁ ।”

ଭୀଷ୍ମଙ୍କ କଥା ସରିବା ମାତ୍ରେ କର୍ଣ୍ଣ ନିଜ ଆସନରୁ ଉଠିପଡି କହିଲେ, “ହେ ବିପ୍ରବର, ଆପଣ ଏଠାରେ ଯାହା କିଛିବି କହିଲେ, ତାହାତ ସମସ୍ତେ ଜାଣନ୍ତି । ଧର୍ମରାଜ ବଚନ ରକ୍ଷା ନିମନ୍ତେ ଭାଇ ଓ ପତ୍ନୀଙ୍କ ସହିତ ବନବାସ ଯାଇଥିଲେ । ଏହି ବିଷୟରେ କୌରବମାନଙ୍କର କିଛି ଦୋଷ ନାହିଁ । କାରଣ ପଶା ଖେଳର ସର୍ତ୍ତ ତାହାହିଁ ଥିଲା । ଏବେ ରାଜ୍ୟ ମାଗିବା ମୂର୍ଖତା ନୁହେଁ ତ ଆଉ କ’ଣ? ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ବଳ ଦେଖି ଭୟଭୀତ ହେବା ପରି କାପୁରୁଷ ନୁହେଁ । ଅଙ୍ଗୁଳି ପରିମିତ ଭୂମି ମଧ୍ୟ ସେ ପାଣ୍ଡବମାନଙ୍କୁ ଦେବ ନାହିଁ । ପୁନଶ୍ଚ ରାଜ୍ୟ ଫେରିବାର ଆଶା କଲେ, ଆଉ ଥରେ ବନବାସ ଭୋଗିବା ହିଁ ସାର ହେବ ।”

କର୍ଣ୍ଣଙ୍କର ଏପରି ଅର୍ଥହୀନ ଯୁକ୍ତି ଶୁଣି ଭୀଷ୍ମ ଉତ୍ତେଜିତ ହୋଇ ପଡିଲେ । ସେ ଚଢା ଗଳାରେ କହିଲେ, “କର୍ଣ୍ଣ, ଏହି ବ୍ୟର୍ଥ ପ୍ରଳାପରେ କିଛିବି ଲାଭ ନାହିଁ । ଯଦି ଯୁଦ୍ଧ ସଂଘଟିତ ହୁଏ ତେବେ ଅଗ୍ନିରେ ପତଙ୍ଗର ଅବସ୍ଥା ଯାହା ହୁଏ, ତାହା ହିଁ ଆମ ଭାଗ୍ୟରେ ଘଟିବ ।”

ଏହି ସମୟରେ ଧୃତରାଷ୍ଟ୍ର ହସ୍ତକ୍ଷେପ କରି କର୍ଣ୍ଣଙ୍କୁ ଆଉ ଅଧିକ କିଛି କହିବାରୁ ନିବୃତ କରାଇଲେ ଓ ତାଙ୍କୁ ସାବଧାନ କଲେ ଯେ ଭୀଷ୍ମଙ୍କର କଥାରେ ସତ୍ୟତା ରହିଛି, ଯେ ଆମର ଶୁଭକାମନା କରି ଏପରି କହୁଛନ୍ତି । ତା’ପରେ ଦ୍ରୁପଦଙ୍କ ପୁରୋହିତଙ୍କୁ ଧୃତରାଷ୍ଟ୍ର କହିଲେ, “ମହାଶୟ, ମୁଁ ଏହି ବିଷୟରେ ଗୁରୁତ୍ୱର ସହ ଚିନ୍ତା କରିବି । ତା’ପରେ ସଞ୍ଜୟଙ୍କ ଦ୍ୱାରା ପାଣ୍ଡବମାନଙ୍କ ନିକଟକୁ ମୁଁ ମୋ ଉତ୍ତର ପଠାଇବି । ଆପଣ ଏଥର ନିଶ୍ଚିନ୍ତ ମନରେ ପ୍ରତ୍ୟାବର୍ତ୍ତନ କରନ୍ତୁ ।”

ଧୃତରାଷ୍ଟ୍ର ପୁରୋହିତଙ୍କୁ ସାଦରେ ବିଦା କରିବା ପରେ ସଞ୍ଜୟଙ୍କୁ ଡକାଇ ସେ କହିଲେ, “ସଞ୍ଜୟ, ତୁମେ ଯଥା ଶୀଘ୍ର ଉପପ୍ଲାବ୍ୟ ଅଭିମୁଖେ ଯାତ୍ରା କର । ଧର୍ମରାଜଙ୍କୁ ଭେଟି ତାଙ୍କ କୁଶଳ–ମଙ୍ଗଳ ସମ୍ଭାଷଣ କରିବ ଓ ବନବାସ ଅଜ୍ଞାତବାସ ନିର୍ବିଘ୍ନରେ ସମାପ୍ତ ହୋଇ ଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବ । ଶ୍ରୀକୃଷ୍ଣ ତଥା ଯୁଦ୍ଧରେ ସହାୟତା ଦେବା ପାଇଁ ଆସିଥିବା ଅନ୍ୟ ନରପତିମାନଙ୍କୁ ସବିନୟ ପ୍ରଣାମ କରିବ । ଆମମାନଙ୍କ ପାଇଁ ପାଣ୍ଡବଙ୍କୁ ଅନେକ କଷ୍ଟ ସହିବାକୁ ପଡିଲା । ସେମାନେ କେବେ ଆମକୁ କଷ୍ଟ ଦେବା ପରି କିଛି କାମ କରିଥିବାର ମୋର ତ କାହିଁ ମନେ ପଡୁ ନାହିଁ । ଧର୍ମରାଜ କ୍ରୋଧିତ ହୋଇ ଆମ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା କଳ୍ପନା କରିବା ମାତ୍ରେ ମୁଁ ଭୟରେ କମ୍ପି ଉଠୁଛି । ଭୀମ-ଅର୍ଜ୍ଜୁନ ମହାବୀର ଅଟନ୍ତି । ଯୁଦ୍ଧ କଳାରେ ତାଙ୍କର ସମକକ୍ଷ ଆଉ କେହିବି ହୋଇ ପାରିବେ ନାହିଁ । ତୁମେ ତାଙ୍କୁ କ’ଣ କହିବ, ସ୍ୱୟଂ ନିର୍ଣ୍ଣୟ କର । କେବଳ ମୋର ଏତିକି କାମନା ଯେ, ଏ ଯୁଦ୍ଧ ନ ହେଉ । ସେମାନଙ୍କୁ ତାହା ବୁଝାଇବା ତୁମର ଦାୟିତ୍ୱ ଅଟେ ।”
ସଞ୍ଜୟ ରଥରେ ବସି ଉପପ୍ଲାବ୍ୟଠାରେ ଯାଇ ପହଁଚିଲେ । ଧର୍ମରାଜଙ୍କୁ ସାକ୍ଷାତ କରି କୁଶଳଜିଜ୍ଞାସା ବିନିମୟ ପରେ ସମସ୍ତଙ୍କ ଉପସ୍ଥିତିରେ ସଞ୍ଜୟ ଏପରି କହିଲେ ।

“ଧୃତରାଷ୍ଟ୍ର ଶାନ୍ତି କାମନା କରୁଛନ୍ତି, ଏହି ସନ୍ଦେଶ ଆପଣମାନଙ୍କୁ ଦେବା ପାଇଁ ସେ ମୋତେ ଏଠାକୁ ପଠାଇଛନ୍ତି । ଯୁଦ୍ଧରେ କିଏ ବିଜୟୀ ହେବ, କିଏ ପରାଜିତ ହେବ, ତାହା ତ କେହିବି କହି ପାରିବେ ନାହିଁ । କିନ୍ତୁ ଏହା ସତ୍ୟ ଯେ, ଯୁଦ୍ଧ ଉଭୟ ପକ୍ଷ ନିମନ୍ତେ ହାନିକାରକ ଅଟେ । ପାଣ୍ଡବଙ୍କୁ ବଧ କରି ଅଥବା କୌରବଙ୍କୁ ବଧ କରି କେହି ରାଜ୍ୟପ୍ରାପ୍ତି ଏକ ଅନୁଚିତ କାର୍ଯ୍ୟ । ନିଜର ଆତ୍ମୀୟଙ୍କୁ ହତ୍ୟା କରିବା ଅପେକ୍ଷା ମରଣ ହିଁ ଶ୍ରେୟସ୍କର ଅଟେ । ମୋର ବିଶ୍ୱାସ ଏହି ଯେ ଉଭୟଙ୍କର ସଂଘର୍ଷ ଫଳରେ, ଯେଉଁ ପକ୍ଷ ମଧ୍ୟ ବିଜୟ ହାସଲ କରିବେ, ତାଙ୍କ ପାଇଁ ବିଜୟ ନିଷ୍ପ୍ରୟୋଜନ ମନେ ହେବ । ଏପରି ବିଜୟ କାହାରି ମନରେ ସୁଖ ଆଣିଦେବ ନାହିଁ । ପାଣ୍ଡବମାନେ ଧର୍ମପରାୟଣ କର୍ତ୍ତବ୍ୟନିଷ୍ଠ ଅଟନ୍ତି । ତେଣୁ ସେମାନେ ଧର୍ମ ପଥରୁ ହଟିଯାଇ ଏପରି ହୀନ ମାର୍ଗରେ କେବେବି ଯାତ୍ରା କରିବେ ନାହିଁ ବୋଲି ମୋର ବିଶ୍ୱାସ ହେଉଛି । ମୁଁ ଯୋଡହସ୍ତରେ ସମସ୍ତଙ୍କୁ ବିନୀତ ପ୍ରାର୍ଥନା କରୁଛି ଯେ, ଶାନ୍ତି ସ୍ଥାପନା ନିମନ୍ତେ ଆପଣମାନେ ସମସ୍ତେ ଅଙ୍ଗୀକାରବଦ୍ଧ ହୁଅନ୍ତୁ ।”

ସଞ୍ଜୟଙ୍କ କଥାର ପ୍ରତ୍ୟୁତ୍ତରରେ ଧର୍ମରାଜ ନିଜର ଅଭିପ୍ରାୟ ବ୍ୟକ୍ତ କରିବାକୁ ଯାଇ କହିଲେ, “ସଂଜୟ, ଯୁଦ୍ଧ ଯେ ଅନିର୍ବାଯ୍ୟ, ଏହା ଆମେ କଦାପି କହି ନାହୁଁ । ଶାନ୍ତି ସ୍ଥାପନାର ଆଳରେ ଯୁଦ୍ଧ କରିବା ପାଇଁ ବାହାନା ମଧ୍ୟ ମୁଁ ଲୋଡୁ ନାହିଁ । ଜଣେ ବୁଦ୍ଧିମାନ, ଅପବିତ୍ର ଆତ୍ମାଧାରୀ ମନୁଷ୍ୟ ନିଜ ସୁଖ ବିଷୟ ଚିନ୍ତା କରିବା ସମୟରେ ଅନ୍ୟମାନଙ୍କର ସୁଖ ସମ୍ବନ୍ଧରେ ଚିନ୍ତା କରିବା ବି ଉଚିତ୍ । ଅରଣ୍ୟରେ ଅଗ୍ନି ପ୍ରଜ୍ଜ୍ୱଳିତ କଲେ ନିଜକୁ ସେହି ବିପଦରୁ ଆଦୌ ତ୍ରାହି ମିଳିବ ନାହିଁ । ଦୁଷ୍ଟ ଦୁର୍ଯ୍ୟୋଧନକୁ ସମର୍ଥନ କରିବାକୁ ପଡୁଥିବା ସମୟରେ ଧୃତରାଷ୍ଟ୍ର କିପରି ବା ସୁଖୀ ରହୁଥିବେ? କପଟ ପଶା ଖେଳ ହେବା ଦିନଠାରୁ କୌରବଙ୍କର ବିନାଶ ଆରମ୍ଭ ହୋଇ ଯାଇଛି । କିନ୍ତୁ କୌରବଙ୍କର ସମସ୍ତ ଛଳନା କପଟତା ଭୁଲିଯାଇ ବନ୍ଧୁତାର ହାତ ବଢେଇବା ପାଇଁ ଆମେ ଏବେ ବି ପ୍ରସ୍ତୁତ । କିନ୍ତୁ ମୋତେ କେବଳ ଇନ୍ଦ୍ରପ୍ରସ୍ଥ ମିଳିବା ଦରକାର ।” ସଞ୍ଜୟ କହିଲେ, “ଧର୍ମରାଜ ଆପଣ ତ ସଦା ସର୍ବଦା ଧର୍ମପଥର ଅନୁଗାମୀ ହୋଇ ଆସିଛନ୍ତି । ତୁଚ୍ଛ ରାଜଭୋଗ ନିମନ୍ତେ ନିଜର ଏହି ପ୍ରସିଦ୍ଧିକୁ କାହିଁକି କଳଙ୍କିତ କରାଇବେ? ଏ ଯୁଦ୍ଧ ବିଚାର ନିଜ ମନରୁ ପରିତ୍ୟାଗ କରନ୍ତୁ । କାହିଁକିନା କୌରବଙ୍କଠାରୁ ରାଜ୍ୟ ଆଶା କରିବାହିଁ ବୃଥା । କିନ୍ତୁ ରାଜ୍ୟ-ପ୍ରାପ୍ତି ନିମନ୍ତେ ଯୁଦ୍ଧ ଅପେକ୍ଷା ଭିକ୍ଷା-ବୃତ୍ତି ଅଧିକ ଶ୍ରେୟସ୍କର ।”

ସଞ୍ଜୟଙ୍କର ଏପରି ବ୍ୟାଖ୍ୟାକୁ ଧର୍ମରାଜ ମୋଟେ ଗ୍ରହଣ କଲେ ନାହିଁ । ସେ ତାଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦେଲେ, “ବିପଦରୁ ମୁକ୍ତି ପାଇବା ନିମନ୍ତେ ଅଧର୍ମକୁ ମଧ୍ୟ ଧର୍ମର ସ୍ୱୀକୃତି ମିଳିଥାଏ । ତେଣିକି ଶ୍ରୀକୃଷ୍ଣ ଯାହା ଚାହିଁବେ, ତାହାହିଁ ମୋର ଧର୍ମ ।”

ଶ୍ରୀକୃଷ୍ଣ ସଞ୍ଜୟଙ୍କୁ କହିଲେ, “ସଞ୍ଜୟ, ତୁମେ ଶାନ୍ତି, ଶାନ୍ତି କହି ଏତେ ଭାଷଣ ଦେଉଛ । କ’ଣ ତୁମ ବିଚାରରେ ଯୁଦ୍ଧ କରିବା ଏକ ରାଜଧର୍ମ ନୁହେଁ? ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ବିପଥଗାମୀ ହୋଇ ଅଧର୍ମ ଆଚରଣ କରୁଛନ୍ତି । ପାଣ୍ଡବଙ୍କ ସମ୍ପତ୍ତି, ରାଜ୍ୟ ଅପହରଣ କରିବାରେ ଧର୍ମର, ନୀତିର ସ୍ଥାନ କେଉଁଠି? ଜଣେ ଚୋର ଓ ଦୁର୍ଯ୍ୟୋଧନ ଭିତରେ କିଛି ପ୍ରଭେଦ ଅଛି କି? କୌରବମାନଙ୍କଠାରୁ ରାଜ୍ୟ ଆଶା କରିବା ବୃଥା – କାହିଁକି? ପର ଧନ ପ୍ରତି ମୋହ, ହୀନ ପ୍ରବୃତ୍ତିର ପରିଚାୟକ ନୁହେଁ କି? ନିଜର ରାଜ୍ୟ ହାସଲ କରିବା ପାଇଁ ଯୁଦ୍ଧ କରି ମୃତ୍ୟୁ ବରଣ କଲେ ବି ତାହା ପାଣ୍ଡବଙ୍କ ପାଇଁ ଅଧିକ ଶାନ୍ତିପ୍ରଦ ହେବ । କୌରବମାନଙ୍କୁ ଏହି କଥା ସ୍ପଷ୍ଟ ଭାବେ ଜଣାଇ ଦେବ ।”

ସଞ୍ଜୟ ନିଜର ଦୋଷାଦୋଷ ନିମନ୍ତେ କ୍ଷମା ପ୍ରାର୍ଥନା କରି, ସମସ୍ତଙ୍କ ଠାରୁ ବିଦାୟ ମାଗିଲେ । ସେ ସ୍ଥାନ ପରିତ୍ୟାଗ କରୁଥିବା ସମୟରେ ଧର୍ମରାଜ କହିଲେ, “ସଞ୍ଜୟ, ଆମେ ମଧ୍ୟ ପ୍ରକୃତରେ ଶାନ୍ତି କାମନା କରୁଛୁ । ଯଦି ଧୃତରାଷ୍ଟ୍ର ଆମ ପରି ଶାନ୍ତି କାମନା କରୁଥାନ୍ତି, ତେବେ ତାଙ୍କୁ କହିବ ଯେ, ରାଜ୍ୟରୁ ଏକ ଅଂଶ ହେଉ ପଛକେ, ଆମକୁ ତାହା ଦେବେ । ଆମ ପାଞ୍ଚଜଣଙ୍କର ପାଂଚୋଟି ଗ୍ରାମ ହେଲେ ମଧ୍ୟ ଚଳିବ । କୁଶସ୍ଥଳ, ବୃକସ୍ଥଳ, ମାଳନ୍ଦୀ, ବାରୁଣାବତ ଓ ଅନ୍ୟ କେଉଁ ଏକ ଗ୍ରାମ ଆମକୁ ପ୍ରଦାନ କଲେ, ଆମେ ସଭିଏଁ ସୁଖରେ ରହି ପାରିବୁ । ମୁଁ ଯୁଦ୍ଧ ପାଇଁ ଯେତିକି ନୁହେଁ, ଶାନ୍ତି ପାଇଁ ତା’ଠାରୁ ଅଧିକ ବ୍ୟାକୁଳ ।”

ଏହି ସନ୍ଦେଶ ବହନ କରି ସଞ୍ଜୟ ଉପପ୍ଲାବ୍ୟ ପରିତ୍ୟାଗ କରି ହସ୍ତିନାପୁରୀ ଅଭିମୁଖେ ଯାତ୍ରା କଲେ ।

ବିଷ୍ଣୁଙ୍କ ମାୟା

ବାଳକ ଧ୍ରୁବ କଠୋର ତପସ୍ୟାରେ ମଗ୍ନଥିଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଗ୍ନ କରିବାକୁ ମନସ୍ଥ କରି, ବିରୂଥ ନାମକ ଏକ ଗନ୍ଧର୍ବକୁ ରାକ୍ଷସ ରୂପରେ ସେଠାକୁ ପଠେଇଲେ । କିନ୍ତୁ ଅରଣ୍ୟରେ ଅନ୍ୟ ଜଣେ ମୁନି ଏହି ଛଦ୍ମବେଶ ଧାରଣ କଥା ଜାଣିପାରି ବିରୂଥଙ୍କୁ, ପ୍ରକୃତ ରାକ୍ଷସ ହୋଇଯିବା ପାଇଁ ଅଭିଶାପ ଦେଲେ ।

ଏହି ଅଭିଶାପର ପ୍ରଭାବରେ ବିରୂଥ ନିଜର ଦେବତ୍ୱ ହରେଇଲା । ରାକ୍ଷସ ଭାବେ ତା’ର ସବୁପ୍ରକାରର ପରିବର୍ତ୍ତନ ଘଟିଥିଲେ ମଧ୍ୟ, ଦେବସୁଲଭ ଦିବ୍ୟଦୃଷ୍ଟିର ବିଲୋପ ଘଟି ନ ଥିଲା । ତେଣୁ ତିନିଲୋକରେ କେଉଁଠାରେ କ’ଣ ଅଛି, କ’ଣ ହେଉଛି, ସେ ଜାଣିପାରୁଥିଲା ।

ଶବରୀ ଓ ଗୋଦାବରୀ ନଦୀର ସଂଗମ ସ୍ଥଳୀରେ; ଅନେକ ମୁନି ଋଷି ଆଶ୍ରମ ସ୍ଥାପନ କରି ବସବାସ କରୁଥିଲେ । ଦିନେ, ମୁନି ପୁତ୍ର ଗଣ ଜଙ୍ଗଲକୁ ଯଜ୍ଞ ଉପକରଣ ସଂଗ୍ରହ ପାଇଁ ଯାଇଛନ୍ତି, ବିରୂଥ ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପଡିଲା । ତା’କୁ ଦେଖି ସବୁ ମୁନିବାଳକ କିଏ କୁଆଡେ ଧାଇଁ ପଳେଇଲେ । ମାତ୍ର ଭରତ ନାମକ ଏକ ବାଳକ ସେମିତି ନିର୍ଭୟରେ ଠିଆ ହୋଇଥାଏ ।

ଧାଇଁ ପଳାଇଥିବା ବାଳକମାନେ ଭରତର ପିତାଙ୍କୁ କହିଲେ, “ଆପଣଙ୍କ ପୁତ୍ର ରାକ୍ଷସ କବଳରେ ପଡିଯାଇଛି ।” ଏକଥା ଶୁଣି ଭରତର ପିତା ବିକଳରେ ଦୌଡି ଦୌଡି ସେଠାରେ ପହଁଚି ନିଜ ପୁତ୍ରକୁ ବକ୍ଷରେ ଲଗାଇ ରାକ୍ଷସକୁ ବିନତି କଲେ, “ୟେ ମୋର ଏକମାତ୍ର ସନ୍ତାନ, ମାରିବାକୁ ଚାହୁଁଥିଲେ, ମତେ ପଛକେ ମାରି ଖାଇଦେ, ଏହାକୁ ଦୟାକରି ଛାଡିଦେ ।” ସେ ଆତୁରରେ ହାତଯୋଡି ଏସବୁ କଥା କହୁଥାନ୍ତି ।

“ଠିକ୍ ଅଛି । ମୁଁ ତୁମକୁ ଏକ ସୁଯୋଗ ଦେଉଛି । ମୁଁ ପୁଣି କାଲି ସକାଳେ ଆସିବି । ଏହି ସମୟ ମଧ୍ୟରେ ତୁମ ପୁତ୍ରକୁ ଏପରି କୌଣସି ସ୍ଥାନରେ ଲୁଚାଇ ଦିଅ, ଯାହା ମୁଁ ଜାଣିପାରିବି ନାହିଁ । ଏପରି ତୁମେ କରିବା ପାଇଁ ସକ୍ଷମ ହେଲେ, ଆଜି କାହିଁକି, ଭବିଷ୍ୟତରେ କେବେ ବି ତୁମ ପୁତ୍ରକୁ ମୁଁ ଭକ୍ଷଣ କରିବି ନାହିଁ ।” ବିରୂଥ ଏପରି ବାଜି ରଖିଲା ।

ଭରତର ପିତା ପୁତ୍ରକୁ ସଙ୍ଗରେ ଧରି ଆଶ୍ରମକୁ ଫେରିଆସିଲେ । ସେ ନିଜର ସମଗ୍ର ତପୋବଳ ପୁତ୍ରକୁ ରକ୍ଷା କରିବା ଉଦ୍ଧେଶ୍ୟରେ ସମର୍ପଣ କରିବେ ବୋଲି ସଙ୍କଳ୍ପ କଲେ । ଯଜ୍ଞ କରି ଭଗବାନ୍ ବ୍ରହ୍ମାଙ୍କର ଉପାସନା କଲେ । ବ୍ରହ୍ମା ଆବିର୍ଭୁତ ହେଲେ ।
ଭରତର ପିତା ବ୍ରହ୍ମାଙ୍କୁ ନିବେଦନ କଲେ “ପ୍ରଭୁ, ମୋ ପୁତ୍ରକୁ ରକ୍ଷା କରନ୍ତୁ । କାଲି ସକାଳ ସୁଦ୍ଧା ଏପରି ଏକ ସ୍ଥାନରେ ତାକୁ ଲୁଚାଇ ରଖନ୍ତୁ, ଯାହା ରାକ୍ଷସକୁ ଅଗୋଚର ହେବ ।”

ବ୍ରହ୍ମା ଭରତକୁ ନିଜ ସଙ୍ଗରେ ବ୍ରହ୍ମଲୋକ ନେଇଗଲେ । ସେ ଉପବିଷ୍ଟ ଥିବା ପଦ୍ମଫୁଲର ଏକ ପାଖୁଡା ରୂପରେ ଭରତକୁ ଗୋପନୀୟ ରଖିଲେ ।

ପରଦିନ ବିରୂଥ ନିର୍ଦ୍ଧାରିତ ସମୟରେ ସେହି ସ୍ଥାନରେ ପହଁଚି ଭରତର ପିତାଙ୍କୁ ତାତ୍ସଲ୍ୟ କରି କହିଲା, “ମୁର୍ଖ, ବ୍ରହ୍ମା ତୁମର ପୁଅକୁ ତାଙ୍କ ପଦ୍ମଫୁଲର ଏକ ପାଖୁଡା କରି ରଖିଛନ୍ତି । ତୁମେ କ’ଣ ଭାବୁଛ, ମୁଁ ଏତିକି ଜାଣି ପାରିବି ନାହିଁ । ଏଥରକ ତୁମେ ହାରିଗଲ । ମୁଁ ଆଉ ଏକ ସୁଯୋଗ ଦେଉଛି ।”

ଭରତର ପିତା ପ୍ରଭୁ ଶଙ୍କରଙ୍କୁ ସ୍ମରଣ କଲେ । ଭଗବାନ୍ ଶଙ୍କର ଆର୍ବିଭୂତ ହେବାରୁ, ବ୍ରହ୍ମାଙ୍କ ପରି ତାଙ୍କୁ ମଧ୍ୟ ସେ ପୁତ୍ରର ଜୀବନରକ୍ଷା ପାଇଁ ଆକୁଳ ନିବେଦନ କଲେ । ଭରତକୁ ସେ ଦେବୀ ପାର୍ବତୀଙ୍କ କାନରେ ଏକ ଫୁଲକଢି ରୂପେ ସଜାଇ ଦେଲେ ।

ବିରୂଥ ପରଦିନ ଆସି ଭରତଙ୍କ ପିତାଙ୍କୁ ବ୍ୟଙ୍ଗ କରି କହିଲା, “ତୁମ ପୁତ୍ର ପାର୍ବତୀଙ୍କ କାନରେ ଏକ କଢ ରୂପରେ ଶୋଭା ପାଉଛି । ଏ ରହସ୍ୟ ମୁଁ ଜାଣି ସାରିଲିଣି । ତାକୁ ଲୁଚେଇବା ପାଇଁ ମୁଁ ତୁମକୁ ଆଉ ଏକ ସୁଯୋଗ ଦେବି । ହେଲେ ମନେରଖ, ଏହା ତୁମ ପାଇଁ ଶେଷ ସୁଯୋଗ ।”

ସେହିଦିନ ଭରତର ପିତା ଭଗବାନ ବିଷ୍ଣୁଙ୍କ ଆରାଧନା କଲେ । ବିଷ୍ଣୁ ଆର୍ବିଭୂତ ହୋଇ, ପୁତ୍ରର ଜୀବନରକ୍ଷା ଭାର ବହନ କରିବାକୁ ବାଳକକୁ ନିଜ ସଙ୍ଗରେ ନେଇ ଚାଲିଗଲେ ।

ତା’ପର ଦିନ ବିରୂଥ ସେଠାରେ ଆସି ପହଁଚିଲା । ଦିବ୍ୟଦୃଷ୍ଟି ନିକ୍ଷେପ କରି ସେ ତିନିଲୋକ ଟିକିନିଖିକରି ଖୋଜିଗଲା । କିନ୍ତୁ ଭରତର ସନ୍ଧାନ ପାଇ ପାରୁ ନ ଥାଏ । ଅସହାୟ ହୋଇ ସେ ଚିତ୍କାର କରି ଉଠିଲା, “ଏ ମୁନି-ପୁତ୍ର, ତୁ କେଉଁଠି ଅଛୁ?”

ତତ୍କ୍ଷଣାତ୍ ବିରୂଥର ବକ୍ଷ ଚିରି ଭରତ ପଦାକୁ ବାହାରି ଆସିଲା । ରାକ୍ଷସ ତଳେ ପଡି ମରିଗଲା । ଏଥୁଅନ୍ତେ ରାକ୍ଷସ ଜନ୍ମରୁ ସେ ମୁକ୍ତି ପାଇ, ପୂର୍ବ ଗନ୍ଧର୍ବ ରୂପରେ ମୁନିବରଙ୍କୁ ପ୍ରଣାମ କରି ସ୍ୱର୍ଗ ଅଭିମୁଖେ ଚାଲିଗଲା ।